LIFESTYLE

ଚର୍ମରୋଗ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ରକ୍ଷା କରିଥାଏ ଚାଉଳ

ଚାଉଳର ଉପକାରିତା

ଛତିଶଗଡରେ ମିଳୁଥିବା ଏହି ତିନୋଟି କିସମର ଚାଉଳ ନିୟମିତ ଖାଇଲେ କ୍ୟାନସର ରୋଗର ନିରାକରଣ ହୋଇ ପାରିବ । ଏହି ୩ଟି କିସମର ଚାଉଳ ହେଲା ମହାରାଜି , ଲାଇଛା ଓ ଗଠବାନ । ଖାଲି କ୍ୟାନସର ନୁହଁ ଚର୍ମରୋଗ ଓ ଆଣ୍ଠୁଗଣ୍ଠି ସମସ୍ୟାରୁ ଆପଣ ମୁକ୍ତି ପାଇ ପାରିବେ ।

ଏକ ଗବେଷଣାରୁ ଜଣାପଡିଛି କି ଚାଉଳରେ ଏହି ୩ଟି କିସମରେ ଫୁସଫୁସ ,ସ୍ତନ କର୍କଟର ପ୍ରତିରୋଧ ପାଇଁ ଆବଶ୍ୟକ କ୍ଷମତା ରାଗିଛି । ଏଗୁଡ଼ିକର ମଧ୍ୟ କୌଣସି ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ନାହିଁ । ତେଣୁ ଏ ସବୁ ଦ୍ଵାରା ଶରୀରରେ ଥିବା କ୍ୟାନସାର କୋସିକ ଗୁଡିକ ନଷ୍ଟ ହେଲେ ମଧ୍ୟ ଅନ୍ୟ କୋସିକ ପ୍ରଭାବିତ ହୋଇ ନଥାଏ ।

ଏହି ତିନୋଟି କିସମରେ କିଛି ଉପାଦାନ ରହିଛି । ଯାହା କି କେବଳ କ୍ୟାନସର କୋଷିକାର ସଂଖ୍ୟା ବୃଦ୍ଧିକୁ ରୋକେ ନାହିଁ ସେଗୁଡିକୁ ନଷ୍ଟ ମଧ୍ୟ କରିଦେଇଥାଏ । ଦିନକୁ ଏହି କିସମର ଚାଉଳ ୨୦୦ ଗ୍ରାମ ଖାଇଲେ ଜଣକ ଦେହରେ ଏଭଳି ଉପାଦାନ ଆବଶ୍ୟକ ପରିମାଣରେ ଉପଲବ୍ଧ ହୋଇପାରିବ।

ଛତିଶଗଡରେ ଅନେକ ଭାଗ ବିଶେଷ କରି ବସ୍ତି ପରି ଆଦିବାସୀ ଅଞ୍ଚଳରେ ଔଷଧୀୟ ଗୁଣ ଥିବା ଏହି ତିନି କିସମର ଚାଉଳକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଇଥାଏ । ଚର୍ମରୋଗ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣା ସମସ୍ୟା ପାଇଁ ଲୋକେ ଏହି ଚାଉଳକୁ ବ୍ୟବହାର କରିଥାନ୍ତି ।

ପଢନ୍ତୁ ;

ଆଗକୁ ବକ୍ସ ଅଫିସରେ ଦେଖିବାକୁ ପାଇବେ ଏହି ୩ ସୁନ୍ଦରୀଙ୍କ ଟକ୍କର

Related posts

ବଦଳୁଥିବା ପାଗ ସହ ନିଜକୁ ରଖନ୍ତୁ ଫିଟ୍ ! ଆସନ୍ତୁ ଜାଣିବା କିଛି ଟିପ୍ସ

ENO Beuro

ଉତ୍ତମ ଜୀବନଶୈଳୀରୁ ସୁସ୍ଥ ହୃତପିଣ୍ଡ କିପରି ପାଇବେ ନଜର ପକାନ୍ତୁ

ENO Beuro

ଜାଣନ୍ତୁ ଗାଧୋଇଲା ବେଳେ କେଉଁ ସବୁ ଭୁଲ କରିବେ ନାହିଁ?

ENO Beuro

2 comments

Leave a Comment