LIFESTYLE

ଯଦି ମାସେ ପର୍ଯ୍ୟନ୍ତ ସବୁଦିନ ଗୋଟେ କଦଳୀ ଖାଇବେ ତେବେ ଜାଣନ୍ତୁ କ’ଣ ହେବ ଆପଣଙ୍କ ସହ

By Krishna Kumar Manoj

October 24, 2017

କଦଳୀ ଏକ ସ୍ଵାଦିଷ୍ଟ ଫଳ ଏବୋଂ ଏଥିରେ ବହୁ ପୋଷକ ତତ୍ଵ ରହିଛି । ବହୁତ ସ୍ଵାଦିଷ୍ଟ ଜଳଖିଆ ସହିତ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଏହା ବହୁତ ଲାଭ ହେଇଥାଏ । କଦଳୀରେ ପୋଟାସିୟମ ବହୁତ ରହିଛି ଯାହାକି ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢେଇବାରେ ସାହାଯ୍ୟ କରେ ଏବୋଂ ସାରାଦିନ ଆମକୁ କାମ କରିବାକୁ ଶକ୍ତି ମିଳେ ।

ପୋଟାସିୟମ ସହ ଏଥିରେ ଭିଟାମିନ ବି ଏବୋଂ ଭିଟାମିନ ସି ମଧ୍ୟ ରହିଥାଏ । ଏହାଦ୍ବାରା ଶରୀର ସୁସ୍ଥ ରହିଥାଏ । କୁହାଯାଏ ଯେ ପ୍ରତିଦିନ ଆମକୁ ଗୋଟିଏ ଫଳ ନିଶ୍ଚିନ୍ତ ଭାବରେ ଖାଇବା ଦରକାର । ଆମେ କାମ ଭିତରେ ଏତେ ମଜ୍ଜିଯାଏ ଯେ ଆମ ଶରୀର ପାଇଁ କଣ ଦରକାର ତାହା ବି ଭୁଲିଯାଏ । ତେବେ ଜାଣନ୍ତୁ ଯେ  ଯଦି ମାସେ ପର୍ଯ୍ୟନ୍ତ ସବୁଦିନ ଗୋଟେ କଦଳୀ ଖାଇବେ ତେବେ ଜାଣନ୍ତୁ କ’ଣ ଫାଇଦା ମିଳିବ ।

ଆଲସର:

ଯଦି ଆପଣ ଆଲସର ଭଳି ସମସ୍ୟାର ସମ୍ମୁଖୀନ ହେଇଥାନ୍ତି ତେବେ  ବହୁତ ଖାଦ୍ୟ ପଦାର୍ଥ ଉପରେ କଟକଣା ରହିଥାଏ । କିନ୍ତୁ ଏଥିରେ ନିଶ୍ଚିନ୍ତରେ କଦଳୀ ଖାଇପାରିବେ । ଏତଥିରେ ଆପଣଙ୍କ ପେଟରେ ଜଳାପୋଡା ଏବୋଂ ଏସିଡିଟି ଭଳି ସମସ୍ୟାରୁ ମୁକ୍ତି ମିଳେ ।

ଶ୍ଵାସ :

ଯଦି ମାସେ ପର୍ଯ୍ୟନ୍ତ ସବୁଦିନ ଗୋଟେ କଦଳୀ ଖାଇବେ ତେବେ ଶ୍ଵାସ ଭଳି ରୋଗରୁ ବହୁ ପରିମାଣରେ ମୁକ୍ତି ପାଇପାରିବେ । ତେଣୁ ଶ୍ଵାସ ସମସ୍ୟା ପାଇଁ ମଧ୍ୟ ଏହା ଏକ ଉପକାରୀ ଫଳ ।

ଅବସାଦ :

କଦଳୀକୁ ଖାଇବା ଦ୍ଵାରା ମସ୍ତିଷ୍କ ଥଣ୍ଡା ରହେ, ମନ ପ୍ରଫ୍ହୁଲ୍ଲ ରହେ ଏବୋଂ ଅବସାଦରୁ ମୁକ୍ତି ମିଳେ ।

ପଢନ୍ତୁ, ହି ୪ ଟି ଉପାୟରେ ଜାଣନ୍ତୁ ଆପଣଙ୍କ ସାଥି ଆପଣ ସହ ପ୍ରତାରଣା କରୁନାହାନ୍ତି ତ ?