LIFESTYLE

ନିୟମିତ ଖାଆନ୍ତୁ ‘ଚିନାବାଦାମ୍‌’, ମିଳିବ ଏହି ସବୁ ଫାଇଦା

ଚିନାବାଦାମରେ ପ୍ରୋଟିନ୍‌ ଏବଂ ଆର୍ଜିନିନ୍‌ ବହୁତ ପରିମାଣରେ ଥାଏ । ଯାହାକୁ ଖାଇବା ଦ୍ୱାରା ଆପଣଙ୍କର ମାଂସପେଶି ସୁଦୃଢ଼ ହୋଇଥାଏ ।ଦାମରେ ଭରପୁର ଥିବା ପ୍ରୋଟିନ୍ ଶରୀରର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିଥାଏ।

ଏବେ ଆସନ୍ତୁ ଜାଣିବା, ପ୍ରତିଦିନ ଚିନାବାଦାମ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କଅଣ ସବୁ ଫାଇଦା ହୋଇଥାଏ।

ଏଥିରେ ଭରପୁର ମାତ୍ରାରେ କ୍ୟାଲସିୟମ ରହିଥାଏ । ଯାହାଦ୍ୱାରା ଆପଣ ଗଣ୍ଠିବିନ୍ଧା ପରି ସମସ୍ୟାରୁ ମୁକ୍ତିପାଇ ପାରିବେ । ଏଥିରେ ପ୍ରୋଟିନ୍‌ର ମାତ୍ରା ଅଧିକ ଥାଏ । ଯାହାଦ୍ୱାରା ମାଂସପେଶୀ ସୁଦୃଢ଼ ହୋଇଥାଏ ।

ବାଦାମ ମିଶା କ୍ଷୀର ପିଇବା ଦ୍ୱାରା କୋଲେଷ୍ଟ୍ରୋଲର ମାତ୍ରା କମିଥାଏ । ଯାହା ହାର୍ଟ ଆଟାର୍କ ପରି ସମସ୍ୟାରୁ ରକ୍ଷା କରିଥାଏ ।

 

ଯେଉଁମାନେ ଓଜନ ବୃଦ୍ଧି କରିବାକୁ ଚାଁହୁଛନ୍ତି, ସେମାନେ ପ୍ରତିଦିନ ସକାଳୁ କଞ୍ଚା ବାଦାମ କିମ୍ବା ରାତିରୁ ବତୁରା ଯାଇଥିବା ବାଦାମ ଖାଇବା ଉଚିତ୍।

ଯେଉଁମାନେ ପତଳା ହେବାକୁ ଚାହୁଁଛନ୍ତି, ସେମାନେ ଖାଦ୍ୟ ଖାଇବା ପରେ ଚିନାବାଦାମ ନିୟମିତ ଖାଇଲେ ପତଳା ହୋଇଯିବେ। କାରଣ ଏହା ହଜମ ଶକ୍ତି ମଧ୍ୟ ବଢ଼ାଇଥାଏ।

 

ପଢନ୍ତୁ;  ୩୩ ବର୍ଷରେ ପାଦ ଥାପିଲେ ବଲିଉଡ୍‌ ମସ୍ତାନୀ ଦୀପିକା ପାଦୁକୋନ

Related posts

ହଳଦୀଯୁକ୍ତ ପାଣି ପିଇବାଦ୍ଵାରା ଦୂର ହୋଇଥାଏ ଶରୀରର ବିଭିନ୍ନ ପ୍ରକାର ସମସ୍ୟା! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ENO Beuro

ତ୍ୱଚାରେ ଚମକ ଆଣିବା ସହ ପେଟ ସମସ୍ୟା ଦୂର କରିଥାଏ “ଷ୍ଟ୍ରବେରି”, ଜାଣିରଖନ୍ତୁ ସବୁବେଳେ କେଉଁ ଖାଦ୍ୟ ଖାଇବାଦ୍ୱାରା ତ୍ୱଚାର ଚମକ ବଜାୟ ରହିଥାଏ

ENO Beuro

ସକାଳୁ ଭିଜା ହୋଇଥିବା ଚଣା ଖାଇବା ଦ୍ଵାରା କ’ଣ ଲାଭ ମିଳିଥାଏ? ଜାଣନ୍ତୁ

ENO Beuro

Leave a Comment