LIFESTYLE

ଜିରା ଓ ଗୁଡ଼ ମିଶ୍ରିତ ପାନୀୟ ପିଇବା ଦ୍ଵାରା କି କି ଲାଭ ମିଳେ ଆସନ୍ତୁ ଜାଣିବା

ଆଜିକାଲି ଲୋକଙ୍କର ରୋଗ ପ୍ରତିଶେଧକ ଶକ୍ତି ଧୀରେ ଧୀରେ କମ ହେବାରେ ଲାଗୁଛି । ଯାହାଦ୍ୱାରା ସବୁବେଳେ ରୋଗର ଶିକାର ହେଉଛନ୍ତି । ଶାରୀରିକ ଦୁର୍ବଳତା, ରକ୍ତହୀନତା, ଜ୍ୱର, ଋତୁସ୍ରାବରେ ଅନିୟମିତତା, ଅଳ୍ପ ଓଜନ ଆଦି ଅସୁବିଧା ଖରାପ ଜୀବନଶୈଳୀ ଯୋଗୁଁ ହୋଇଥାଏ । ପ୍ରକୃତିରେ ଏପରି ଜିିନିଷ ରହିଛି ଯାହାଦ୍ୱାରା ଏପରି ସମସ୍ୟାରୁ ଖୁବ ସହଜରେ ରକ୍ଷା ମିଳିପାରିବ ।

ଜିରା ଓ ଗୁଡ଼ ମିଶ୍ରିତ ପାଣି ସ୍ୱାସ୍ଥ୍ୟ ପାଇଁ ବେଶ ହିତକର । ଏହି ମିଶ୍ରଣକୁ ଆୟୁର୍ବେଦରେ ମଧ୍ୟ ସ୍ଥାନ ମିଳିଛି । ଜିରା ଓ ଗୁଡ଼ ମିଶ୍ରିତ ପାଣିରେ ଆଇରନ ଅଧିକ ପରିମାଣରେ ଥାଏ ଯାହା ରକ୍ତହୀନତା ପରି ରୋଗରୁ ରକ୍ଷା କରେ । ଏହି ମିଶ୍ରଣକୁ ପାଖାପାଖି ୩୦ ଦନ ପର୍ଯ୍ୟନ୍ତ ଲଗାତାର ପିଅନ୍ତୁ । ଯାହାର ପ୍ରଭାବ ଆପଣଙ୍କ ଶରୀର ଉପରେ ନଶ୍ଚିତ ପଡ଼ିବ ।

ଜିରା ଓ ଗୁଡ଼ ମିଶ୍ରିତ ପାନୀୟର ଉପକାରିତା

ଦୁଇ କପ ପାଣିରେ ଏକ ଚାମଚ ଜିରା ଓ କିଛି ଗୁଡ଼ ମିଶାନ୍ତୁ । ଏହାକୁ କିଛି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହି ସବୁ ମିଶ୍ରଣ ଫୁଟି ଫୁଟି ଏକ କପ ହେଲେ ତାକୁ ବାହର କରନ୍ତୁ । ଏବେ ଏହି ପାଣିକୁ ଆପଣ ପିଇପାରିବେ । ଏହି ପାନୀୟକୁ ଆପଣ ପ୍ରତିଦିନ ପ୍ରାତଃଭୋଜନ କରିବା ପର୍ବୂରୁ ସେବନ କରନ୍ତୁ ଏବଂ ରୋଗ ମୁକ୍ତ ହୁଅନ୍ତୁ ।

ଶରୀରରେ ଅନେକ ସମୟରେ ପୀଡ଼ା ଅନୁଭବ ହୁଏ । ଯଦି ଏପରି ହେଉଛି ତେେ ଏହି ପାନୀୟ ପିଅନ୍ତୁ  । ଜିରା ଓ ଗୁଡ଼ ପାଣିରେ ଆଣ୍ଟି ଏଲିମେଣ୍ଟାରୀ ଗୁଣ ଥିବା ଯୋଗୁଁ ଯାହାଦ୍ୱାରା ଏହା ପ୍ରଭାବିତ ଭାଗରେ ରକ୍ତ ପ୍ରବାହକୁ ବଢ଼ାଇ ଶରୀରରେ କଷ୍ଟ କିଛି ପର୍ଯ୍ୟନ୍ତ ହାଲୁକା କରେ ।

ପ୍ରାୟତଃ ଦେଖାଯାଏ ଅଧିକରୁ ଅଧିକ ମହିଳା ଓ ଝିଅମାନେ ରକ୍ତହୀନତା ରୋଗର ଶିକାର ହୁଅନ୍ତି । ଗୁଡ଼ ଓ ଜିରା ପାଣି ପିଇବା ଦ୍ୱାରା ରକ୍ତହୀନତା ରୋଗରୁ ଖୁବ ଶୀଘ୍ୟ ରକ୍ଷା ମିଳିବ ।

ମୁଣ୍ଡବ୍ୟଥାରୁ ମୁକ୍ତି ପାଇବା ପାଇଁ ମଧ୍ୟ ଆପଣ ଜିରା ଓ ଗୁଡ଼ ମିଶ୍ରିତ ପାଣି ପିଅନ୍ତୁ । ଏହାସହ ଆପଣ ଯଦି ଜ୍ୱରରେ ପୀଡ଼ିତ ତେବେ ମଧ୍ୟ ଏହି ପାନୀୟ ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ ।

ଜିରା ଓ ଗୁଡ଼ ମିଶ୍ରିତ ପାଣି ଏସିଡ଼ର ପ୍ରଭାବକୁ ମଧ୍ୟ କମ କରିବାରେ ସାହାଯ୍ୟ । ଏହି ପାନୀୟ ପିଇବା ଦ୍ୱାରା ପେଟ ଫୁଲିବା ଓ ଏସିଡ଼ିଟି ରୋଗରୁ ମୁକ୍ତି ମିଳେ ।

ପଢନ୍ତୁ ;

ନିର୍ବନ୍ଧରୁ ବାହାଘର ପର୍ଯ୍ୟନ୍ତ ଏହି ସବୁ ଦିଗରେ ଧ୍ୟାନ ରଖନ୍ତୁ

Related posts

ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ “କାକୁଡି”

ENO Beuro

ମୋଟାପଣକୁ ଦୂର କରିଥାଏ ଦହିଭାତ! ଜାଣନ୍ତୁ ଦହିଭାତ ଖାଇବା ଦ୍ଵାରା କେଉଁ ଶାରୀରିକ ସମସ୍ୟା ଦୂର ହୋଇଥାଏ।

ENO Beuro

ଅତ୍ୟଧିକ ଛେନା ଖାଉଛନ୍ତି କି? ତେବେ ଜାଣିରଖନ୍ତୁ ଏହା ଶରୀର ଉପରେ କଣ ପ୍ରଭାବ ପକାଇଥାଏ

ENO Beuro

Leave a Comment