EnewsOdia.Com

ହଜି ଯାଇଥିବା ଚମକକୁ ଚୁଟ୍‌କିରେ ଫେରାଇ ଆଣିବ ଅଙ୍ଗୁର ଫେସ୍‌ପ୍ୟାକ୍

ଶୀତଦିନେ ଥଣ୍ଡା ପବନ ଯୋଗୁ ଅଧିକାଂଶ ଲୋକମାନଙ୍କର ତ୍ୱଚା ଶୁଷ୍କ ହୋଇଯିବା ସହ ଚମକ ମଧ୍ୟ ହଜିଯାଏ। ତେଣୁ ଶୀତ ଦିନେ ତ୍ୱଚା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏପରି ଏକ ଘରୋଇ ଫେସ୍‌ପ୍ୟାକ୍ ଅଛି, ଯାହାକୁ ବ୍ୟବହାର କରିବା ଦ୍ବାରା ଶୀତ ଦିନେ ମଧ୍ୟ ତ୍ବଚା ଚମକିବ। ଏହା ସହିତ ତ୍ବଚାର ଶୁଷ୍କତା ଦୂର ହେବ। ଘରୋଇ ଉପଚାରଟି ହେଉଛି ଅଙ୍ଗୁର ଫେସ୍‌ପ୍ୟାକ୍‌ର ବ୍ୟବହାର। ଘରେ ଅଙ୍ଗୁର ଫେସ୍‌ପ୍ୟାକ୍‌ ପ୍ରସ୍ତୁତ କରି ବ୍ୟବହାର କରିବା ଦ୍ବାରା ତ୍ୱଚାର ନମନୀୟତା ବଜାୟ ରହିବା ସହ ପୋଷଣ ମିଳିପାରିବ। ଏଥିସହ ତ୍ୱଚାରୁ ଦାଗ ଦୂର ହୋଇ ଏକ ଅଦ୍ଭୁତ ଚମକ ଦେଖାଦେବ। ଆସନ୍ତୁ ଜାଣିବା ଅଙ୍ଗୁର ଫେସ୍‌ପ୍ୟାକ୍‌ର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ।

ଭିଟାମିନ-ସିରେ ଭରପୁର ଥିବା ଅଙ୍ଗୁର ତ୍ୱଚାରେ ଚମକ ଆଣିବା ସହ ଅନେକ କ୍ଷତିରୁ ମଧ୍ୟ ରକ୍ଷା କରିଥାଏ। ଏଥିପାଇଁ ଏକ ମୁଠା ଅଙ୍ଗୁରକୁ ପେଷି ସେଥିରେ ୧ ଚାମଚ ଅଲିଭ ଅଏଲ୍‌ ମିଶାନ୍ତୁ। ଏହି ମିଶ୍ରଣକୁ ତ୍ୱଚାରେ ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖିବା ପରେ ହାଲୁକା ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଶୀଘ୍ର ସୁଫଳ ଚାହୁଁଥିଲେ, ଏହି ଫେସ୍‌ପ୍ୟାକ୍‌କୁ ମାସରେ ୧ ରୁ ୨ ଥର ନିଶ୍ଚିନ୍ତ ଲଗାନ୍ତୁ। ଏହାଦ୍ୱାରା ତ୍ୱଚା କୋମଳ ଓ ଚମକପ୍ରଦ ରହିବା ସହ ତ୍ୱଚାରୁ ଦାଗ ଏବଂ ବ୍ରଣ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଶୀତ ଦିନ ବ୍ୟତୀତ ଅଲଗା ଦିନରେ ବି ଆପଣ ଏହାକୁ ବ୍ୟବହାର କରିପାରିବେ।

ପଢନ୍ତୁ: ଷ୍ଟ୍ରେସ୍‌ଠାରୁ ଦୂରେଇ ରହିବାର କେତୋଟି ଉପାୟ

ସମ୍ବନ୍ଧିତ ଖବର

ଏହି ଚାଉଳ ଖାଇଲେ ହେବନାହିଁ ଡାଏବେଟିସ, ଦୂରେଇବ କ୍ୟାନସର

Ratnamani Maharana

ଶୀତ ଦିନେ କ’ଣ ପାଇଁ ମାଛ ଖାଇବା ଦରକାର? ଜାଣନ୍ତୁ ଏହାର ୭ଟି ଫାଇଦା

Ratnamani Maharana

ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରୁଛି କି ? ଆପଣାନ୍ତୁ ଏହିସବୁ ଉପାୟ

Ratnamani Maharana

ଫିଡସ୍ ଭଳି ରୋଗକୁ ୧୫ ଦିନରେ ସମୂଳେ ନାଶ କରିବା ଭଳି ସାହସ ରଖେ ଏହି ଆୟୁର୍ବେଦିକ ବିଧି

Ratnamani Maharana

ଜାଣନ୍ତୁ ଗରମ ପାଣି ପିଇବାରର କେତେକ ଫାଇଦା ସମ୍ପର୍କରେ

Ratnamani Maharana

ହ୍ୟାଙ୍ଗଓଭର ଉତାରିବା ଲାଗି ଆପଣାନ୍ତୁ ଏହି ଉପାୟ

Ratnamani Maharana