Loading...

ଜାଣନ୍ତୁ ଖୀରରେ ରୁଟି ଭିଜାଇ ସେବନ କଲେ କେଉଁ କେଉଁ ରୋଗ ଦୂର ହୋଇଥାଏ

ଜାଣନ୍ତୁ ଖୀରରେ ରୁଟି ଭିଜାଇ ସେବନ କଲେ କେଉଁ କେଉଁ ରୋଗ ଦୂର ହୋଇଥାଏ

ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଲୋକେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଠିକ୍ ଧ୍ୟାନ ଦେଇ ପାରୁ ନାହାନ୍ତି । ଯେଉଁଥି ପାଇଁ ଲୋକଙ୍କୁ ଅନେକ ରୋଗର ଶିକାର ହେବାକୁ ପଡୁଛି । ପ୍ରକୃତରେ ରୋଗରୁ ମୁକ୍ତି ପାଇବାକୁ ହେଲେ ଆପଣଙ୍କୁ ଆପଣଙ୍କ ନିୟମିତ ଖାଦ୍ୟରେ କିଛି ପରିବର୍ତ୍ତନ କରିବା ଉଚିତ୍ ।

ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଲୋକେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସଠିକ୍ ଧ୍ୟାନ ଦେଇ ପାରୁ ନାହାନ୍ତି । ଯେଉଁଥି ପାଇଁ ଲୋକଙ୍କୁ ଅନେକ ରୋଗର ଶିକାର ହେବାକୁ ପଡୁଛି । ପ୍ରକୃତରେ ରୋଗରୁ ମୁକ୍ତି ପାଇବାକୁ ହେଲେ ଆପଣଙ୍କୁ ଆପଣଙ୍କ ନିୟମିତ ଖାଦ୍ୟରେ କିଛି ପରିବର୍ତ୍ତନ କରିବା ଉଚିତ୍ । ଇତି ମଧ୍ୟରେ ଯଦି ଆପଣ ରୁଟିକୁ ଥଣ୍ଡା ଖୀରରେ ବତୁରେଇ ସେବନ କରିବେ ତେବେ ଏହା ଆପଣଙ୍କ ପାଇଁ ଖୁବ୍ ଉପଯୋଗୀ । ରୁଟି ଏବଂ ଖୀରରୁ ଭିଟାମିନ୍, ଆୟରନ, କ୍ୟାଲସିୟମ ଭରପୁର ମାତ୍ରାରେ ମିଳିଥାଏ ।

୧) ବିଶେଷଜ୍ଞଙ୍କ ମତରେ ରୁଟିକୁ ଖୀରରେ ଭିଜାଇ ସେବନ କରିବା ଦ୍ୱାରା ଶରୀରକୁ ଥଣ୍ଡା ମିଳିଥାଏ । ଏହାସହିତ ଏହା ମଧୁମେୟ ରୋଗୀଙ୍କ ପାଇଁ କୌଣସି ଔଷଧ ଠାରୁ କମ୍ ନୁହେଁ ।

୨) ଖୀର ସହିତ ରୁଟି ଭିଜାଇ ସେବନ କଲେ ସେଥିରୁ ଭିଟାମିନ୍, ପ୍ରୋଟିନ୍, କ୍ୟାଲସିୟମ ଆଦି ପ୍ରଚୁର ପରିମାଣର ମିଳିଥାଏ । ଏହାଦ୍ୱାରା ମଧୁମେୟ ରୋଗୀଙ୍କ ପାଇଁ ଫାଇଦା ହୋଇଥାଏ ।

୩) ଏହାସହିତ ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବା କାମ କରିଥାଏ । ଏହାକୁ ସେବନ କରିବା ଦ୍ୱାରା ଉଚ୍ଚରକ୍ତଚାପ ଯୋଗୁଁ ହେଉଥିବା ଅନ୍ୟ ସମସ୍ୟାକୁ ରୋକିବା ପାଇଁ ସହାୟକ ମିଳିଥାଏ ।

୪) ଏହାବ୍ୟତିତ ରୁଟିକୁ ଥଣ୍ଡା ଖୀରରେ ଭିଜାଇ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ । ଏଥରୁ ଆୟରନ, କ୍ୟାଲସିୟମ, ଭିଟାମିନ୍ ଆଦି ପୋଷକ ତତ୍ୱ ମିଳିଥାଏ, ଯାହା ଆପଣଙ୍କ ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ ।

୫) ଯଦି ଆପଣ ଅତ୍ୟଧିକ ପତଳା ଏବଂ ଆପଣଙ୍କ ଶରୀର ଦୁର୍ବଳ, ତେବେ ସେଥିପାଇଁ ଆପଣ ନିୟମିତ ସକାଳୁ ଖୀର ସହିତ ବାସୀ ରୁଟି ଭିଜାଇ ସେବନ କରନ୍ତୁ ।


 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.