Loading...

ଆପଣ ଜାଣନ୍ତିକି କେନ୍ଦୁ ସେବନ କରିବା ଦ୍ୱାରା ଦୂର ହୋଇଥାଏ ଅନେକ ରୋଗ

ଆପଣ ଜାଣନ୍ତିକି କେନ୍ଦୁ ସେବନ କରିବା ଦ୍ୱାରା ଦୂର ହୋଇଥାଏ ଅନେକ ରୋଗ

ଆପଣମାନେ ଜାଣିଛନ୍ତି କି ସାମାନ୍ୟ ଲେମ୍ବୁ ଭଳି ଦେଖାଯାଉଥିବା ଏହି କେନ୍ଦୁରେ ଅନେକ ଗୁଣ ଲୁଚିକି ରହିଛି । ଯାହା ଅନେକ ରୋଗରୁ ଦୂରେଇ ରଖିଥାଏ । ତେବେ ଆସନ୍ତୁ ଜାଣିବା କେନ୍ଦୁର ଫାଇଦା ବିଷୟରେ ।

ଫଳ ଭିତରେ କେନ୍ଦୁ ହେଉଛି ଏକ ଫଳ । ଯାହା ଦେଖିବାକୁ ଲେମ୍ବୁ ଭଳି ଗୋଲ ହୋଇଥାଏ । ଏହା ପାଚିଲା ପରେ ସମ୍ପୂର୍ଣ୍ଣ ହଳଦିଆ ହୋଇଯାଇଥାଏ । ଏହା ଖାଇବାକୁ ମଧ୍ୟ ସ୍ୱାଦିଷ୍ଟ ଲାଗିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ସାମାନ୍ୟ ଲେମ୍ବୁ ଭଳି ଦେଖାଯାଉଥିବା ଏହି କେନ୍ଦୁରେ ଅନେକ ଗୁଣ ଲୁଚିକି ରହିଛି । ଯାହା ଅନେକ ରୋଗରୁ ଦୂରେଇ ରଖିଥାଏ । ତେବେ ଆସନ୍ତୁ ଜାଣିବା କେନ୍ଦୁର ଫାଇଦା ବିଷୟରେ ।

କଞ୍ଚା କେନ୍ଦୁ ସେବନ କରିବା ଦ୍ୱାରା ପାଚନ ଶକ୍ତି ମଜବୁତ ହୋଇଥାଏ । ଅବଶ୍ୟ ପାଚିଲା କେନ୍ଦୁ ମିଠା ଏବଂ ଗରିଷ୍ଠ ହୋଇଥାଏ । ଏହା ରକ୍ତବିକାରକୁ ଦୂର କରିବାରେ ଏବଂ କଫକୁ ନଷ୍ଟ କରିଥାଏ । ଶରୀରର କୌଣସି ଅଂଶରେ ଆଘାତ ଲାଗିବା ଦ୍ୱାରା ଲଗାତର ରକ୍ତ ବୋହୁଥିଲେ ସେହି ସ୍ଥାନରେ କେନ୍ଦୁ ରସ ଲଗାଇବା ଦ୍ୱାରା ଫାଇଦା ହୋଇଥାଏ ।

ବାରମ୍ବାର ହେଉଥିବା ଜ୍ୱର ପାଇଁ ଖୁବ୍ ଲାଭଦାୟୀ ହୋଇଥାଏ କେନ୍ଦୁ । ଏହା ପାଟି ଘା’କୁ ମଧ୍ୟ ଦୁର କରିଥାଏ । ସେଥିପାଇଁ ଏହି ଫଳର ଚୁର୍ଣ୍ଣକୁ ଗରମ ପାଣିରେ ମିଶାଇ କୁଳକୁଜା କରିବା ଉଚିତ୍ । ଡାଇରିଆରେ ମଧ୍ୟ ଏହା ଲାଭ ଦାୟକ ହୋଇଥାଏ । ଏହି ସମସ୍ୟାରେ କେନ୍ଦୁ ସେବନ କରିବା ଲାଭଦାୟକ ହୋଇଥାଏ ।
ସେହିପରି ନିୟମିତ କେନ୍ଦୁ ସେବନ କରିବା ଦ୍ୱାରା କିଡନୀ ସୁସ୍ଥ ରହିଥାଏ ଏବଂ କିଡନୀ ସମ୍ବନ୍ଧୀୟ କୌଣସି ସମସ୍ୟା ଉପୁଜିନଥାଏ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.