Loading...

କେବଳ ଖାଦ୍ଯରେ ସ୍ଵାଦ ନୁହେଁ ଅନେକ ରୋଗରୁ ମଧ୍ୟ ରକ୍ଷାକରେ କଞ୍ଚା ଲଙ୍କା

କେବଳ ଖାଦ୍ଯରେ ସ୍ଵାଦ ନୁହେଁ  ଅନେକ ରୋଗରୁ ମଧ୍ୟ ରକ୍ଷାକରେ କଞ୍ଚା ଲଙ୍କା

ଅଧିକାଂଶ ଲୋକଙ୍କୁ ରାଗ ଖାଇବା ବେଶ ପସନ୍ଦ। ତେବେ କେବଳ ଖାଦ୍ଯରେ ସ୍ଵାଦ ନୁହେଁ ଅନେକ ରୋଗରୁ ମଧ୍ୟ ରକ୍ଷାକରେ କଞ୍ଚା ଲଙ୍କା। ପ୍ରତିଦିନ ଆପଣ ନିଶ୍ଚୟ ଗୋଟିଏ କିମ୍ବା ଦୁଇଟି କଞ୍ଚାଲଙ୍କା ତ ନିହାତି ଖାଇଥିବେ ତେବେ ଆସନ୍ତୁ ଜାଣିବା ଏହି କଞ୍ଚାଲଙ୍କା କିପରି ଆମ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଅନେକ ରୋଗରୁ ମଧ୍ୟ ରକ୍ଷାକରିଥାଏ।

୧- କଞ୍ଚାଲଙ୍କାରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏଥିରେ ଭିଟାମିନ୍‌‌ ଏ, ଭିଟାମିନ୍‌‌ ବି୬, ଭିଟାମିନ ସି, ଆଇରନ, ପୋଟାସିୟମ, ପ୍ରୋଟିନ୍‌‌ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି।କଞ୍ଚା ଲଙ୍କା ସେବନ ଦ୍ୱାରା ମନ ଓ ମସ୍ତିଷ୍କ ସୁସ୍ଥ ରହିବା ସହ ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ। 

୨-  ଅଧିକାଂଶ ଲୋକଙ୍କୁ ରାଗ ଖାଇବା ବେଶ ପସନ୍ଦ। କଞ୍ଚାଲଙ୍କା ସୀମିତ ମାତ୍ରାରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ। ଭିଟାମିନ ସିରେ ଭରପୁର କଞ୍ଚାଲଙ୍କାର ନିୟମିତ ଭାବେ ସେବନ କରିବା ଉଚିତ। 
କଞ୍ଚାଲଙ୍କାରେ ଥିବା ପୋଷକ ତତ୍ତ୍ୱ ମୋଟାପଣ ହ୍ରାସ କରିବାରେ ସହାୟକ ହୋଇଥାଏ। 

୩- ଏହା କର୍କଟ ରୋଗ ହେବାର ଆଶଙ୍କାକୁ କମ କରିଥାଏ। 

୪- ନିୟମିତ ଅଳ୍ପ ପରିମାଣରେ ଏହାର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। 
ହୃଦୟକୁ ସୁସ୍ଥ ରଖିବା ପାଇଁ ମଧ୍ୟ କଞ୍ଚା ବେଶ ଉପକାରୀ। ଏହା ହୃଦୟ ଜନିତ ସମସ୍ୟା ଦୂର କରିବା ସହ ସୁରକ୍ଷିତ ରଖିଥାଏ। 

୫- ଭିଟାମିନ ସିରେ ଭରପୁର କଞ୍ଚାଲଙ୍କା ତ୍ୱଚା ପାଇଁ ମଧ୍ୟ ବେଶ ଲାଭଦାୟକ। ଏହା ତ୍ୱଚାକୁ ସୁସ୍ଥ ରଖିଥାଏ। ତ୍ୱଚାରେ କୁଞ୍ଚନ ଆସିବାକୁ ଦେଇନଥାଏ। ତ୍ୱଚା ଯୁବା ଓ ସୁନ୍ଦର ଦେଖାଯାଏ। 

୬- ପାଚନ କ୍ରିୟାକୁ ସୁଚାରୁ ରୂପେ କରିବା ପାଇଁ ମଧ୍ୟ କଞ୍ଚାଲଙ୍କାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କଞ୍ଚାଲଙ୍କା ସେବନ ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। 
 
୭- ଥଣ୍ଡା ସମୟରେ କଞ୍ଚାଲଙ୍କା ସେବନ ଦ୍ୱାରା ଥଣ୍ଡା ଶୀଘ୍ର ଭଲ ହୋଇଥାଏ। ଉଚ୍ଚ ରକ୍ତଚାପ, ହୃଦୟ ଜନିତ ସମସ୍ୟା ସହ ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ। କଞ୍ଚାଲଙ୍କାରେ ଥିବା ପୋଷକ ତତ୍ତ୍ୱ ରକ୍ତଚାପକୁ କମ୍‌‌ କରିବା ସହ ଏହାକୁ ନିୟନ୍ତ୍ରଣରେ ରଖିଥାଏ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.