News

ବଙ୍ଗାଳୀ ଅଭିନେତ୍ରୀ ପାୟଲ ଚକ୍ରବର୍ତ୍ତୀଙ୍କ ସନ୍ଦେହଜନକ ମୃତ୍ୟୁ

By ENO Beuro

September 07, 2018

ବଙ୍ଗାଳୀ ଅଭିନେତ୍ରୀ ପାୟଲ ଚକ୍ରବର୍ତ୍ତୀଙ୍କ ସନ୍ଦେହଜନକ ମୃତ୍ୟ। ପଶ୍ଚିମବଙ୍ଗର ସିଲିଗୁଡ଼ି ସ୍ଥିତ ଏକ ହୋଟେଲ ରୁମରୁ ଅଭିନେତ୍ରୀଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି ।ତାଙ୍କର କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ ଡେଥ୍ ମିଷ୍ଟ୍ରି ଉପରେ ପରଦା ହଟେଇବା ପାଇଁ ଚଳାଇଛି ଜୋରଦାର ତନାଘନା । ଇତିମଧ୍ୟରେ ବ୍ୟବଚ୍ଛେଦ ଲାଗି ତାଙ୍କ ମୃତ ଶରୀରକୁ ସ୍ଥାନୀୟ ହସ୍ପିଟାଲକୁ ପଠାଇ ଦିଆଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସତ ସାମ୍ନାକୁ ଆସିବ ବୋଲି ପୁଲିସ ସୂଚନା ଦେଇଛି।

ସୂଚନାଅନୁଯାୟୀ, ପାୟଲ ବୁଧବାର ଗ୍ୟାଙ୍ଗଟକ ଯାଇଥାଆନ୍ତେ । ତେଣୁ ଗୋଟିଏ ଦିନ ପୁର୍ବରୁ (ମାନେ ମଙ୍ଗଳବାର) ସେ ସିଲିଗୁଡ଼ିର ଏକ ହୋଟେଲରେ ରୁମ୍ ନେଇ ରହିଥିଲେ । ଗତକାଲି ସେ ହୋଟେଲ ରୁମ ଛାଡିନଥିବାରୁ ହୋଟେଲ ଷ୍ଟାଫ ତାଙ୍କୁ ଡାକିଥିଲେ । ହେଲେ ରୁମରୁ କୌଣସି ଉତ୍ତର ନଆସିବାରୁ ସେମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଚିଂ ପାୟଲଙ୍କ ମୃତଦେହକୁ ଉଦ୍ଧାର କରିଥିଲା।

ଅଭିନେତ୍ରୀଙ୍କ ପିତା ପ୍ରବୀର ଗୁହା କହିଥିଲେ ନିକଟରେ ପାୟଲଙ୍କର ଛାଡ଼ପତ୍ର ହୋଇଛି । ସେଥିପାଇଁ ପାୟଲ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ପାୟଲଙ୍କ ଏକ ପୁତ୍ର ସନ୍ତାନ ରହିଥିବା ଜଣାପଡ଼ିଛି।

ପଢନ୍ତୁ;ରିଲିଜ୍‌ ହେଲା ନୀଳମାଧବ ପଣ୍ଡାଙ୍କ ‘ହାଲ୍‌କା’