23 C
Bhubaneswar
January 15, 2021
EnewsOdia.Com
ଜୀବନଚର୍ଯ୍ୟା

ଯକୃତ ସମ୍ବନ୍ଧୀୟ ରୋଗରୁ ରକ୍ଷାକରେ ଟମାଟୋ, ଜାଣନ୍ତୁ କିପରି

ଅଧିକ ମାତ୍ରାରେ ଟମାଟର ସେବନ କରିବା ଦ୍ୱାରା ଯକୃତ କର୍କଟ ହେବାର ଆଶଙ୍କା କମ୍ ହୋଇଥାଏ । ନିକଟରେ ହୋଇଥିବା ଏକ ଗବେଷଣା ମୁତାବକ, ଅଧିକ ମାତ୍ରାରେ ଟମାଟର ସେବନ କରିବା ଦ୍ୱାରା ଯକୃତ କର୍କଟ ରୋଗର ବିପଦ ଟଳି ଥାଏ ।

୧) ଟମାଟରରେ ଲାଇକୋପିନ୍ ନାମକ ଆଣ୍ଟିଅକ୍ସିଡେଣ୍ଟ, ଆଣ୍ଟିଇଂଫ୍ଲାମେଟ୍ରି ଏବଂ କର୍କଟକୁ ନଷ୍ଟ କରିବା ଗୁଣ ରହିଛି । ଏହାଦ୍ୱାରା ଯକୃତ ଫୁଲିବା, କର୍କଟ ହେବାର ବିପଦ ଏବଂ ଅନ୍ୟ ସମସ୍ୟା ଦୂର ହୋଇଥାଏ ।

୨) କଞ୍ଚା ଟମାଟର ସମେତ ଟମାଟର ସସ୍, କେଚଅପ୍ ଏବଂ ଟମାଟରରେ ତିଆର ଖାଦ୍ୟରେ ବି ଲାଇକୋପିନ୍ ଭରପୁର ମାତ୍ରାରେ ମିଳିଥାଏ । ଏହାସହିତ ଯକୃତ କର୍କଟରୁ ରକ୍ଷା ପାଇଁ ଟମାଟର ପାଉଡର ଭଲ କାମ କରିଥାଏ ।

୩) କଞ୍ଚା ଟମାଟରରୁ ଭିଟାମିନ୍ ଇ, ଭିଟାମିନ୍ ସି, ଫୋଲେଟ, ମିନେରାଲ୍ସ, ଫିନୋଲିକ୍ କମ୍ପାଉଣ୍ଡ ଏବଂ ଡ୍ରାଏଟ୍ରି ଫାଇବର ମିଳିଥାଏ ।

୪) ଟମାଟର ବ୍ୟତିତ ପିଜୁଳି, ତରଭୁଜ, ଅମୃତଭଣ୍ଡା ରେ ବି ଲାଇକୋପିନ୍ ରହିଛି । କିନ୍ତୁ ଟାମାଟର ମୁକାବିଲାରେ ଏହି ସମସ୍ତ ଜିିନିଷରେ ଲାଇକୋପିନ୍ ମାତ୍ରା କମ୍ ରହିଛି ।

୫) ଲାଇକୋପିନ୍ ଭରପୁର ଟମାଟର ସେବନ କରିବା ଦ୍ୱାରା ହୃଦରୋଗ , ଅଷ୍ଟ୍ରିୟପୋରୋସିସ୍, ମଧୁମେୟ, ଫୁସଫୁସ୍ , ସ୍ତନ ଏବଂ ପେଟ ଆଦି କର୍କଟ ର ବିପଦ କମ୍ ଥାଏ ।

ପଢନ୍ତୁ: ହୋଲି ରଙ୍ଗରୁ ଆଖି କରନ୍ତୁ ରକ୍ଷା, ଆପଣାନ୍ତୁ ଏହିସବୁ ଟିପ୍ସ

Related posts

ସୁନ୍ଦର ଓ ଘନ ଆଇବ୍ରୋ ଚାହୁଁଛନ୍ତି, ଆପଣାନ୍ତୁ ଏହି ୫ ଟିପ୍ସ

Ratnamani Maharana

ହାର୍ଟ ଆଟାକ୍ ହେବାର କିଛି ଦିନ ଆଗରୁ ମିଳିଥାଏ ଏହି ବଡ ସଙ୍କେତ; ଜାଣନ୍ତୁ କିପରି

Ratnamani Maharana

ଛୋଟ ଛୁଆ ବି ହୃଦରୋଗର ହୋଇପାରେ ଶିକାର, ସେଥିରୁ ବଞ୍ଚିବା ପାଇଁ କରନ୍ତୁ ଏହି କାମ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More