News

ଶ୍ରେଷ୍ଠ ଡିଜିଟାଲ୍‌ ପରିବେଶ ସଂପନ୍ନ ସହର ତାଲିକାରେ ବିଶ୍ୱର ସ୍ତରରେ ବେଙ୍ଗାଲୁରୁ ପ୍ରଥମ

ଶ୍ରେଷ୍ଠ ଡିଜିଟାଲ୍‌ ପରିବେଶ ସଂପନ୍ନ ସହର ତାଲିକାରେ ବିଶ୍ୱର ସ୍ତରରେ ବେଙ୍ଗାଲୁରୁ ପ୍ରଥମ

ସିଲିକନ୍‌ ଭ୍ୟାଲି ବେଙ୍ଗାଲୁରୁ ଏବେ ଶ୍ରେଷ୍ଠ ଡିଜିଟାଲ୍‌ ପରିବେଶ ସଂପନ୍ନ ସହର ଭାବେ ସମଗ୍ର ବିଶ୍ୱରେ ଏକ ନମ୍ବର ସ୍ଥାନ ଦଖଲ କରି ଦେଶ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି। ଡିଜିଟାଲ ସହର ଭାବେ ମାନ୍ୟତା ପାଇଥିବା ସମଗ୍ର ବିଶ୍ୱର ୪୫ଟି ସହର ମଧ୍ୟରେ ବେଙ୍ଗାଲୁରୁର ସ୍ଥାନ ଏବେ ଶୀର୍ଷରେ ରହିଛି । ବେଙ୍ଗାଲୁରୁ ଏ କ୍ଷେତ୍ରରେ ସାନ୍‌ ଫ୍ରନ୍‌ସିସ୍‌କୋ ଏବଂ ଟୋକିଓକୁ ବି ପଛରେ ପକାଇ ଦେଇଛି। ଜାଣିବା ପାଇଁ ମିଳିଛି।

ଇକୋନୋମିକ୍‌ ଇଣ୍ଟେଲିଜେନସ୍‌ ୟୁନିଟ ଦ୍ୱାରା ପ୍ରକାଶିତ ରିପୋର୍ଟରେ ଡେନିସ୍‌ ମାକ୍ୟୁଲେ ଉଲ୍ଲେଖ କରିଛନ୍ତି, ‘ଏକଥା ଅବଶ୍ୟ ସତ ଯେ ଭାରତର ସହରଗୁଡ଼ିକରେ ଆବଶ୍ୟକୀୟ ଭିତ୍ତିଭୂମିର ଯଥେଷ୍ଟ ଅଭାବ ରହିଛି, ପ୍ରଦୂଷଣ ଠାରୁ ଆରମ୍ଭ କରି ଦାରିଦ୍ର୍ୟ ପର୍ଯ୍ୟନ୍ତ ଆହୁରି ବହୁବିଧ ସମସ୍ୟା ରହିଛି; ଏସବୁ ସତ୍ତ୍ୱେ ଡିଜିଟାଲ ପରିବେଶ ଓ ଏହାର ସଂସ୍କାର କଥା ଯେତେବେଳେ ଉଠେ ସେତେବେଳେ ଏଠାକାର ଅଧିକାରୀମାନେ ଏକ୍ଷେତ୍ରରେ ଆଶାତୀତ ଆଶାବାଦୀ। କିନ୍ତୁ, ବିଶ୍ୱର ଅନ୍ୟ ବହୁ ବିକଶିତ ସହରରେ ଏହା ସଂପୂର୍ଣ୍ଣ ବିପରୀତ।’

ସିଲିକନ୍‌ ଭ୍ୟାଲି ବେଙ୍ଗାଲୁରୁ ଡିଜିଟାଲ୍‌ କ୍ଷେତ୍ରରେ ନିଜର ବିଶ୍ୱସନୀୟତା ସହ ଡିଜିଟାଲ ପରିବେଶ, ସୁଦକ୍ଷ ମାନବ ସମ୍ବଳ, ଆର୍ଥିକ ପରିବେଶ, ନୂତନ ଉଦ୍ଭାବନ ସହ ନୂତନ ଜ୍ଞାନକୌଶଳର ବିକାଶ ଏବଂ ଆଇସିଟି ଭିତ୍ତିଭୂମି ଦୃଷ୍ଟିରୁ ବିଶ୍ୱର ଅନ୍ୟ ଡିଜିଟାଲ ସହରମାନଙ୍କ ତୁଳନାରେ ଯଥେଷ୍ଟ ଆଗରେ ରହିଛି । ଭାରତର ଡିଜିଟାଲ୍‌ ପରିବେଶରେ ସବୁଠୁ ଅଧିକ ଚାହିଦାରେ ରହିଛନ୍ତି ଡିଜିଟାଲ୍‌ ସୁରକ୍ଷା କ୍ଷେତ୍ରରେ ଅତ୍ୟନ୍ତ ଦକ୍ଷ ଥିବା ମାନବସମ୍ବଳ ଏବଂ ଡାଟା ଅନାଲିଷ୍ଟ ।

ଶ୍ରେଷ୍ଠ ଡିଜିଟାଲ୍‌ ପରିବେଶ ସଂପନ୍ନ ସହର ତାଲିକାରେ ବିଶ୍ୱର ସ୍ତରରେ ବେଙ୍ଗାଲୁରୁ ପ୍ରଥମ

ପଢନ୍ତୁ, ହିମାଚଳ ପ୍ରଦେଶରେ ମତଦାନ ରେ ଆଶାଠାରୁ ଅଧିକ ଫଳ, ସୃଷ୍ଟିକଲା ରେକର୍ଡ

Related posts

ହୁକିଟୋଲା ବୋଟ ଟ୍ରାଜେଡି: ଏକାଠି ଜଳିଲା ୮ଜୁଇ

ENO Beuro

ଭାରତ ପୁଣି କରିପାରେ ପାକିସ୍ତାନ ଉପରେ ଆକ୍ରମଣ: ପାକିସ୍ତାନ ଏବେ ଭୟରେ

Ratnamani Moharana

ଲୋକସଭାରେ ଅପରାଧ ଆଇନ ସଂଶୋଧନ ବିଲ୍ ଗୃହିତ: ନାବାଳିକା ବଳାତ୍କାରୀକୁ ମୃତ୍ୟୁଦଣ୍ଡ

ENO Beuro

Leave a Comment