• Home
  • LIFESTYLE
  • ଜିରା ପାଣି ପିଇବା ଦ୍ଵାରା ନିୟନ୍ତ୍ରଣ ହୋଇଥାଏ ଉଚ୍ଚ ରକ୍ତଚାପ ! ଜାଣନ୍ତୁ ଏହି ପାଣିରେ ଥିବା ଉପକାରୀ ଗୁଣ ସମ୍ପର୍କରେ
LIFESTYLE

ଜିରା ପାଣି ପିଇବା ଦ୍ଵାରା ନିୟନ୍ତ୍ରଣ ହୋଇଥାଏ ଉଚ୍ଚ ରକ୍ତଚାପ ! ଜାଣନ୍ତୁ ଏହି ପାଣିରେ ଥିବା ଉପକାରୀ ଗୁଣ ସମ୍ପର୍କରେ

ସମସ୍ତଙ୍କଘରେ ଜିରାକୁ ଗୃହିଣୀମାନେ ମସଲା ଭାବେ ବ୍ୟବହାର କରିଥାନ୍ତି। ମାତ୍ର ଜିରା ତଥା ଏହାର ପାଣି ଅନେକ ରୋଗରୁ ରକ୍ଷା କରିଥାଏ। ତେବେ ଏଥିପାଇଁ ରାତିରେ ଏକ ଗ୍ଲାସ ପାଣିରେ ୧ ଚାମଚ ଜିରାକୁ ପକାଇ ଭିଜାଇ ରଖନ୍ତୁ। ସକାଳେ ଏହି ପାଣିକୁ ହାଲକା ଉଷୁମ କରି ଛାଣି ସେବନ କରନ୍ତୁ।

ଜାଣନ୍ତୁ ଜୀରାପାଣି ପିଇବାଦ୍ଵାରା କଣ ଲାଭ ମିଳିଥାଏ-

  • ଏହାକୁ ସେବନ କରିବା ଦ୍ୱାରା ଶରୀରରେ ଚର୍ବି କମ୍‌ ହୋଇଥାଏ। ଏହାକୁ ପିଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରୋରାଲ ମାତ୍ରା କମ ହୋଇଥାଏ।
  • ଜିରା ପାଣି ପିଇବା ଫଳରେ ପେଟ ସଫା ରହିବା ସାଙ୍ଗକୁ କବ୍ଜ ପରି ସମସ୍ୟା ହୋଇନଥାଏ। ଏଥିରେ ପୋଟାଶିୟମର ମାତ୍ରା ଅଧିକ ରହିଥାଏ। ତେଣୁ ଏହାକୁ ପିଇବା ଦ୍ୱାରା ବିପି ଅଥବା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ।
  • ଜିରା ପାଣିରେ ଆଇରନ ମଧ୍ୟ ମିଳିଥାଏ। ଏହା ଏନିମିଆ ବା ରକ୍ତହୀନତା ରୋଗରୁ ରକ୍ଷା କରିଥାଏ। ଏହି ପାଣିରେ ଭିଟାମିନ ବି-୬ ଥାଏ। ଏହାକୁ ପିଇବା ଦ୍ୱାରା ମସ୍ତିଷ୍କର ଶକ୍ତି ବୃଦ୍ଧି ପାଇଥାଏ।
  • ଏହା ତ୍ୱଚାକୁ କୋମଳ କରିବା ସହ ଏହାର ଉଜ୍ୱଳତା ବଢ଼ାଇଥାଏ। ପ୍ରତିଦିନ ଏହି ପାଣି ପିଇବା ଦ୍ୱାରା ଶରୀରରେ ଗ୍ଲୁକୋଜର ମାତ୍ରା ନିୟନ୍ତ୍ରଣରେ ରହିଥାଏ। ଫଳରେ ସହଜରେ ଡାଇବେଟିସ୍‌ ଅଥବା ମଧୁମେହ ରୋଗ ଆକ୍ରାନ୍ତ କରିନଥାଏ।

ଜିରା ପାଣି ପିଇବା ଦ୍ଵାରା ନିୟନ୍ତ୍ରଣ ହୋଇଥାଏ ଉଚ୍ଚ ରକ୍ତଚାପ ! ଜାଣନ୍ତୁ ଏହି ପାଣିରେ ଥିବା ଉପକାରୀ ଗୁଣ ସମ୍ପର୍କରେ zeera water

ପଢନ୍ତୁ;

ମୋବାଇଲ ନମ୍ବର ସହ ଆଧାର କାର୍ଡ଼ ସଂଯୋଗ କରିବା ଦ୍ୱାରା ପାଇପାରିବେ ଅନେକ ସୁବିଧା ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

ଲବଙ୍ଗରୁ ପ୍ରସ୍ତୁତ ଲବଙ୍ଗ ତେଲରେ ରହିଛି ଭରପୂର ଔଷଧୀୟ ଗୁଣ ! ଆସନ୍ତୁ ଜାଣିବା ଏହି ତେଲର କିଛି ଅନ୍ୟ ଉପକାରିତା ବିଷୟରେ

Krishna Kumar Manoj

କଦଳୀରେ ଭରପୂର ମାତ୍ରାରେ ଅଛି ଔଷଧିୟ ଗୁଣ ,ଜାଣନ୍ତୁ ଏହାକୁ ଖାଇଲେ କି ଲାଭ ମିଳିଥାଏ

Krishna Kumar Manoj

ଚଷମା ପିନ୍ଧିବା ପରେ ନାକ ଓ ଆଖିରେ ରହୁଥିବା ଦାଗକୁ ଦୂର କରିବାପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର!

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More