LIFESTYLE

ଆସନ୍ତୁ ଜାଣିବା ଲାଉ ଜୁସ୍ ର ଉପକାରିତା ବିଷୟରେ

କିଛି ଲୋକ ଲାଉ ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ କିନ୍ତୁ ଶରୀରକୁ ସୁସ୍ଥ ରଖିିବା ପାଇଁ ଲାଉ ସେବନ କରିବା ଜରୁୁରୀ । ଯଦି ଆପଣ ଲାଉ ତରକାରୀ ଖାଇବା ପାଇଁ ଆପଣ ପସନ୍ଦ କରୁ ନାହାନ୍ତି, ତେବେ ଲାଉର ଜୁସ୍ ମଧ୍ୟ ପିଇ ପାରିବେ ।ତେବେ ଆସନ୍ତୁ ଜାଣିବା ଲାଉ ଜୁସ୍ ପିଇବା ଦ୍ଵାରା  ଆମକୁ କି ଲାଭ ମିଳେ ।

ଲାଉରେ ବହୁତ କମ ପରିମାଣର କ୍ୟାଲୋରି ଓ ଫ୍ୟାଟ ଥାଏ । ଯେଉଁ ମାନେ ପତଳା ହେବା ପାଇଁ ଡାଏଟିଂ କରୁଛନ୍ତି ପତଳା  ଶରୀର ଚାହୁଁଛନ୍ତି, ତେବେ ସେମାନଙ୍କ ପାଇଁ ଲାଉ ଉପକାରୀ ସାବ୍ୟସ୍ତ ହେବ । ଏହାସହ ଲାଉରେ ଭରପୁର ପରିମାଣର ଫାଇବର ଥାଏ, ଯାହା ବହୁତ ସମୟ ଧରି ଆପଣଙ୍କୁ ଭୋକରୁ ମଧ୍ୟ ରକ୍ଷା କରେ ।ଯାହା ଦ୍ଵାରା ଆପଣ ମୋତପଣ ରୁ ରକ୍ଷା ପାଇ ପାରିବେ । ଲାଉକୁ ମେଦବହୁଳତା  ରୋଗୀମାନେ ଖାଲି ପେଟରେ ଲାଉ ସେବନ କରିବା ଦ୍ୱାରା ଆରାମ ମିଳିଥାଏ ଏହାର ଜୁସ୍ ମଧ୍ୟ ମେଦବହୁଳତ ରୋଗୀ ପାଇଁ ବହୁତ ଉପକାରୀ ।

ଲାଉ ରସକୁ ତେଲରେ ମିଶାଇ ମୁଣ୍ଡରେ ଲଗାଇବା ଦ୍ୱାରା କେଶ ଝଡୁଥିବା ସମସ୍ୟାରୁ ରକ୍ଷା ମିଳେ । ଏହାସହ ଧଳା ହୋଇଯାଉଥିବା କେଶ ପାଇଁ ମଧ୍ୟ ଲାଉ ଜୁସ୍ ବହୁତ ଉପକାରୀ ।ଲାଉ ରସ କୁ ତେଲରେ ମିଶାଇ ଲଗାଇବା ଦ୍ଵାରା କେଶ ଲାମ୍ବା ଓ ଘନ ହୋଇ ଥାଏ ।

କୋଷ୍ଠକାଠିନ୍ୟର ଶିକାର ହେଉଥିଲେ ସକାଳୁ ଉଠି ଗୋଟିଏ ଗ୍ଲାସ ଲାଉ ଜୁସ୍ ପିଇବା ଦ୍ୱାରା ଏହି ରୋଗରୁ ମୁକ୍ତ ମିଳିଥାଏ । ଲାଉରେ ଥିବା ପୋଷକ ତତ୍ତ୍ୱ ପେଟକୁ ସଫା ରଖେ ଓ ପାଚନ ସମ୍ମନ୍ଧୀୟ ସମସ୍ୟରୁ ରକ୍ଷା କରିଥାଏ ।ଲାଉ ରସକୁ ପିଇବା ଦ୍ଵାରା ଆପଣଙ୍କୁ ଫ୍ରେଶ ଲାଗିବ ଓ ଆପଣଙ୍କ ମୁହଁ ସୁନ୍ଦର ଦେଖା ଜୀବ ।

ପଢନ୍ତୁ ;

ପଦ୍ମାବତ୍‌ର ମୁକ୍ତିଲାଭକୁ ନେଇ ବିରୋଧ ଏବଂ ହିଂସା

Related posts

ଉଦର ସମ୍ବନ୍ଧୀୟ ରୋଗରୁ ମୁକ୍ତି ଓ ରୋଗ ପ୍ରତିଶୋଧକ ଶକ୍ତି ବୃଦ୍ଧି କରେ ଚକୋଲେଟ

ENO Beuro

ଅତ୍ୟଧିକ ଟମାଟୋ ଖାଇବା ଦ୍ଵାରା କେଉଁ ରୋଗ ଦୂର ହୋଇଥାଏ ଜାଣନ୍ତୁ ?

ENO Beuro

ରସୁଣର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ !

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More