ଗ୍ରୀଷ୍ମ ଦିନରେ ପିଅନ୍ତୁ ପ୍ରଚୁର ପାଣି
ଗ୍ରୀଷ୍ମ ସମୟରେ ଶରୀରକୁ ଅଧିକ ପରିମାଣରେ ଜଳ ଆବଶ୍ୟକ ହୋଇଥାଏ । ତେଣୁ ଆବଶ୍ୟକତାଠାରୁ କମ ପାଣି ପିଇଲେ ଏହାର କୁପ୍ରଭାବ ବିଶେଷ କରି କିଡ୍ନୀ ଉପରେ ପଡିଥାଏ । କାରଣ ଗ୍ରୀଷ୍ମ ଦିନରେ ଆମ ଦେହରୁ ଅଧିକ ଝାଳ ବାହାରି ଥାଏ । ଯାହା ଫଳରେ ଆମ ଦେହରୁ ଜଳିୟ ଅଂଶ କମ ହୋଇଥାଏ ।
ଯଦି ଆମେ ପାଣି ଠିକ୍ ଭାବେ ନ ପିଇବା ତେବେ କିଡ୍ନୀରେ ଷ୍ଟୋନ ବା ପଥୁରି ସମସ୍ୟା ଦେଖାଯାଇଥାଏ । ତେଣୁ ଗ୍ରୀଷ୍ମ ଦିନେ ପ୍ରତୁର ପାଣି ପିଇବା ଦ୍ଵାରା ଆମ ସରିର ସୁସ୍ଥ ରହେ ।
ଖରା ଦିନେ ପ୍ରଚୁର ପାଣି ପିଇବା ସହ ବିଭିର୍ନ୍ନ ଥଣ୍ଡା ଜାତୀୟ ପାନୀୟ ଆପଣ ଗ୍ରହଣ କରିପାରିବେ । ଆପଣ ଫଳ ମଧ୍ୟ ଖାଇ ପାରିବେ ।
ଗ୍ରୀଷ୍ମ ଦିନେ ବିଶେଷ କରି ସଫା ସୁତୁରା ରହିବା ଦରକାର୍ । ସଫା ସୁତୁରା ନ ହେଲେ ଦେହରୁ ଦୁର୍ଗନ୍ଧ ବାହାରିବା ସହ ଇନ୍ଫେକ୍ସନ୍ ହୋଇଥାଏ ।
ଗ୍ରୀଷ୍ମ ଦିନେ ହାଲୁକା ସୂତାବସ୍ତ୍ର ନ ପିନ୍ଧି ଆମେ ଯଦି ଟେରିଲିନ୍ ବା ଟେରିକଟ୍ ବସ୍ତ୍ର ବ୍ୟବହାର କରୁ ତେବେବି ଏହା ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ ।
ବାହାରକୁ ଯିବା ସମୟରେ ପାଣି ନ ମିଳିବା ସ୍ଥାନରେ ଯଦି ଜଳୀୟ ଅଂଶ ଭରପୁର ଥିବା ଖାଦ୍ୟ ବା ଫଳ ମିଳୁଛି ଏହାକୁ ପ୍ରଚୁର ମାତ୍ରାରେ ଗ୍ରହଣ କରନ୍ତୁ ।
ପଢନ୍ତୁ ;
ବାସ୍ତୁଶାସ୍ତ୍ର ଅନୁସାରେ ଦାନ କରିବା ଦ୍ଵାରା ଆମକୁ କି ଲାଭ ମିଳେ ଜାଣନ୍ତୁ ?