LIFESTYLE

ମହିଳା ଓ ପୁରୁଷଙ୍କ ପାଇଁ ସଞ୍ଜିବନୀ ବୁଟି ପରି କାମ ଦିଏ ଡିମିରି ଫୁଲ: ଜାଣନ୍ତୁ କିପରି

ଆମ ଘର ଆଖପାଖରେ ଏପରି ଅନେକ ବୃକ୍ଷ ଥାଏ ଯାହା ଆମର ଦୃଷ୍ଟିଗୋଚର  ହୋଇନଥାଏ। କାରଣ ଏହାର ଔଷଧୀୟ ଗୁଣ  ପ୍ରତି ଆମେ ଅଜ୍ଞ ରହିଥାଉ। ଏହି ବନସ୍ପତି ମଧ୍ୟରୁ ଗୋଟିଏ ଡିମିରି । ଏହାର ଫଳ ଔଷଧୀୟ ଗୁଣର ଭଣ୍ଡାର ଏବଂ ଗାଁମାନଙ୍କରେ ଏହା ସହଜରେ ମିଳିଯାଇଥାଏ। ଏହି ଫଳ କଞ୍ଚା ଥିବାବେଳେ ସବୁଜଥାଏ । ପାଚିଗଲେ ଲାଲ ହୋଇଯାଇଥାଏ। ଆସନ୍ତୁ ଜାଣିବା ଏହା କିପରି ଭାବେ ଆମ ଶରୀର ପ୍ରତି ହୋଇଥାଏ ଲାଭଦାୟକ

୧) ଅଧିକାଂଶ ଶିଶୁ ଏବଂ ବୃଦ୍ଧଙ୍କୁ ନିମୋନିଆ ହୋଇଥାଏ। ଡିମିରି ଏହାର ଉପଚାର ପାଇଁ ଏକ ଅବୈଧ ଔଷଧ ଅଟେ। ଏହି ଫଳକୁ ପାଣି ସହ ଫୁଟାଇ କାଢ଼ା ପ୍ରସ୍ତୁତ କରନ୍ତୁ। ଏହାପରେ ଏହାକୁ ଛାଣି ରୋଗୀଙ୍କୁ ପିଇବାକୁ ଦିଅନ୍ତୁ। ଏହା ଦ୍ବାରା ନିମୋନିଆରୁ ମୁକ୍ତି ମିଳିଥାଏ।
୨) ଡିମିରିର ପତ୍ର ମଧ୍ୟ ଅତ୍ୟନ୍ତ ଉପଯୋଗୀ। ମୁହଁରେ ଛାଲ ହେଲେ ଡିମିରି ପତ୍ରକୁ ପେଶି ଗୋଲି କରନ୍ତୁ ଏବଂ ଏହି ପତ୍ରକୁ ଶୋଷନ୍ତୁ। ଏହା ଦ୍ଵାରା ମୁହଁରୁ ଛାଲ ଭଲ ହୋଇଯାଇଥାଏ।
୩) ମହିଳାଙ୍କର ଋତୁସ୍ରାବରେ ଅନିୟମିତତା ଦେଖାଗଲେ ଏହି ଫଳକୁ ପାଣିରେ ସିଝେଇ ପିଇବା ଦ୍ଵାରା ଏହା ଠିକ ସମୟରେ ହୋଇଥାଏ।
୪) ଅଧିକ ରକ୍ତସ୍ରାବ ହେଲେ ଡିମିରି ଗଛର ଛାଲର କାଢ଼ା ପ୍ରସ୍ତୁତ କରି ପିଇଲେ ଏହା ନିୟନ୍ତ୍ରଣରେ ରହିଥାଏ।
ପଢନ୍ତୁ: ସୋସିଆଲ୍‌ ମିଡିଆରେ ଅଧିକ ସମୟ ନଷ୍ଟ କରୁଛନ୍ତି କି!!! ତେବେ ଆପଣାନ୍ତୁ ଏହି ସରଳ ଉପାୟ

Related posts

ମୋଟପଣକୁ ଦୂର କରିଥାଏ “କିସମିସ” ! ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ସମ୍ପର୍କରେ

ENO Beuro

ଖାଦ୍ୟକୁ ମିଠା କରିବା ପାଇଁ ସୁଗାର ଫ୍ରି ବ୍ୟବହାର କରୁଛନ୍ତି କି?ଜାଣନ୍ତୁ ଏହା କେତେ କ୍ଷତିକାରକ

ENO Beuro

ପାଣିରେ ଲୁଣ ମିଶାଇ ପିଇଲେ କଣ ଲାଭ ମିଳିଥାଏ ଜାଣନ୍ତୁ

ENO Beuro

1 comment

ଘରୋଇ ଉପାୟରେ କରନ୍ତୁ କହୁଣି ଓ ଗଣ୍ଠିରୁ କଳାଦାଗ ଦୂର: ଜାଣନ୍ତୁ କିପରି April 20, 2019 at 1:27 pm

[…] ପଢନ୍ତୁ: ମହିଳା ଓ ପୁରୁଷଙ୍କ ପାଇଁ ସଞ୍ଜିବନୀ ବୁଟି ପ… […]

Leave a Comment