LIFESTYLE

କୋମଳ ଓ ସୁନ୍ଦର ତ୍ଵଚା ଚାହୁଁଛନ୍ତି କି ? ତେବେ ଲଗାନ୍ତୁ ମୁଲତାନୀ ମାଟି

ମୁଲତାନୀ ମାଟି ସବୁଠାରୁ ଶସ୍ତା ଓ ଲାଭଦାୟକ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ଭାବେ ପରିଚିତ । ଏହା ବଜାରରେ ଖୁବ୍‌ ସହଜରେ ମଧ୍ୟ ଉପଲବ୍ଧ ହୋଇଥାଏ। ଯଦି ଏହାକୁ ଠିକ୍‌ ଭାବେ ବ୍ୟବହାର କରାଯାଏ ତେବେ ଆପଣଙ୍କର ତ୍ୱଚା ଅଧିକ କୋମଳ ଓ ସୁନ୍ଦର ହୋଇପାରିବ। ତେବେ ଆସନ୍ତୁ ଜାଣିବା ଏପରି କିଛି ଉପାୟ ବିଷୟରେ ।

କିପରି ଲଗାଇବେ ‘ମୁଲତାନୀ ମାଟି’

ମୁଲତାନୀ ମାଟିରେ ଗୋଲାପ ଜଳ ମିଶାଇ ଲଗାଇବା ମୁହଁର ୧୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଏହା ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ । ଏହା ଦ୍ଵାରା ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ ଓ ତେଲିଆ ତ୍ୱଚା ପରି ସମସ୍ୟଠାରୁ ରକ୍ଷା ପାଇହୁଏ ।

ମୁଲତାନୀ ମାଟିରେ ବାଦାମର ଛୋଟ ଛୋଟ ଖଣ୍ଡ ଓ କ୍ଷୀର ପକାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ୧୫ ମିନିଟ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ଏହା ପରେ ଥଣ୍ଡା ପାଣରେ ଧୋଇ ଦିଅନ୍ତୁ । ଏହାକୁ ମୁହଁରେ ଲଗାଇବା ଦ୍ୱାରା ମୁହଁ କୋମଳ ହେବା ସହ ରଙ୍ଗରେ ପରିବର୍ତ୍ତନ ଆସିବ ।

ପୁଦିନାର କିଛି ପତ୍ରକୁ ବାଟି ସେଥିରେ ଦହି ଓ ମୁଲତାନୀ ମାଟି ମିଶାନ୍ତୁ ।  ଏହାକୁ ସପ୍ତାହକୁ ୩ଥର ବ୍ୟବହାର କରନ୍ତୁ । ଏହାକୁ ଲଗାଇବା ଦ୍ୱାରା ମୁଁହର ଦାଗ ଓ ଚିହ୍ନ ଆଦିରୁ ରକ୍ଷା ପାଇପାରିବେ ।

ମୁଲତାନୀ ମାଟିରେ ଏକ ଚାମଚ ଚନ୍ଦନ ପାଉଡର, ଟମାଟୋ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁଁହରେ ଲଗାଇବା ଦ୍ୱାରା ତ୍ୱଚା ସୁନ୍ଦର, କୋମଳ ଓ ଦାଗମୁକ୍ତ ହୋଇଥାଏ । ପାଚିଲା ଅମୃତଭଣ୍ଡାର କିଛି ଅଂଶକୁ ଚକଟି ସେଥିରେ ଦୁଇ ଟୋପା ମହୁ ଓ ମୁଲତାନୀ ମାଟି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ମୁଁହରେ ଲଗାନ୍ତୁ। ତ୍ୱଚାର ସୁନ୍ଦରତା ବୃଦ୍ଧି ପାଇବ ।

ପଢନ୍ତୁ ;

ସୌନ୍ଦର୍ଯ୍ୟ ପାଇଁ ଘରୋଇ ଉପାୟରେ କିପରି କରିବେ ବିଟ୍ ଫେସପ୍ୟାକ୍ ଜାଣନ୍ତୁ

Related posts

ଆପଣ ପ୍ରେମରେ ପଡିଛନ୍ତି କି ? ତେବେ ମନେ ରଖନ୍ତୁ ଏହିସବୁ କଥା

ENO Beuro

ନଡିଆ ରସରେ ପ୍ରସ୍ତୁତ କରନ୍ତୁ ଖିରୀ! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ENO Beuro

ଆସନ୍ତୁ ଜାଣିବା ଏମିତି କିଛି ଫଳ ବିଷୟରେ ଯାହାକୁ ଖାଇବା ଦ୍ଵାରା ପିଲାଙ୍କ ସ୍ମୃତିଶକ୍ତି ହୋଇଥାଏ ମଜବୁତ୍

ENO Beuro

1 comment

Leave a Comment