LIFESTYLE

ଜାଣନ୍ତୁ ଆମ୍ବ ଖାଇବା ଶରୀର ପାଇଁ କେତେ ଉପକାରୀ ?

ଆମ୍ବ ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ । ଆମ୍ବରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ଵ ଭରପୂର ରହିଛି । ଭିଟାମିନ୍ ଏ, ଲୌହ, କପର, ପୋଟାସିୟମ୍ ଭରପୂର ଏହି ଫଳ ଖାଇଲେ ଶରୀରକୁ ଶକ୍ତି ମିଳେ । ଆମ୍ବ ଖାଇବା ଶରୀର ପାଇଁ ମଧ୍ୟ ଉପକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆମ୍ବ ଖାଇବା ଶରୀର ପାଇଁ କେତେ ଉପକାରୀ ?

ଆମ୍ବର ଉପକାରିତା :-

  • ମଧୁମେହ ରୋଗରେ ପୀଡ଼ିତ ହୋଇଥିଲେ କଞ୍ଚା ଆମ୍ବ ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କ ସୁଗାର ସ୍ତର କମ ହୋଇଯିବ । ଶରୀରରେ ଆଇରନ ଅଭାବ ରହିଥିଲେ ତାହା ମଧ୍ୟ ପୂରଣ ହୋଇପାରିବ ।
  • ଯଦି ଆପଣଙ୍କର ଏସିଡିଟି ସମସ୍ୟା ରହିଛି ତେବେ କଞ୍ଚା ଆମ୍ବ ଖାଇବା ଖୁବ ଲାଭଦାୟକ ହୋଇଥାଏ । ପେଟରେ ସମସ୍ତ ପ୍ରକାର ବିକାର ଦୂର ହୋଇଥାଏ ।
  • ଗ୍ରୀଷ୍ମରେ ଦ୍ଵିପହର ଭୋଜନ ସମୟରେ ଆମ୍ବ ଖାଇବା ସ୍ଵାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ ବୋଲି ପରୀକ୍ଷାରୁ ଜଣାପଡ଼ିଛି ।
  • କଞ୍ଚା ଆମ୍ବ ନିୟମିତ ଖାଇବା ଫଳରେ ତ୍ୱଚା ଉଜ୍ୱଳ ହୁଏ ।
  • ଭିଟାମିନ୍ ସି’ ଭରପୂର ଆମ୍ବ ଖାଇବା ଦ୍ଵାରା ଶରୀରର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼େ ।
  • ଫାଇବର ତତ୍ତ୍ଵ ପରିପୂର୍ଣ୍ଣ ଏହି ଫଳରେ ୧୫୦ କ୍ୟାଲୋରୀ ଥାଏ । ଆବଶ୍ୟକତାଠାରୁ ଅଧିକ ଖାଇଲେ ତାହା ସ୍ଵାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।
  • କୃତ୍ରିମ ଉପାୟରେ ପାଚିଥିବା ଆମ୍ବ ସ୍ଵାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ।

ପଢନ୍ତୁ ;

ରକ୍ତ ସମ୍ୱନ୍ଧୀୟ ରୋଗରୁ ମୁକ୍ତି ଦେଇଥାଏ “ଖଜୁରୀ”,ଜାଣନ୍ତୁ ଏହାକୁ ପ୍ରତିଦିନ ଖାଇବା ଦ୍ଵାରା କେଉଁ ସମସ୍ୟା ଦୂର ହୋଇଥାଏ

Related posts

ସୂର୍ଯ୍ୟକିରଣଜନିତ ଟ୍ୟାନରୁ ତ୍ଵଚାକୁ ରକ୍ଷା କରିବାକୁ କମଳା ଏହି ଅଂଶକୁ ବ୍ୟବହାର କରନ୍ତୁ

ENO Beuro

ପ୍ଲାଷ୍ଟିକ ଆମ ଶରୀର ପାଇଁ କ୍ଷତିକାରକ କି ନାହିଁ, ଆସନ୍ତୁ ଜାଣିବା

ENO Beuro

ଚିନ୍ତାଗ୍ରସ୍ତ ପରେ ମଣିଷ କ’ଣ କରିଥାଏ ଜାଣନ୍ତୁ ? 

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More