LIFESTYLE

ଘିକୁଆଁରୀର ରହିଛି ବହୁ ଔଷଧୀୟ ଗୁଣ: ଘିକୁଆଁରୀର ବ୍ୟବହାର

ଘିକୁଆଁରୀ ପ୍ରାୟ ସମସ୍ତଙ୍କ ଘର ବା ବଗିଚାରେ ଉପଲବ୍ଦ୍ଧ। ମାତ୍ର ଏହାର ଉପକାରିତା ବିଷଷୟରେ ପ୍ରାୟ ସମସ୍ତେ ଅଜଣା। ଘିକୁଆଁରୀକୁ ସଠିକ ରୂପେ ବ୍ୟବହାର କଲେ ବହୁ ରୋଗରୁ ଉପସମ ମିଳିଥାଏ ବୋଲି ବୈଜ୍ଞାନିକଙ୍କ ମତ। ବୈଜ୍ଞାନିକଙ୍କ ମତରେ ଘିକୁଆଁରୀରେ ଆମିନୋଏସିଡ୍‌, ଆଇରନ୍, ପଟାସିୟମ୍‌, କ୍ୟାଲ୍‌ସିୟମ୍‌ ରହିଛି। ଏଥିରେ ଭିଟାମିନ୍‌ B, C, E ଓ ଫଲିକ୍‌ ଏସିଡ୍‌ ଭଳି ବହୁ ଗୁଣ ରହିଛି। ଏହାର ଆନାଲ୍‌ଜେସିକ୍‌ ଓ ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ମଧ୍ୟ ରହିଛି। ଏହାର ବିଶେଷ ଔଷଧୀୟ ଗୁଣ ପାଇଁ ଏହା ଉପରେ ଏବେ ମଧ୍ୟ ଗବେଷଣା ଜାରି ରହିଛି। 

ଆସନ୍ତୁ ଜାଣିବା ଏହାର ବ୍ୟବହାର ସମ୍ପର୍କରେ:

ଚୁଟି ଝଡ଼ିବା ଦୂର କରେ

ଚୁଟି ସୁସ୍ଥ ଓ ମୂଲାୟମ ରଖିବା ପାଇଁ ଘିକୁଆଁରୀର ବ୍ୟବହାର କରିପାରିବେ.ଏହାକୁ ଚୁଟିର ମୁଳରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ। ଧୀରେ ଧୀରେ ଚୁଟି ଝଡ଼ିବା ବନ୍ଦ ହେବା ସହ ଉଜ୍ୱଳ ମଧ୍ୟ ଦେଖାଯିବ। ମୁଣ୍ଡରେ ରୁପି ହୋଇଥିଲେ ମଧ୍ୟ ଏହି ଉପାୟରେ ଉପକାର ମିଳିବ।

ବ୍ରଣ ଦୂର କରିଥାଏ

ବର୍ତ୍ତମାନର ସବୁଠାରୁ ବଡ ସମସ୍ୟା ହେଉଛି ବ୍ରଣ। ବ୍ରଣ ପାଇଁ ଘିକୁଆଁରୀ ଏକ ସର୍ବାଉତ୍କୃଷ୍ଟ। ବାହାରର ପ୍ରୋଡକ୍ଟ ବ୍ୟବହାର କରିବାଦ୍ଵାରେ ତ୍ଵଚ ଉପରେ ବହୁ ଖରାପ ପ୍ରଭାବ ପଡିଥାଏ। ଆଲୋବେରା ଜୁସ୍‌ ପିଇବା ଦ୍ୱାରା ବ୍ରଣ ଭଲ ହେବା ସହ ତ୍ୱଚାର ଔଜଲ୍ୟ ବୃଦ୍ଧି ପାଇଥାଏ। ମୁହଁରେ ଅଲୋବେରା ଜେଲି ଲଗାଇବା ଦ୍ୱାରା ତ୍ୱଚା ଉଜ୍ୱଳ ଦିଶିଥାଏ।

ଖଣ୍ଡିଆ ବା ଘା’ ଭଲ ହୁଏ

ଖଣ୍ଡିଆ ବା କୌଣସି ବିଷାକ୍ତ ପୋକ କାମୁଡ଼ି ଦେଇଥିଲେଏକ ପତ୍ରକୁ କାଟି ଏହାର ରସ କ୍ଷତ ସ୍ଥାନରେ ମଧ୍ୟ ଲଗାନ୍ତୁ। ଏହା ଦ୍ୱାରା କ୍ଷତ ସ୍ଥାନ ଶୀଘ୍ର ଶୁଖିଯିବ। ଜଳା ପୋଡ଼ାରୁ ରକ୍ଷା ପାଇବା ପାଇଁ ଆଲୋବେରା ଖାଆନ୍ତୁ।

ଆହୁରି ପଢ଼ନ୍ତୁ; ବିଶ୍ଵର ପ୍ରଥମ ହାତ ବନ୍ଧା ସ୍ମାର୍ଟଫୋନ୍ ଲଞ୍ଚ କଲା ଚୀନ

Related posts

ଉତ୍ତମ ଜୀବନଶୈଳୀରୁ ସୁସ୍ଥ ହୃତପିଣ୍ଡ କିପରି ପାଇବେ ନଜର ପକାନ୍ତୁ

ENO Beuro

ମୋଟାପଣରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ତେବେ ସକାଳ ସମୟରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ENO Beuro

ଆସନ୍ତୁ ଜାଣିବା ଘରୋଇ ଉପାୟରେ କଣ ଖାଇଲେ ଓଜନ ବୃଦ୍ଧି ହୋଇଥାଏ

ENO Beuro

Leave a Comment