LIFESTYLE

ଆସନ୍ତୁ ଜାଣିବା ଶଲଭାସନ ଯୋଗର ବିଧି ଓ ଉପକାର ସମ୍ପର୍କରେ

benifit of doing yoga

ଯୋଗ  ମଣିଷ ଶରୀର ପାଇଁ କେତେ ଊପକାରୀ ତାହା ସମସ୍ତଙ୍କୁ ଜଣା। ଯୋଗ ଦ୍ଵାରା ମାନସିକ ଶାନ୍ତି  ମିଳିବା ସହ ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ। କେତେ ଲୋକ ଯୋଗ କରିବାକୁ ଚାହୁଁଥିଲେ ମଧ୍ୟ ଏହାର ପ୍ରକୃତ ବିଧି  ଓ ଉପକାର ସମ୍ପର୍କରେ  ଅଜ୍ଞ ଥାନ୍ତି। ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଯୋଗର ବିଧି ସହ ଏହାର ଉପକାର ସମ୍ପର୍କରେ ମଧ୍ୟ ଜଣାଇବୁ…..

ଶଲଭାସନ  ଯୋଗର  ବିଧି ଓ ଉପକାର ସମ୍ପର୍କରେ ଜାଣିବା

ବିଧି

୧) ପେଟ ଉପରେ ସିଧା ଶୋଇ ଯାଅନ୍ତୁ, ହାତ ଦୁଇଟି ଦୁଇ ଜଙ୍ଘ ପାଖରେ ରହିବା ଓ ଶ୍ଵାସ ପ୍ରବେଶକରାଇ ଆଣ୍ଠୁ ସିଧା ରାଖୀ ଗୋଦା ଉପରକୁ ଉଠାନ୍ତୁ। ପରେ ଶ୍ଵାସ ତ୍ୟାଗ କରି ଗୋଡ ତଳକୁ କରି ଗୋଡ ତଳକୁ ରଖନ୍ତୁ।

୨) ବାମ ହସ୍ତକୁ ଦକ୍ଷିଣ ହସ୍ତ ସାହାର୍ଜ୍ୟରେ ଧରି ରଖନ୍ତୁ। ଶ୍ଵାସ ଭିତରକୁ ପ୍ରବେଶ କରାଇ ସମ୍ନ୍ନା ପଟୁ ଉପରକୁ ଉଠିବ ସହିତ ହାତକୁ ନିତମ୍ଭ ଆଡକୁ ଟାଣନ୍ତୁ। ଏବେ ଶ୍ଵାସ ତ୍ୟାଗ କରି ଥୋଡିକୁ ଭୂମିରେ ଲଗାନ୍ତୁ।

ଉପକାର

୧) ଅଣ୍ଟା ବ୍ୟଥା ଭଲ ହେବା ସହ ମେରୁଦଣ୍ଡ ସିଧା ହୋଇଥାଏ।

୨) ପେଟରେ ହେଉଥିବା ଏସିଡିଟି ଭଲ ହୋଇ ପାଚନ ଶକ୍ତି ବଢାଇଥାଏ।

୩) ଅଣ୍ଟା, ଜଙ୍ଘ, ପାଦ ଆଦିର  ମାଂସପେଶୀ ମଜବୁତ ହୋଇଥାଏ।

୪) ଚିନ୍ତା ଓ ଅବସାଦରୁ  ମୁକ୍ତି ମିଳେ।

୫) ନିତ୍ୟମ୍ବ ଓ ଗୋଡର ସୁଗଠିତ ଆକାର ଆସିଥାଏ।

୬) ଅଣ୍ଟା ତଳ ଭାଗରେ ଥିବା ଚର୍ବି କମିଥାଏ।

Related posts

ହୃଦଘାତ ଜନିତ ସମସ୍ୟାରୁ କିପରି ରକ୍ଷା ପାଇବେ ଜାଣନ୍ତୁ

ENO Beuro

ଅତ୍ୟଧିକ ଟମାଟୋ ଖାଇବା ଦ୍ଵାରା ଶରୀର ଉପରେ କି ପ୍ରଭାବ ପକାଇ ଥାଏ ଜାଣନ୍ତୁ ?

ENO Beuro

ସକାଳେ ଖାଆନ୍ତୁ ଡ୍ରାଏ ଫ୍ରୁଟସ୍‌,ମିଳିବ ଅନେକ ସୁଫଳ

ENO Beuro

Leave a Comment