Featured

ନିୟମିତ ଫଳାହାର କରୁଛନ୍ତି କି? ଜାଣନ୍ତୁ କେଉଁ ସମୟରେ ଖାଇବେ କେଉଁ ଫଳ

ଆମ ମଧ୍ୟରୁ ଅଧିକାଂଶ ଲୋକ ନିୟମିତ ଫଳାହାର କରିଥାନ୍ତି । କିନ୍ତୁ କେଉଁ ସମୟରେ କେଉଁ ଫଳ ଖାଇବା ଉଚିତ ତାହା ମଧ୍ୟ ଜାଣିବା ଜରୁରୀ । ଏହାକୁ ମାନି ଖାଇଲେ ଅଧିକ ସୁଫଳ ମିଳିବ ।

ସେଓ : ସକାଳ ଜଳଖିଆ ସହିତ ସେଓ ଖାଇଲେ ଅଧିକ ଉପକାର ମିଳେ । ଏଥିରେ ଥିବା ପେକଟୀନ ନାମକ ଫାଇବର ଉଚ ରକ୍ତଚାପର ଆଶଙ୍କା କୁ କମାଏ । କୋଲେଷ୍ଟରୋଲର ସ୍ତରକୁ ବି ନିୟନ୍ତ୍ରିତ କରିଥାଏ । କିନ୍ତୁ ରାତିରେ ସେଓ ଖାଇବା ଅନୁଚିତ । କାରଣ ରାତିରେ ପେକଟୀନ ହଜମ ହେବାରେ ସମସ୍ୟା ସୃଷ୍ଟି ହେଇଥାଏ । ତେଣୁ ଏସିଡିଟି ଆଶଙ୍କା ବଢିଯାଏ ।

କଦଳୀ : ମଧ୍ୟାନଭୋଜନ ସହ କଦଳୀ ଖାଇଲେ ଅଧିକ ସୁଫଳ ମିଳିଥାଏ । ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହେଇଥାଏ । ତେବେ ରାତିରେ କଦଳୀ ଖାଇବା ଅନୁଚିତ । ଏହାଦ୍ଵାରା ଖାଦ୍ୟ ହଜମ ରେ ଅସୁବିଧା ହେଇଥାଏ ।

କମଳା : ଅପରାହ୍ନରେ ସ୍ନାକ୍ସ ସହିତ କମଳା ଖାଇଲେ ଅଧିକ ସୁଫଳ ମିଳିଥାଏ । ସକାଳୁ ଖାଲିପେଟରେ ଏହାକୁ ଖାଇଲେ ପେଟ ସମ୍ବଧୀୟ ସମସ୍ଯା ହେବାର ଆଶଙ୍କା ଥାଏ ।

ଟମଟୋ : କୁହାଯାଏ ଯେ ଗୋଟିଏ ଟମାଟୋ ଖାଇବା ଏକ ସେଓ ଖାଇବା ସହିତ ସମାନ । ହେଲେ ସକାଳୁ ବା ମଧ୍ୟାନଭୋଜନରେ ଟମାଟୋ ଖାଇଲେ ଭଲ । ରାତିରେ ଖାଇଲେ ଖାଦ୍ୟ ହଜମ ରେ ଅସୁବିଧା ହେଇଥାଏ ।

ଅଙ୍ଗୁର : ଅଙ୍ଗୁରରେ ଭିଟାମିନ ସି ସହିତ ପ୍ରଚୁର ପରିମାଣର ରୋଗ ପ୍ରତିରୋଧକ ଶକ୍ତି ରହିଛି । ଏଥିରେ ଥିବା ଜଳୀୟ ଅଂଶ ଶରୀରକୁ ସତେଜ ରଖିବାରେ ସହାୟକ ହେଇଥାଏ । ପ୍ରତିଦିନ ସକାଳୁ ଖାଲିପେଟରେ ଗୋଟିଏ ଗ୍ଲାସ ଅଙ୍ଗୁର ଜୁସ ପିଇଲେ କୋଷ୍ଠକାଠିନ୍ୟ ସମସ୍ୟା ଧୀରେ ଧୀରେ ଦୂର ହେଇଥାଏ । ତେଣୁ ଦିନର ଅନ୍ୟ ସମୟ ଅପେକ୍ଷା ସକାଳେ ଅଙ୍ଗୁର ଖାଇବା ଭଲ ।

ନିୟମିତ ଫଳାହାର କରୁଛନ୍ତି କି? ଜାଣନ୍ତୁ କେଉଁ ସମୟରେ ଖାଇବେ କେଉଁ ଫଳ   ନିୟମିତ ଫଳାହାର କରୁଛନ୍ତି କି? ଜାଣନ୍ତୁ କେଉଁ ସମୟରେ ଖାଇବେ କେଉଁ ଫଳ

Related posts

ଜିଓର ପୁଣି ଏକ ଆକର୍ଷଣୀୟ ଅଫର୍, ଏଣିକି ରିଚାର୍ଜ କଲେ ଗ୍ରାହକଙ୍କୁ ମିଳିବ ୪୦୦ଟଙ୍କା

ENO Beuro

ଓଡିଶା କୁ ଗର୍ବ ଓ ଗୌରବ ଦେଇଥିବା ରୁଚି ଉଦ୍ୟୋଗ ର ୪୨ ବର୍ଷର ଲମ୍ବା ଯାତ୍ରା ବିଷୟରେ କିଛି ଜଣା ଅଜଣା କଥା

ENO Beuro

ଆପଣ ପାନ କାର୍ଡ଼କୁ କେଉଁଠି ରଖି ଭୁଲିଯାଇଛନ୍ତି ? ଚିନ୍ତିତ ହୁଅନ୍ତୁ ନାହିଁ ,ଘରେ ବସି ପାଇପାରିବେ ନୂଆ କାର୍ଡ ,ଆସନ୍ତୁ ଜାଣିବା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More