LIFESTYLE

ସୁନ୍ଦର ତ୍ୱଚା ଓ କେଶ ପାଇଁ ଅଦା ବେଶ ଉପଯୋଗୀ,ଆସନ୍ତୁ ଜାଣିବା ଅଦାର ଉପକାରିତା

ମସଲା ଏବଂ ଖାଦ୍ୟରେ ବ୍ୟବହୃତ ଅଦା ସୌନ୍ଦର୍ଯ୍ୟ ଉପଚାର ପାଇଁ ମଧ୍ୟ ବେଶ୍ ଉପକାରୀ । ତ୍ୱଚା ଏବଂ କେଶ ଜାତୀୟ ଅନେକ ସମସ୍ୟା ଦୂର କରିଥାଏ ଅଦା । ଏବେ ନଜର ପକାନ୍ତୁ କିପରି କରିବେ ବ୍ୟବହାର ।

ଅଦାର ଉପକାରିତା

ଅଦା ଏଣ୍ଟିଅକ୍ସିଡେଣ୍ଟ୍ ଯୁକ୍ତ ହୋଇଥିବାରୁ ଉଭୟ ତ୍ୱଚା ଓ କେଶ ପାଇଁ ଉପକାରୀ । କପେ ଅଦା ରସରେ ଏକ ଚାମଚ ମହୁ ମିଶାଇ ତୁଳା ଦ୍ୱାରା ମୁହଁରେ ଲଗାନ୍ତୁ । ଅଧ ଘଣ୍ଟା ପରେ ଥଣ୍ଡା ପାଣିରେ ଧୁଅନ୍ତୁ । କଳା ଦାଗ ଲିଭିବା ସହ ତ୍ୱଚାର ଚମକ ବଢ଼ିବ ।

ଦୁଇ ଚାମଚ ଗୋଲାପ ଜଳରେ ଏକ ଚାମଚ ଲେଖାଏଁ ଅଦା ରସ ଓ ମହୁ ଫେଣ୍ଟି ମୁହଁ, ବେକରେ ଲଗାନ୍ତୁ । କିଛି ସମୟ ପରେ ଥଣ୍ଡା ପାଣିରେ ଧୁଅନ୍ତୁ । ଦେହ ଥଣ୍ଡା ରହିବା ସହ ଘିମିରି ସମସ୍ୟା ହେବ ନାହିଁ ।

ଅଳ୍ପ ପାଣିରେ ଦୁଇ ଚାମଚ ଆଲମଣ୍ଡ୍ ତେଲ, କିଛି ଗୋଲାପ ପାଖୁଡ଼ା ଓ ଖଣ୍ଡେ ଅଦା ପକାଇ ପାଦ ବୁଡ଼ାଇରଖନ୍ତୁ । ଗୋଇଠି ଦାଗ ଲିଭିଯିବ ।ଜୋଜୋବା ତେଲରେ ଅଳ୍ପ ଅଦା ରସ ମିଶାଇ କେଶ ମୂଳରେ ଘଷନ୍ତୁ । ରୁପି ସମସ୍ୟା ଥିଲେ ଚାଲିଯିବ ।

ପଢନ୍ତୁ ;

ସୁସ୍ଥ ରହିବା ପାଇଁ ସ୍କିପିଂ କେତେ ଉପକାରୀ ଆସନ୍ତୁ ଜାଣିବା

Related posts

ରାତ୍ରିଭୋଜନ ପରେ କରନ୍ତୁ ନାହିଁ ଏହି ସବୁ କାମ,ନଚେତ ହୋଇପାରନ୍ତି ଅସୁବିଧାର ସମ୍ମୁଖୀନ!

ENO Beuro

ଆପଣଙ୍କ ମୁହଁରେ ଥିବା କଳା ଦାଗ ପାଇଁ ଚିନ୍ତିତ ଅଛନ୍ତି କି? ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ENO Beuro

ଅଣ୍ଡାର କେଉଁ ଅଂଶ ଖାଇବା ଶରୀର ପାଇଁ କ୍ଷତିକାରକ ଏବଂ ଏହା ଦ୍ଵାରା କେଉଁ ସବୁ ରୋଗ ହୋଇଥାଏ ଜାଣନ୍ତୁ ?

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More