• Home
  • LIFESTYLE
  • କ୍ୟାନସରରୁ ମୁକ୍ତି ଦେଇଥାଏ କଞ୍ଚାଲଙ୍କା ! ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ଵାରା କେଉଁ ସବୁ ଫାଇଦା ମିଳିଥାଏ ?
LIFESTYLE

କ୍ୟାନସରରୁ ମୁକ୍ତି ଦେଇଥାଏ କଞ୍ଚାଲଙ୍କା ! ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ଵାରା କେଉଁ ସବୁ ଫାଇଦା ମିଳିଥାଏ ?

କଞ୍ଚାଲଙ୍କାରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଥାଏ । ଯେପରିକି ଭିଟାମିନ୍‌ -ଏ, ଭିଟାମିନ୍‌-ବି୬, ଆଇରନ୍‌, କପର, ପୋଟାସିୟମ, ପ୍ରୋଟିନ୍‌ ଏବଂ କାର୍ବୋହାଇଡ଼୍ରେଟ୍‌ ଇତ୍ୟାଦି । ପ୍ରତିଘରେ କଞ୍ଚାଲଙ୍କାର ବ୍ୟବହାର ହୋଇଥାଏ। ଯେଉଁମାନଙ୍କୁ ରାଗ ପସନ୍ଦ ସେମାନେ ବିଶେଷ ଭାବେ କଞ୍ଚାଲଙ୍କାର ବ୍ୟବହାର କରିଥାଆନ୍ତି । କେହି କେହି ଏହା ସ୍ବାସ୍ଥ୍ୟ ପାଇଁ ହାନିକାରକ କହୁଥିବା ବେଳେ ଏହା କିନ୍ତୁ କ୍ୟାନସର ଭଳି ମାରାତ୍ମକ ରୋଗକୁ ଦୂରେଇବାରେ ସହାୟକ ହୋଇଥାଏ ବୋଲି ଖୁବ୍‌ କମ୍‌ ଲୋକ ଜାଣିଛନ୍ତି ।

କଞ୍ଚାଲଙ୍କା ଉପକାରିତା :-

  • କଞ୍ଚାଲଙ୍କାରେ ରହିଛି ଆଣ୍ଟି ଅକ୍ସିଡାଣ୍ଟ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏମିତିକି ଏହା କ୍ୟାନସର ଜୀବାଣୁ ସହ ଲଢିବାରେ ସହାୟକ ହୋଇଥାଏ ।
  • ଆଖି ଏବଂ ତ୍ୱଚା ପାଇଁ ଏଥିରେ ଥିବା ଭିଟାମିନ୍‌ ଏ ବିଶେଷ ଭାବେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।
  • ହଜମ ପ୍ରକିୟା ତ୍ୱରାନ୍ୱିତ କରିଥାଏ । ଶରୀରକୁ ବ୍ୟାକ୍ଟରିଆରୁ ମଧ୍ୟ ମୁକ୍ତ କରିଥାଏ ।
  • ଏଥିରେ ଭିଟାମିନ୍‌ ସି ପ୍ରଚୁର ପରିମାଣରେ ଥିବାରୁ ଏହା ଶରୀରରେ ଥିବା ଅନ୍ୟ ଭିଟାମିନକୁ ଅବଶୋଷଣ କରିବାରେ ସହାୟକ ହୋଇଥାଏ ।
  • ନିୟମିତ କଞ୍ଚାଲଙ୍କା ଖାଇଲେ ଏହା ଆମ ଶରୀରରେ ଆଣ୍ଟି ଅକ୍ସିଡାଣ୍ଟର ମାତ୍ରାକୁ ସନ୍ତୁଳିତ କରି ରଖିଥାଏ ।
  • ଏଥିରେ ଫାବରର ମାତ୍ରା ଅଧିକ ଥିବାରୁ ଏହା ଶରୀରରେ ଚର୍ବି କମାଇବାରେ ସାହାଯ୍ୟ କରିଥାଏ । ଏହାର ନିୟମିତ ସେବନରେ ଶରୀରର ଓଜନ କମ୍‌ ହୋଇଥାଏ ।
  • ନିୟମିତ ଭାବେ ଆମେ କଞ୍ଚାଲଙ୍କା ସେବନ କଲେ ଏହା ଖାଦ୍ୟକୁ ସ୍ବାଦିଷ୍ଟ କରିବା ସହ ଆମକୁ ରୋଗମୁକ୍ତ ରଖିବାରେ ମଧ୍ୟ ସହାୟକ ହେବ ।
  • ମୁଡ଼ ଠିକ୍‌ ରହିବାରେ ବିଶେଷ ଭାବେ ଫଳପ୍ରଦ ହୋଇଥାଏ ଓ ଫୁସଫୁସ୍‌ ଜନିତ କର୍କଟରୁ ମଧ୍ୟ ଏହା ବଞ୍ଚାଇଥାଏ ।

କ୍ୟାନସରରୁ ମୁକ୍ତି ଦେଇଥାଏ କଞ୍ଚାଲଙ୍କା ! ଆସନ୍ତୁ ଜାଣିବା ଏହାକୁ ଖାଇବା ଦ୍ଵାରା କେଉଁ ସବୁ ଫାଇଦା ମିଳିଥାଏ ? GREEN CHILI

ପଢନ୍ତୁ ;

କ୍ୟାନସରରୁ ମୁକ୍ତି ଦେଇଥାଏ କାଜୁ! ଆସନ୍ତୁ ଜାଣିବା ଏହାକୁ ଖାଇଲେ ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ

Related posts

ସୋୟାବିନରେ ରହିଛି ଅନେକ ପୋଷକ ତତ୍ତ୍ୱ ,ତେବେ ଆସନ୍ତୁ ଜାଣିବା ଏହା ଦେହ ପାଇଁ କେତେ ଉପକାରୀ

Krishna Kumar Manoj

ସକାଳ ଜଳଖିଆ ଖାଇବା ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ ?

Krishna Kumar Manoj

ସଂକ୍ରାମକ ଜ୍ୱରର ଶିକାର ହେଉଛନ୍ତି କି? ଏଥିରୁ ମୁକ୍ତି ପାଇବାକୁ ଖାଆନ୍ତୁ ଏହି ସବୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More