EnewsOdia.Com

ଜାଣନ୍ତୁ ହୃଦୟ ଖୋଲି ହସିବାର କେତେକ ଫାଇଦା ସମ୍ପର୍କରେ

ଆଜିକାଲି ଅନେକ ଟେନସନ ଓ ବ୍ୟସ୍ତତା ଭିତରେ ଆମେ ସୁସ୍ଥ ରହିବା ଭୁଲିଯାଉଛୁ। ସୁସ୍ଥ ରହିବାର ସହଜ ଉପାୟ ହେଉଛି ହେଉଛି ହସିବା। ହସିବା ଦ୍ୱାରା ମନ ଓ ଶରୀର ସୁସ୍ଥ ରହିଥାଏ ଓ ମାନସିକ ସାମଞ୍ଜସ୍ୟ ମଧ୍ୟ ସଠିକ ରହିଥାଏ। ଏହାଠାରୁ ଭଳି ଭଲ ମେଡିସିନ କେଉଁଠାରେ ବି ନାହିଁ ବୋଲି କୁହନ୍ତି ବିଶେଷଜ୍ଞ। ହସିବା ଦ୍ୱାରା ମାଂସପେଶୀ କାର୍ଯ୍ୟ କରିଥାଏ। ଯାହାଦ୍ୱାରା ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ଶରୀରକୁ ମିଳିଥାଏ। ଏହାଛଡ଼ା ଖୋଲିକରି ହସିବା ଦ୍ୱାରା ଅନେକ ଗୁଡ଼ିଏ ଫାଇଦା ରହିଛି।

ହାର୍ଟ ଆଟାକରୁ ମୁକ୍ତି, ଜାଣନ୍ତୁ ହୃଦୟ ଖୋଲି ହସିବାର ଏହି 4 ବେନିଫିଟସ୍ହସିବା ଦ୍ୱାରା ଆପଣଙ୍କ ହୃଦୟ କାର୍ଯ୍ୟ କରିବା ଆରମ୍ଭ କରିଥାଏ। ରକ୍ତ ସଞ୍ଚାଳନ ବେଶ୍ ଭଲ ଭାବରେ ହୋଇଥାଏ। ଏପରିକି ହସିବା ଦ୍ୱାରା ଶରୀରରୁ ଏଣ୍ଡୋର୍ଫିନ ନାମକ କସ ନିର୍ଗତ ହୋଇଥାଏ, ଯାହା ହୃଦୟକୁ ଶକ୍ତ କରିଥାଏ।

ଡିପ୍ରେସନରୁ ରକ୍ଷା

, ଜାଣନ୍ତୁ ହୃଦୟ ଖୋଲି ହସିବାର ଏହି 4 ବେନିଫିଟସ୍ଚିନ୍ତାଗ୍ରସ୍ତ ରହିବା ପରି ରୋଗ ମାନସିକ ସ୍ଥିତିକୁ ଅନେକ ମାତ୍ରାରେ ବିଗାଡ଼ି ଥାଏ। ଯାହାର ଏକମାତ୍ର କାରଣ ଡ଼ିପ୍ରେସନ। ଡିପ୍ରେସନରେ ମଣିଷ ଉଦାସ ରହିବା ସହ ଅନେକ ମାନସିକ ରୋଗରେ ପୀଡ଼ିତ ରୁହେ। ଏହି ପ୍ରକାର ସମସ୍ୟାରୁ ମୁକ୍ତି ମିଳିବାର ଏକମାତ୍ର ଉପାୟ ହେଉଛି ହସିବା। ହସିବା ଦ୍ୱାରା ହରମୋନ ନିର୍ଗତ ଠିକ ଭାବେ ହୋଇଥାଏ। ଯାହା ମଣିଷକୁ ସୁସ୍ଥ ରଖିଥାଏ।

ସୋସଲ ଡିଜଆର୍ଡରରୁ ମୁକ୍ତି

, ଜାଣନ୍ତୁ ହୃଦୟ ଖୋଲି ହସିବାର ଏହି 4 ବେନିଫିଟସ୍ମାନସିକ ବିକାର ହେଉଛି ଏକ ପ୍ରକାର ରୋଗ ଯାହା ଦ୍ୱାରା ମଣିଷ ଘରୁ ବାହାରକୁ ଯିବା ପାଇଁ, ଘରେ ଏକା ରହିବା ପାଇଁ ଓ ଗହଳିପୂର୍ଣ୍ଣ ସ୍ଥାନକୁ ଯିବା ପାଇଁ ଡ଼ରିଥାନ୍ତି। ଏହି ପ୍ରକାର ବ୍ୟକ୍ତି ସାଧାରଣତଃ ଘରେ ଏକା ରହିବାକୁ ପସନ୍ଦ କରନ୍ତି। ଏହି ପ୍ରକାରର ରୋଗ ପାଇଁ ହସିବା ହେଉଛି ଏକମାତ୍ର ଉପାୟ। ବ୍ୟକ୍ତିଙ୍କୁ ହସିବାର ଉପାୟ ଏହି ରୋଗୀଙ୍କୁ ଶିଖାଯାଇଥାଏ।

ଭଲ ନିଦ ନିମନ୍ତେ

, ଜାଣନ୍ତୁ ହୃଦୟ ଖୋଲି ହସିବାର ଏହି 4 ବେନିଫିଟସ୍ଖାଇବା ଓ ପିଇବା ପରି ଶରୀରକୁ ଶୋଇବା ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ। କମ୍ ଶୋଇବା ବା ଠିକ ସମୟରେ ନ ଶୋଇବା ଆପଣଙ୍କ ପାଇଁ କ୍ଷତିକାରକ ଅଟେ। ହସିବା ଦ୍ୱାରା ଶରୀରରୁ ମେଲାଟନିନ ନାମକ ରସାୟନ ନିର୍ଗତ ହୁଏ, ଯାହା ଏକ ଉତ୍ତମ ନିଦ ପାଇଁ କାର୍ଯ୍ୟ କରିଥାଏ।

ପଢନ୍ତୁ: ଘରୋଇ ଉପାୟରେ ଛଡ଼ାନ୍ତୁ ଧୂମପାନ ଅଭ୍ୟାସ

 

ସମ୍ବନ୍ଧିତ ଖବର

‘ଫ୍ଲୁ’ ରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ୫ଟି ପ୍ରାକୃତିକ ଉପାୟ

Ratnamani Maharana

ଗରମ ଚା’ ବଢ଼ାଏ ଗଳା କ୍ୟାନ୍‌ସର ଆଶଙ୍କା

Ratnamani Maharana

ଆସନ୍ତୁ ଜାଣିବା, ଗୃହିଣୀଙ୍କ ପାଇଁ ୧୦ଟି ଘରକରଣା ଟିପ୍ସ

Ratnamani Maharana

ଖାଦ୍ୟ ଖାଇବା ବେଳେ ପାଣି ପିଉଥିଲେ ହୋଇଯାନ୍ତୁ ସାବଧାନ

Ratnamani Maharana

ପୁରୁଣା ଖବରକାଗଜକୁ ଘରକରଣା କାମରେ ବ୍ୟବହାର କରନ୍ତୁ, ଜାଣନ୍ତୁ କିପରି

Ratnamani Maharana

ଜାଣନ୍ତୁ ପଇଡ଼ ପାଣି ପିଇଲେ ଶରୀରକୁ କେଉଁ ୬ଟି ଫାଇଦା ମିଳିଥାଏ

Ratnamani Maharana