LIFESTYLE

ଆସନ୍ତୁ ଜାଣିବା ବରଫକୁ ଆମେ କେଉଁ କେଉଁଥିରେ ବ୍ୟବହାର କରି ପାରିବା ?

ବରଫର ବ୍ୟବହାର କେଉଁ ସମୟରେ କରିବା

ଆପଣ ବରଫର ବ୍ୟବହାର ନିତିଦିନଆ ଜୀବନରେ ଅନେକଥର କରୁଥିବେ ।  ସରବତ୍‌ ହେଉ ବା ପାଣି, ଖରା ଦିନେ ସମସ୍ତେ ବରଫର ବ୍ୟବହାର ଅଧିକ କରିଥାନ୍ତି । ଆପଣ ଜାଣିଛନ୍ତି କି? ବରଫର ବ୍ୟବହାର ଅନ୍ୟ କେଉଁ କେଉଁ ଜିନିଷରେ କରାଯାଇ ପାରିବ? ଆସନ୍ତୁ ଜାଣିବା ବରଫକୁ ଆମେ କେଉଁ କେଉଁଥିରେ ବ୍ୟବହାର କରି ପାରିବା ।

ଯଦି ଆପଣ ଅଧିକ ଖାଇ ଦେଇଛନ୍ତି ଏବଂ ତାହା ହଜମ ହେଉ ନାହିଁ, ତେବେ ବରଫ ଖାଇ ନିଅନ୍ତୁ । ଖାଦ୍ୟ ଶୀଘ୍ର ହଜମ ହୋଇଯିବ ।

ପିତା ଔଷଧ ଖାଇବା ପୂର୍ବରୁ ପାଟିରେ ବରଫ ରଖି ନିଅନ୍ତୁ ଔଷଧ ପିତା ଲାଗିବ ନାହିଁ ।ପ୍ଲାଷ୍ଟିକରେ ବରଫ ଭର୍ତ୍ତି କରି ମୁଣ୍ଡରେ ରଖିଲେ ମୁଣ୍ଡ ବିନ୍ଧା ଭଲ ହୋଇଥାଏ । ଏହା ଫଳରେ ଆପଣଙ୍କୁ ଆରାମ ମିଳିଥାଏ ।

ଆଇବ୍ରୋ ସେପ୍‌ କରିବା ସମୟରେ ଯଦି ଅଧିକ କଷ୍ଟ ହେଉଛି ତେବେ ବରଫକୁ ସେହି ଭାଗରେ ଘସିବା ପରେ ସେପ୍‌ କରନ୍ତୁ କଷ୍ଟ ଜଣା ପଡ଼ିବ ନାହିଁ । ଆଇବ୍ରୋ ସେପ୍‌ କରିବା ସମୟରେ ଯଦି ଟିକେ ଖଣ୍ଡିଆ ହୋଇ ଗଲା ତେବେ ସେ ଜାଗାରେ ବରଫ ଲଗାନ୍ତୁ ।

ନାକରୁ ରକ୍ତ ବାହାରିଲେ ବରଫକୁ ଏକ କପଡ଼ାରେଗୁଡ଼ାଇ ନାକର ଚାରି ପାଖରେ ରଖନ୍ତୁ । କିଛି ସମୟ ପରେ ରକ୍ତ ବାହାରିବା ବନ୍ଦ ହୋଇଯିବ । ବାନ୍ତି ଲାଗୁଥିଲେ ବରଫକୁ ଥଣ୍ଡା ପାଣିରେ ମିଶାଇ ପିଅନ୍ତୁ। ଏମିତି କରିବା ଦ୍ଵାରା ବାନ୍ତି ଲାଗିବା ବନ୍ଦ ହୋଇଯିବ ।

ଆସନ୍ତୁ ଜାଣିବା ବରଫକୁ ଆମେ କେଉଁ କେଉଁଥିରେ ବ୍ୟବହାର କରି ପାରିବା ? ice 1
ପଢନ୍ତୁ ;

‘ଯୋଗୀ’ରେ ଏକ ନୂଆ ଯୋଡିକୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ

Related posts

ଓଠ ଫଟା ସମସ୍ୟା ରୁ କେମିତି ରକ୍ଷା ପାଇବେ ସେ ବିଷୟରେ କିଛିଟା ଘରୋଇ ଉପାୟ ବିଷୟରେ ଯାଣନ୍ତୁ

Krishna Kumar Manoj

ଆପଣଙ୍କ ମୁହଁରେ ଥିବା କଳା ଦାଗ ପାଇଁ ଚିନ୍ତିତ ଅଛନ୍ତି କି? ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

Krishna Kumar Manoj

ଭାଲେଣ୍ଟାଇନ୍ ଦିବସରେ କ’ଣ ଉପହାର ଦେବେ ଆପଣଙ୍କ ମନର ମଣିଷକୁ ଆସନ୍ତୁ ଜାଣିବା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More