LIFESTYLE

ଆଳୁ ଆମ ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ ?

ଆଳୁ ଏକ ମୂଳ ଜାତୀୟ ପରିବା । ଏଥିରେ ଯେମିତ ଖାଦ୍ୟସାର, ଖାଦ୍ୟପ୍ରାଣ ରହିଛି ସେମିତି କେତେକ ଔଷଧିୟ ଗୁଣ ମଧ୍ୟ ରହିଛି । ଏହା ଆମ ଶରୀର ପାଇଁ ଲାଭଦାୟକ ।  ହୃଦରୋଗ, ଆଣ୍ଠୁ ଗଣ୍ଠି ବାତ, ଘା ଆଦି ଭଲ କରେ ଆଳୁ । ତେବେ ଆସନ୍ତୁ ଜାଣିବା ଆଲୁର ଉପକାରିତା ବିଷୟରେ ।

ଆଳୁର ଉପକାରିତା :-

  • କଂଚା ଆଳୁକୁ ବାଟି ଫୁଲିବା ସ୍ଥାନରେ ଲେପ ଦେଲେ ଫୁଲା କମିଯାଏ । ମୁହଁରେ ଲଗାଇଲେ କଳା ଦାଗ ଭଲ ହୋଇଯାଏ ।
  • କଂଚା ଆଳୁକୁ ବାଟି ଆଣ୍ଠୁ ଗଣ୍ଠି ବାତ ଓ ଶିରା ପ୍ରଶିରା ଘୋଳାବିନ୍ଧାରେ ଲେପ ଦେଲେ ତାହା ଶୀଘ୍ର ଉପଶମ ହୁଏ ।
  • ଦେହ ହାତରେ ନିଆଁ , ଗରମପାଣି, ପେଜ କିମ୍ବା ତେଲ ପଡି ଗଲେ ସଙ୍ଗେ ସଙ୍ଗେ କଂଚା ଆଳୁକୁ ବାଟି ତା ଉପରେ ଲେପ ଦେଲେ ଯନ୍ତ୍ରଣା କମିଯାଏ । ଆଉ ଫୋଟକା ହୁଏନି ।
  • ଆଳୁର କ୍ଷାରୀୟ ଅଂଶ ରକ୍ତଚାପ କମାଇବାରେ ସାହାର୍ଯ୍ୟ କରେ  । ଆଳୁ ପୋଡା ଖାଇଲେ ହୃଦରୋଗରୁ ଉପଶମ ମିଳେ ।
  • ଗଣ୍ଠିବାତ, ଶିରା ପ୍ରଶିରା ରୋଗ ପାଇଁ ଆଳୁ ହେଉଛି ପଥ୍ୟ ଔଷଧ । ଅଧିକ ଆଳୁ ଖାଇଲେ ଏହି ରୋଗରୁ ଉପଶମ ମିଳେ ।
  • କଂଚା ଆଳୁକୁ ଛେଚି ରସ ବାହାର କରି ପାନ  କଲେ ଅନ୍ତନଳି ଘା’ ଭଲ ହୁଏ । କୋଷ୍ଠ କାଠିନ୍ୟ ଦୂର ହୁଏ ।

ପଢନ୍ତୁ ;

ନିୟମିତ ଧ୍ୟାନ ଓ ଯୋଗ କଲେ କ ‘ ଣ ଫାଇଦା ମିଳେ ଜାଣନ୍ତୁ  ?

Related posts

ଗରମ ଦିନେ କେଉଁ କାରଣରୁ ଓଜନ ବଢିଥାଏ ଜାଣନ୍ତୁ ? କେମିତି କରିବେ ଓଜନ ନିୟନ୍ତ୍ରଣ

ENO Beuro

ଆପଣ ଜାଣିଛନ୍ତି କି ଜୋତା ପିନ୍ଧାରୁ ଜାଣିହେବ ମହିଳାଙ୍କ ସ୍ଵଭାବ କେମିତି ?

ENO Beuro

ଖାଲି ପେଟରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ଆସନ୍ତୁ ଜାଣିବା!

ENO Beuro

2 comments

Leave a Comment