News

ବହୁ ବାଦ ବିବାଦ ପରେ ଓଡ଼ିଶା ସୀମାରୁ ହଟିଲା ପଶ୍ଚିମବଙ୍ଗର ହୋର୍ଡିଂ

sign

ଓଡ଼ିଶା ସୀମାରୁ ହଟିଲା ପଶ୍ଚିମବଙ୍ଗର ହୋର୍ଡିଂ

ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଜଳେଶ୍ୱରରେ ଥିବା ଓଡ଼ିଶା-ପଶ୍ଚିବବଙ୍ଗ ସୀମାରେ ପଶ୍ଚିମବଙ୍ଗ ସରକାର ନିଜର ଫଳକ ଲଗାଇ ସୃଷ୍ଟି କରିଥିବା ବିବାଦ ବିରୋଧରେ ଆଜି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଓଡ଼ିଶା ସୀମାରେ ଲଗାଯାଇବା ପଶ୍ଚିମବଙ୍ଗ ସରକାରୀ ଫଳକକୁ ଓଡ଼ିଶା ପ୍ରଶାସନ ହଟାଇଛି । ଫଳରେ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ଏବେ ୪ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

sign

ଉଲେଖଯୋଗ୍ୟ,ଓଡ଼ିଶା ସୀମାର ପ୍ରାୟ ୨୦ ଫୁଟ ଭିତରକୁ ପଶି ପଶ୍ଚିମବଙ୍ଗ ସରକାର ନିଜ ଫଳକ ଲଗାଇଥିଲେ । ଯାହାକୁ ନେଇ ଭୋଗରାଇ ବ୍ଲକର ସାହାବାଜିପୁର ଓ ଉଦୟପୁର ଗ୍ରାମବାସୀ ବିରୋଧ କରିଥିଲେ । ଏହା ପରେ ଜିଲ୍ଲା ପ୍ରଶାସନ ତପôର ହୋଇଥଲା।

୭ ଦିନ ଭିତରେ ହୋର୍ଡିଂ ହଟାଇବାକୁ ପଶ୍ଚିମବଙ୍ଗଙ୍କୁ ନିଦେ୍ର୍ଧଶ ଦିଆଯାଇଥିଲା । କିନ୍ତୁ କୌଣସି ପଦକ୍ଷେପ ନିଆନଯିବାରୁ ମଙ୍ଗଳବାର ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ହୋର୍ଡିଂକୁ ହଟାଯାଇଛି । ଘଟଣା ସ୍ଥଳରେ ବାଲେଶ୍ୱର ଉପଜିଲ୍ଲାପାଳ ଓ ଅନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ପଢନ୍ତୁ; ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା:ଦୂତି ପାଇବେ ଦେଢ କୋଟି

Related posts

ହ୍ୱାଟ୍ସଆପ୍‍ ମାଧ୍ୟମରେ ୨୯ ବୟସ୍କା ଯୁବତୀଙ୍କୁ ତିନି ତଲାକ୍‌ ଦେଲେ ୬୨ ବୟସ୍କ ବୃଦ୍ଧ

ENO Beuro

ଅସ୍ତ୍ରଶସ୍ତ୍ର ରଖିବା ଲାଗି ଆବେଦନ କଲେ ସାକ୍ଷୀ ଧୋନି

ENO Beuro

ଓଡିଶାରେ ମାଧ୍ୟମିକ ଶିକ୍ଷାର ଦୟନୀୟ ଚିତ୍ର

Ratnamani Moharana

Leave a Comment