Loading...

ଜାଣନ୍ତୁ ଶଙ୍ଖ ବଜାଇବାର ପୌରାଣିକ ମହତ୍ୱ

ଜାଣନ୍ତୁ ଶଙ୍ଖ ବଜାଇବାର ପୌରାଣିକ ମହତ୍ୱ

ହିନ୍ଦୁ ପୂଜା ପଦ୍ଧତି ରେ ଶଙ୍ଖ ବଜାଇବାର ବିଧି ରହିଛି । ଶଙ୍ଖର ଧ୍ୱନି ଶୁଭତାର ପ୍ରତିକ ହୋଇଥାଏ । ଭଗବାନ ବିଷ୍ଣୁ ତାଙ୍କ ହସ୍ତରେ ଶଙ୍ଖ ଧାରଣ କରିଛନ୍ତି ।

ହିନ୍ଦୁ ପୂଜା ପଦ୍ଧତି ରେ ଶଙ୍ଖ ବଜାଇବାର ବିଧି ରହିଛି । ଶଙ୍ଖର ଧ୍ୱନି ଶୁଭତାର ପ୍ରତିକ ହୋଇଥାଏ । ଭଗବାନ ବିଷ୍ଣୁ ତାଙ୍କ ହସ୍ତରେ ଶଙ୍ଖ ଧାରଣ କରିଛନ୍ତି । ବ୍ରହ୍ମବ୍ୟବର୍ତ୍ତ ପୁରାଣ ରେ ଶଙ୍ଖର ମହତ୍ୱ ବିଷୟରେ କୁହାଯାଇଛି । ପୁରାଣ ଅନୁଯାୟୀ ଶଙ୍ଖରେ ଜଳ ରଖିବା ଏବଂ ସେହି ଜଳକୁ ଚାରିଆଡେ ଛିଞ୍ଚିବା ଦ୍ୱାରା ବାତାବରଣ ଶୁଦ୍ଧ ହୋଇଥାଏ । ଧାର୍ମିକ ଏବଂ ବୈଜ୍ଞାନିକ ରୂପେ ଶଙ୍ଖ ଖୁବ୍ ମହତ୍ୱପୂର୍ଣ୍ଣ । ବୈଦିକ କର୍ମକାଣ୍ଡ ଅନୁଯାୟୀ ପୂଜା-ପାଠରେ ଶଙ୍ଖର ବିଶେଷ ମହତ୍ୱ ରହିଛି । ଶଙ୍ଖ ଧ୍ୱନିରେ ଚତୁଃପାଶ୍ୱର୍ର ବାତାବରଣ କେବଳ ଶୁଦ୍ଧ ହୁଏ ତାହାନୁହେଁ, ବରଂ ଏହାଦ୍ୱାରା ଅନେକ ରୋଗ ବି ଦୂର ହୋଇଥାଏ ।

୧) ବାସ୍ତୁ ଅନୁସାରେ, ଶଙ୍ଖନାଦ ଏବଂ ଶଙ୍ଖ ରଖିବା ଦ୍ୱାରା ଅନେକ ଫାଇଦା ହୋଇଥାଏ । ନିୟମିତ ରୂପେ ଶଙ୍ଖ ବଜାଇବା ଦ୍ୱାରା ସ୍ୱାସ୍ଥ୍ୟ ପକ୍ଷେ ହିତକର । ସେ ତେଣିକି ଛୋଟ ଶଙ୍ଖ ହେଉ ଅବା ବଡ ଶଙ୍ଖ । କୁହାଯାଏ କି ଶଙ୍ଖ ବଜାଇବା ଦ୍ୱାରା ହୃଦ୍ ସମ୍ବନ୍ଧୀୟ ରୋଗ ହୋଇନଥାଏ ।

୨) ସେହିପରି ଫେଙ୍ଗଶୁଇ ଅନୁସାରେ, ଘରେ ଶଙ୍ଖ ରଖିବା ଶୁଭ ହୋଇଥାଏ । ଏହା କାର୍ଯ୍ୟକ୍ଷେତ୍ରରେ ସୁଖ ସମୃଦ୍ଧି ଆଣିଥାଏ । ଶଙ୍ଖ ରଖିବା ମାତ୍ରେ ହିଁ ବ୍ୟବସାୟରେ ଉନ୍ନତି ହୋଇଥାଏ । ଭଗବାନ ବୁଦ୍ଧଙ୍କ ପାଦରୁ ସୃଷ୍ଟି ହୋଇଥିବା ୮ଟି ଚିହ୍ନ ମଧ୍ୟରୁ ଶଙ୍ଖ ଅନ୍ୟତମ ।

୩) ବୈଜ୍ଞାନିକଙ୍କ କହିବାନୁଯାୟୀ,ଶଙ୍ଖ ଧ୍ୱନି ଦ୍ୱାରା ବାତାବରଣରେ ଥିବା ଜୀବାଣୁ ଏବଂ କୀଟାଣୁ ନାଶ ହୋଇଥାଏ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.