LIFESTYLE

ଆପଣ ସୁସ୍ଥ ରହିବାକୁ ଚାହୁଛନ୍ତି କି ? ତେବେ ପାଣି ପିଇବା ଦ୍ଵାରା କି ଫାଇଦା ମିଳେ ଜାଣନ୍ତୁ

ପ୍ରତିଦିନ ପାଣି ପିଇଲେ, ଶରୀରକୁ ଅନେକ ଫାଇଦା ମିଳିଥାଏ । ପ୍ରତିଦିନ ପାଣି ପିଇବା ଦ୍ଵାରା ତ୍ଵଚାରେ ଚମକ ଆସିଥାଏ । ମୁହଁରେ ବ୍ରଣ ମଧ୍ୟ ହୋଇ ନ ଥାଏ । ଏହାଦ୍ୱାରା ହଜମ କ୍ରିୟା ଶୁଧୁରିବା ସହ ଓଜନ ମଧ୍ୟ କମ୍‌ କରି ହୁଏ। ଆସନ୍ତୁ ଜାଣିବା ପାଣି ପିଇବାର  କ’ଣ ଫାଇଦା ମିଳିଥାଏ ।

ପାଣି ପିଇବାର ଉପକାରିତା

ପ୍ରତିଦିନ ସକାଳେ ଉଠିବା ପରେ ଖାଲି ପେଟରେ ଏକ ଗ୍ଲାସ୍‌ ପାଣି ପିଇଲେ, ଓଜନ କମିବା ସହ ମସ୍ତିଷ୍କକୁ ପର୍ଯ୍ୟାପ୍ତ ପରିମାଣରେ ଶକ୍ତି ମିଳେ ଓ ଦିନଯାକ ସକ୍ରିୟ ରହିବାରେ ସାହାଯ୍ୟ କରେ ।

ଚା କିମ୍ବା କଫି ପିଇବାର ୧୦ରୁ ୧୫ ମିନିଟ୍‌ ପରେ ଅଧ ଗ୍ଲାସ୍‌ ପାଣି ପିଇଲେ ଶରୀରରେ ଅମ୍ଳ ନିୟନ୍ତ୍ରଣ ହେବା ସହ ଓଜନ ମଧ୍ୟ ବଢ଼ି ନ ଥାଏ ।ସକାଳର ଜଳଖିଆ ଖାଇବା ପୂର୍ବରୁ ଓ ପରେ ଗୋଟେ ଗ୍ଲାସ୍‌ ପାଣି ପିଅନ୍ତୁ । ପାଣି ପିଇବା ଦ୍ଵାରା ଓଜନ ହ୍ରାସ ହୋଇଥାଏ । ପ୍ରତିଦିନ ପ୍ରଚୁର ପାଣି ପିଅନ୍ତୁ ।

ଲଞ୍ଚ୍‌ କିଂବା ଡିନର୍‌ର ୨୦ ମିନିଟ୍‌ ପୂର୍ବରୁ ଏକ ଗ୍ଲାସ୍‌ ପାଣି ପିଇଲେ ହଜମ ଭଲ ହୋଇଥାଏ ଓ ଅତ୍ୟଧିକ ଭୋକ ଲାଗି ନ ଥାଏ । ଏହା ଦ୍ଵାରା ଆପଣ ମୋଟାପଣ ରୁ ମୁକ୍ତି ମିଳିବ କାରଣ ଖାଇବା ପୂର୍ବରୁ ପାଣି ପିଇବା ଦ୍ଵାରା ଖାଇବା ସଙ୍ଗେ ସଙ୍ଗେ ହଜମ ହୋଇଯାଇ ଥାଏ ।

ଶୋଇବାର ଅଧା ଘଣ୍ଟା ପୂର୍ବରୁ ଗୋଟିଏ ଗ୍ଲାସ୍‌ ପାଣି ପିଇଲେ ରାତିରେ ଆଉ ଅଧିକ ଭୋକ ଲାଗି ନ ଥାଏ ଓ ଏହା ଶରୀର ମଧ୍ୟରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ।

ଦିନସାରା ୧୦-୧୨ ଥର କମ୍‌ କମ୍‌ କରି ପାଣି ପିଇଲେ ଶରୀରକୁ ଉଚିତ ପରିମାଣରେ ଜଳୀୟ ଅଂଶ ମିଳିଥାଏ । ଫଳରେ ଆପଣ କ୍ଳାନ୍ତ ହୋଇ ପଡ଼ିବେ ନାହିଁ। ଏହା ଦ୍ଵାରା ଆପଣ ସୁସ୍ଥ ରହିବେ ।

ଆପଣ ସୁସ୍ଥ ରହିବାକୁ ଚାହୁଛନ୍ତି କି ? ତେବେ ପାଣି ପିଇବା ଦ୍ଵାରା କି ଫାଇଦା ମିଳେ ଜାଣନ୍ତୁ water
ପଢନ୍ତୁ ;

ରିଲିଜ ହେଲା ଅନୁଷ୍କା ଶର୍ମାଙ୍କ ‘ପରୀ’ ଟ୍ରେଲର :ଅନୁଷ୍କା ଭୟଙ୍କର ଭୂମିକାରେ ନଜର ଆସୁଛନ୍ତି

Related posts

ଗରମ ଦିନରେ ତ୍ୱଚା ଓ କେସର ଯତ୍ନ କିପରି ନେବେ ଆସନ୍ତୁ ଜାଣିବା

Krishna Kumar Manoj

ଆସନ୍ତୁ ଜାଣିବା ଚାଉଳ ପାଣି ପିଇବା ଦ୍ଵାରା କି ଉପକାର ମିଳେ

Krishna Kumar Manoj

ଗ୍ରୀନ ଟି ପିଇବା ଦ୍ଵାରା କି ଉପକାରିତା ମିଳେ ଆସନ୍ତୁ ଜାଣିବା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More