LIFESTYLE

ଖାଲି ପେଟରେ ଲେମ୍ବୁ ପାଣି ପିଇବା ଦ୍ଵାରା ମିଳିଥାଏ ଏହିସବୁ ଫାଇଦା! ଜାଣନ୍ତୁ

lemon water

ସକାଳୁ  ଖାଲି ପେଟରେ ଲେମ୍ବୁ ପାଣି ପିଇବାଦ୍ୱାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ । ଆସନ୍ତୁ ଜାଣିବା ଏହାର ଉପକାରିତା ।

  1.  ଲେମ୍ବୁ ପାଣି ପିଇବାଦ୍ୱାରା ଶରୀରର ଓଜନ ହ୍ରାସ ପାଇବା ସହିତ ତ୍ୱଚା ଆକର୍ଷଣୀୟ ଦେଖାଯାଇଥାଏ।
  2. ଲେମ୍ବୁ ପାଣିରେ ଭିଟାମିନ୍ ବି, କ୍ୟାଲସିୟମ, କାର୍ବୋନିୟମ, ମାଗ୍ନେସିୟମ, କାର୍ବୋହାଇଡ୍ରେଟ୍ ଇତ୍ୟାଦି ନାନା ପ୍ରକାରର ଭିଟାମିନ ମିଳିଥାଏ ।
  3. ପାଚନ କ୍ରିୟା ମଧ୍ୟ ନିୟନ୍ତ୍ରିତ ରହିଥାଏ ଏବଂ ପେଟ ଜନିତ ବିଭିନ୍ନ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
  4. ଗରମ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ପରିସ୍ରା ମାଧ୍ୟମରେ ବାହାରକୁ ବାହାରି ଯାଇଥାଏ । ଯାହାଦ୍ୱାରା ପାଚନ କ୍ରିୟା ମଜବୁତ୍ ହୋଇଥାଏ ।  ସକାଳ ସମୟରେ ଗରମ ଲେମ୍ବୁ ପାଣି ପିଇବା ଦ୍ୱାରା ଅପଚ ବା କୋଷ୍ଠକାଠିନ୍ୟ ସମସ୍ୟାରୁ ଆରାମ ମିଳିଥାଏ ।
  5.  ଆଣ୍ଠୁଗଣ୍ଠି ଦରଜ ଆଜିକାଲି ଅନେକଙ୍କ ପାଇଁ ଏକ ସମସ୍ୟା ଭାବରେ ଉଭା ହୋଇଛି।  ଯଦି ଆପଣ ନିୟମିତ ଲେମ୍ବୁ ପାଣି ପିଅନ୍ତି ତେବେ ଏଭଳି ଯନ୍ତ୍ରଣାରୁ କେତେକାଂଶରେ ଉପଶମ ମିଳିବ ବୋଲି ସିଡନୀ ୟୁନିଭର୍ସିଟିର ବିଶେଷଜ୍ଞମାନେ ସଦ୍ୟ ଗବେଷଣାରୁ ଜାଣିବାକୁ ପାଇଛନ୍ତି। ବିଶେଷଭାବରେ ସକାଳୁ ଗ୍ଲାସେ ଲେମ୍ବୁ ପାଣି ପିଇଲେ ତାହା ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ।
  6.  ସକାଳୁ ଖାଲିପେଟରେ ଲେମ୍ବୁ ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍ ବଢ଼ିବା ସହ ଫ୍ୟାଟ୍ ମଧ୍ୟ କମ ହୋଇଥାଏ । ଏହା ଦ୍ୱାରା ଓଜନ ବୃଦ୍ଧି ଭଳି ସମସ୍ୟା ଦେଖାଯାଇନଥାଏ ।
  7. ଭିଟାମିନ୍‌-ସି’ର ପ୍ରମୁଖ ଉତ୍ସ ହେଉଛି ଲେମ୍ବୁ ପାଣି। ଏହି ପାଣି ନିୟମିତ ପିଇଲେ ତାହା ଶରୀରରେ ଭିଟାମିନ୍‌-ସି’ ଅଭାବକୁ ପୂରଣ କରିଥାଏ।

ପଢନ୍ତୁ; ସଂସଦରେ ଅଟଳ ବିହାରୀ ବାଜପେୟୀଙ୍କ ତୈଳଚିତ୍ରକୁ ଉନ୍ମୋଚନ କଲେ ରାଷ୍ଟ୍ରପତି

Related posts

ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତରେ ବ୍ୟବହୃତ ପିଆଜର ଅବିଶ୍ୱାସନୀୟ ଔଷଧୀୟ ଗୁଣ

ENO Beuro

ଆପଣ ଚିନି ଖାଉଛନ୍ତି କି ? ଚିନି ଆପଣଙ୍କ ସ୍ୱାସ୍ଥ୍ୟପ୍ରତି କେତେ କ୍ଷତିକାରକ ଜାଣନ୍ତୁ

ENO Beuro

ମହିଳାମାନେ ଉତ୍ତମସ୍ଵାସ୍ଥ ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ଟି ଜିନିଷ !

ENO Beuro

Leave a Comment