VASTU

ଭଗବାନ ଶିବଙ୍କର ଏହି ରୁଦ୍ରାକ୍ଷ ପିନ୍ଧିବା ଦ୍ଵାରା କି ଲାଭ ମିଳିଥାଏ ଜାଣନ୍ତୁ 

By Krishna Kumar Manoj

July 11, 2018

ରୁଦ୍ରାକ୍ଷରେ ଥାଏ  ଚମତ୍କାର ଶକ୍ତି

କୁହାଯାଏ କି ଭଗବାନ ଶିବଙ୍କୁ ପ୍ରଶନ କରିବା ବହୁତ ସହଜ । ଶିବଙ୍କ ରୁଦ୍ରାକ୍ଷ ସମସ୍ତେ ପିନ୍ଧିବାକୁ ଭଲ ପାଆନ୍ତି ଓ ବାସ୍ତୁଶାସ୍ତ୍ର ଅନୁସାରେ ଏହାକୁ ପବିତ୍ର କରି ପିନ୍ଧିଲେ ଅନେକ ଶୁଭ ଫଳ ପ୍ରାପ୍ତି ହୁଏ ।ଶିବଙ୍କ ପୁରାଣରେ ଏହି ରୁଦ୍ରାକ୍ଷର ମହତ୍ୱ ବର୍ଣ୍ଣନା କରାଯାଇଛି । ଏହି ପୁରାଣରେ ମଧ୍ୟ ବିଭିନ୍ନ ପ୍ରକାରର ରୁଦ୍ରାକ୍ଷର ବିଶେଷ ମହତ୍ୱ ବର୍ଣ୍ଣନା କରାଯାଇଛି ।

ବହୁ ବର୍ଷ ପୂର୍ବେ ଭଗବବାନ ଶିବ ଧ୍ୟାନରେ ମଗ୍ନ ଥିଲେ । ଆଖି ଖୋଲିଲା ପରେ ତାଙ୍କ ଆଖିରୁ ଲୁହ ବାହାରିଲା ଯାହା କି ଧରତି ଉପରେ ପଡିଲା । ଭଗବାନ ଶିବଙ୍କ ଲୁହ ଯେଉଁଠି ପଡିଲା ସେଇ ଜାଗାରେ ରୁଦ୍ରାକ୍ଷର ଗଛ ହେଲା ।

ଭଗବାନ ଶିବଙ୍କୁ ଯିଏ ମନରୁ ଡାକେ ତାଙ୍କ ମନସ୍କାମନା ଶୀଘ୍ର ପୂର୍ଣ୍ଣ ହୋଇଯାଏ । ରୁଦ୍ରାକ୍ଷ ନିୟମ ଅନୁସାରେ ପିନ୍ଧିଲେ ବ୍ୟକ୍ତିର ସମସ୍ତ ସମସ୍ୟା ଦୂର ହୋଇଥାଏ ।

ଏକମୁଖୀ ରୁଦ୍ରାକ୍ଷ ଧାରଣ କରୁଥିବା ବ୍ୟକ୍ତି କେବେ ଗରିବ ହୁଅନ୍ତି ନାହିଁ । ସବୁ ବେଳେ ଖୁସିରେ ରୁହନ୍ତି । ଭଗବାନ ଶିବଙ୍କ କୃପା ସବୁବେଳେ ସେହି ଲୋକଙ୍କ ଉପରେ ଥାଏ ।

ରୁଦ୍ରାକ୍ଷ ପିନ୍ଧିବା ଦ୍ଵାରା  ମାଆ ଲକ୍ଷ୍ମୀ ଙ୍କ କୃପା ଏମାନଙ୍କ ଉପରେ ସର୍ବଦା ଥାଏ । ଯଦି କେହି ଖୁସି ରଖିବାକୁ ଚାହୁଁଛି ତେବେ ମୁଖି ରୁଦ୍ରାକ୍ଷ ଧାରଣ କରିବା ଉଚିତ । କେବେ ବି ଧନର ଅଭାବ ରହେ ନାହିଁ ।

ପଢନ୍ତୁ ;

କେଉଁ ରଙ୍ଗର ଗଣେଶ ମୂର୍ତି ପୂଜା କଲେ ଶୁଭ ମିଳିଥାଏ ଜାଣନ୍ତୁ ?