• Home
  • LIFESTYLE
  • ପ୍ରତିଦିନ ଖାଆନ୍ତୁ ଭିଜା ବାଦାମ , ମିଳିବ ଅନେକ ଫାଇଦା !
LIFESTYLE

ପ୍ରତିଦିନ ଖାଆନ୍ତୁ ଭିଜା ବାଦାମ , ମିଳିବ ଅନେକ ଫାଇଦା !

ବାଦାମ ଖାଇବା ଦ୍ଵାରା ଶରୀରକୁ ପ୍ରଚୁର ଶକ୍ତି ମିଳିଥାଏ। ଏହାକୁ ପ୍ରତିଦିନ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ପାଣିରେ ଭିଜା ହୋଇଥିବା ବାଦାମ ଖାଇଲେ ତାହା ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ।

ଆସନ୍ତୁ ଜାଣିବା ଭିଜା ବାଦାମ ଖାଇବା ଦ୍ଵାରା କଣ ଲାଭ ମିଳିଥାଏ-

  • ମଧୁମେହ ରୋଗୀ ଭିଜା ବାଦାମ ଖାଇଲେ ସେମାନଙ୍କ ରକ୍ତ ଶର୍କରା ନିୟନ୍ତ୍ରିତ ହେଉଥାଏ।
  • କୋଲେଷ୍ଟରଲର ମାତ୍ରା ଶରୀରରେ କମ୍ ହେବା ସହ ଓଜନ ନିୟନ୍ତ୍ରିତ ରୁହେ।
  • ଏଥିରେ କ୍ୟାଲସିୟମ୍ ଓ ପ୍ରୋଟିନ୍ ଥିବା କାରଣରୁ ତାହା ମାଂସପେଶୀକୁ ଶକ୍ତି ଯୋଗାଏ। ଖେଳାଳିମାନେ ନିୟମିତ ଏହା ସେବନ କରିବା ଭଲ।
  • ଦୈନିକ ରାତିରେ ଉଷୁମ ପାଣିରେ ଅଳ୍ପ ଲୁଣ ମିଶାଇ ବାଦାମ ଭିଜାଇ ଦିଅନ୍ତୁ। ତହିଁ ଆରଦିନ ସକାଳ ଜଳଖିଆରେ ଏହାକୁ ଖାଇବା ଉଚିତ।
  • ବିଭିନ୍ନ ପରୀକ୍ଷାରୁ ଜଣାପଡ଼ିିଛି ଯେ ଦୈନିକ ଏହିପରି ବାଦାମ ଖାଇଲେ ତାହା ହୃଦ୍‌ରୋଗରୁ ରକ୍ଷା କରିଥାଏ।
  • ଭିଜା ବାଦାମରେ ଫାଇବର୍ (ତନ୍ତୁ) ଥିବା କାରଣରୁ ତାହା ହଜମ ହେବାରେ ସହାୟକ ହୋଇଥାଏ।
  • ଏହା ସହ ଏଥିରେ ଓମେଗା ଥ୍ରୀ ଫ୍ୟାଟି ଏସିଡ୍ ଥିବାରୁ ରଙ୍ଗ ସଫା କରିବା ସହ ତ୍ବଚାକୁ ସଂକ୍ରମଣରୁ ରକ୍ଷା କରେ।

ପ୍ରତିଦିନ ଖାଆନ୍ତୁ ଭିଜା ବାଦାମ , ମିଳିବ ଅନେକ ଫାଇଦା ! almond

ପଢନ୍ତୁ;

ଏସବିଆଇ ଗ୍ରାହକଙ୍କୁ ଆଶ୍ୱସ୍ତି ,ସର୍ବନିମ୍ନ ଜମା ରାଶି ଚାର୍ଜ ୭୫ ପ୍ରତିଶତ କମିଲା!

Related posts

ନିଜକୁ ଫିଟ୍‌ କିପରି ରଖିବା ଆସନ୍ତୁ ଜାଣିବା

Krishna Kumar Manoj

କେଉଁ ସମୟରେ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଜାଣନ୍ତୁ

Krishna Kumar Manoj

କେଉଁ ପୋଷାକରେ କେଉଁ ଅଳଙ୍କାର ପିନ୍ଧିଲେ ବେସ ମାନିଥାଏ ? ଜାଣନ୍ତୁ ସେ ବିଷୟରେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More