EnewsOdia.Com

ପ୍ରଖ୍ୟାତ ବଙ୍ଗଳା ଅଭିନେତା ତଥା ପୂର୍ବତନ ସାଂସଦ ତାପସ ପାଲଙ୍କ ପରଲୋକ

ବଙ୍ଗଳା ଫିଲ୍ମ ଅଭିନେତା ତଥା ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତାପସ ପାଲଙ୍କ ପରଲୋକ ହୋଇଛି । ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ମଙ୍ଗଳବାର ସକାଳ ୬ଟାରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ତାପସ ହୃଦ୍‌ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ଗତ ଦୁଇ ବର୍ଷରେ ସେ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି ମଧ୍ୟ ହୋଇଥିଲେ। ତାପସ ଦୁଇ ଥର ଲୋକସଭା ସାଂସଦ ହେବା ସହିତ ବିଧାୟକ ମଧ୍ୟ ରହିଥିଲେ। ତାଙ୍କର ପତ୍ନୀ ଓ ଜଣେ ଝିଅ ଅଛନ୍ତି।

ସୂଚନାଯୋଗ୍ୟ, ତାପସ ମୁମ୍ବାଇରେ ରହୁଥିବା ତାଙ୍କ ଝିଅ ପାଖକୁ ଯାଇଥିଲେ। ସେଠାରୁ କୋଲକାତା ଫେରିବା ବେଳେ ମୁମ୍ବାଇ ବିମାନବନ୍ଦରରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ତାଙ୍କୁ ଜୁହୁ ସ୍ଥିତ ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍ ପ୍ରାୟ ୪ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।୨୦୧୬ରେ ରୋଜ୍‌ ଭ୍ୟାଲି ଚିଟ୍‌ ଫଣ୍ଡ୍‌ ଦୁର୍ନୀତିରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ୧୩ ମାସ ପରେ ତାଙ୍କୁ ଜାମିନ୍ ମିଳିଥିଲା। ତା’ପରଠାରୁ ସେ ଉଭୟ ଫିଲ୍ମ ଓ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଥିଲେ।

ପଢନ୍ତୁ: ମାର୍ଚ୍ଚ ୩, ସକାଳ ୬ରେ ଫାଶୀରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମକାରୀ

ସମ୍ବନ୍ଧିତ ଖବର

ମହାବାତ୍ୟାକୁ ପୂରିଲା ୨୦ ବର୍ଷ: ଧ୍ୱଂସ ଲୀଳା ଆଜି ବି ଅଲିଭା ଦାଗ

Ratnamani Maharana

ଆଜିଠାରୁ ରାଜ୍ୟରେ ବର୍ଷା ସମ୍ଭାବନା, ୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା

Ratnamani Maharana

‘କରୋନା’କୁ ମହାମାରୀ ଘୋଷଣା କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

Ratnamani Maharana

ପିଆଜ ପରେ ବଢୁଛି ଆଳୁ ଦର

Ratnamani Maharana

ମହାପ୍ରଭୁ ଶ୍ରୀଲଙ୍ଗରାଜଙ୍କୁ ୧୦୮ ପଦ୍ମଫୁଲ ଦେଇ ପୂଜାର୍ଚ୍ଚନା କଲେ ଅମିତ ଶାହା

Ratnamani Maharana

ବୋହୂ ଐଶ୍ୱର୍ଯ୍ୟାଙ୍କ ସମସ୍ତ ସାମଗ୍ରୀକୁ ବାପଘରକୁ ପଠାଇଦେଲେ ଶାଶୁ ରାବଡ଼ି

Ratnamani Maharana