LIFESTYLE

ସୁସ୍ଥ ରହିବା ପାଇଁ ସ୍କିପିଂ କେତେ ଉପକାରୀ ଆସନ୍ତୁ ଜାଣିବା

ବର୍ତ୍ତମାନର ବ୍ୟସ୍ତ ଜୀବନ ଭିତରେ ନିଜ ଶରୀର ପ୍ରତି ଅଧିକାଂଶ ମହିଳା ଯତ୍ନଶୀଳ ହୋଇପାରୁ ନାହାନ୍ତି । ଫଳରେ ମେଦବହୁଳତା ଓ ଏହାସହ ଜଡିତ ରୋଗର ଶିକାର ହେଉଛନ୍ତି । ଏକ୍ଷେତ୍ରରେ ମହିଳାମାନେ ପ୍ରତିଦିନ ବ୍ୟାୟାମ କରିବା ଉଚିତ୍ । ଯଦି ଏଥିପାଇଁ ଆପଣଙ୍କ ପାଖରେ ସମୟର ଅଭାବ ରହିଛି ତେବେ, ତେବେ ଆପଣ ଦୌଡି ଡିଅାଁ ବା ସ୍କିପିଂ କରିପାରିବେ ।

ସ୍କିପିଂର ଉପକାରିତା

ସ୍କିପିଂ କରିବା ଦ୍ୱାରା ସବୁ ଅଙ୍ଗର ବ୍ୟାୟାମ ହେଉଥିବା ଯୋଗୁଁ ରକ୍ତ ସଞ୍ଚାଳନ ଭଲ ହୋଇଥାଏ ।ଫଳରେ ଶରୀର ସୁସ୍ଥ ରହିବା ସହ ତ୍ୱଚାରେ ଚମକ ଆସିଥାଏ ।ଏହାସହ ଶରୀରରୁ ଅତିରିକ୍ତ ଚର୍ବି ମଧ୍ୟ କମିଯାଏ ।ଏହା ଶରୀରରେ ଅମ୍ଳଜାନର ପରିମାଣ ବୃଦ୍ଧି କରାଏ ।ଯାହାଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଇବା ସହ ମସ୍ତିସ୍କ ସୁସ୍ଥ ରହେ।

ସ୍କିପିଂ ସମୟରେ ଉଭୟ ହାତ ଓ ଗୋଡର ସଞ୍ଚାଳନ ଭଲଭାବେରେ ହୋଇଥାଏ । ଯାହାଦ୍ୱାରା ହାତ, ଗୋଡର ମାଂଶପେଶୀ ଶକ୍ତ ହେବା ସହ ଆଣ୍ଠୁଗଣ୍ଠି ବିନ୍ଧାରୁ ମଧ୍ୟ ମୁକ୍ତି ମିଳେ ।

ଏହି ସମୟରେ ଫୁସଫୁସକୁୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ପହଞ୍ଚୁଥିବାରୁ ଶ୍ୱାସକ୍ରିୟା ଜନିତ ସମସ୍ୟାରୁ ରକ୍ଷା ମିଳେ ଓ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

ଏହି ବ୍ୟାୟାମ କରିବା ଦ୍ୱାରା ଶରୀରରୁ ପ୍ରଚୁର ଝାଳ ବାହାରୁ ଥିବାରୁର କ୍ୟାଲୋରୀ ଶୀଘ୍ର ହ୍ରାସ ପାଇଥାଏ । ଯାହା ଶରୀରରୁ ଅଦରକାରୀ ଚର୍ବି ଅଂଶକୁ ବାହାର କରିବାରେ ସାହାଯ୍ୟ କରେ ।

ପଢନ୍ତୁ ;

ଆପଣଙ୍କ ହାତ ଧରିବାର ଅନ୍ଦାଜରୁ ଜାଣନ୍ତୁ ଆପଣଙ୍କ ଭଲପାଇବାର ଗଭୀରତା

Related posts

ନିୟମିତ ଭାବେ ଆଳୁରସ ପିଇବା ଦ୍ଵାରା ଦୂର ହୋଇଥାଏ ଅନେକ ସମସ୍ୟା! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ନିଜକୁ ନିରୋଗ ରଖିବାକୁ ଚାହାନ୍ତି କି!! ତେବେ ଆଜି ହିଁ ଖାଇବାରେ ସାମିଲ କରନ୍ତୁ ଏହି ପ୍ରାକୃତିକ ଖାଦ୍ୟ

Ratnamani Moharana

ଜାଣନ୍ତୁ ଗାଧୋଇଲା ବେଳେ କେଉଁ ସବୁ ଭୁଲ କରିବେ ନାହିଁ?

ENO Beuro

1 comment

Leave a Comment