ଭଜା ରସୁଣ ଖାଉଛନ୍ତି କି !! ତେବେ ଜାଣିନିଅନ୍ତୁ ଏହାର ଉପକାରିତା ସମ୍ପର୍କରେ

benifit of fried garalic

ରୋଷେଇ ଘରେ ନିତିଦିନ ରସୁଣର  ବ୍ୟବହାର ହୋଇଥାଏ। ତରକାରୀରେ ବହୁଳ ଭାବେ ରସୁଣର ବ୍ୟବହାର କରାଯାଇଥାଏ।ରସୁଣ ଯେ ଆମ ଶରୀର ପାଇଁ ବହୁ ଉପକାରୀ  ଏହା ସମସ୍ତେ ଜାଣନ୍ତି । କେହି କେହି ଏହାକୁ ଭାଜିକି ଖାଇବାକୁ ମଧ୍ୟ ପସନ୍ଦ କରନ୍ତି। ଶୋଇବା ପୂର୍ବରୁ ଅଳ୍ପ ଭଜା ହୋଇଥିବା ରସୁଣ ଖାଇବା ଦ୍ୱାରା ଆମ ଶରୀର ପାଇଁ ଏହା ଖୁବ ଲାଭଦାୟକ  ହୋଇଥାଏ । ତେବେ ଆସନ୍ତୁ ଜାଣିରଖିବା ଏହା ଆମ ଶରୀରକୁ କିପରି ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

୧) ଅଳ୍ପ ଭଜା ହୋଇଥିବା ରସୁଣ ଖାଇବା ଦ୍ୱାରା ଏହା ଆମ ହୃଦୟକୁ ସୁସ୍ଥ ରଖିଥାଏ ।
୨) ଏହା ଶରୀର ପାଇଁ ଆବଶ୍ୟକ ହେଉଥିବା କ୍ୟାଲସିୟମର ବୃଦ୍ଧି କରିବା ସହ ଅନାବଶ୍ୟକ କ୍ୟାଲସିୟମକୁ ଦୂର କରିଥାଏ ।
୩) ଭଜା ରସୁଣ ଖାଇବା ଦ୍ୱାରା ହାଡ଼ ଶକ୍ତ ହୋଇଥାଏ ।
୪) ଚର୍ମକୁ ସୁସ୍ଥ ରଖିବାରେ ରସୁଣ ସାହାର୍ଯ୍ୟ କରିଥାଏ।

Fried Garlic
Fried Garlic

୫) ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ରସୁଣ ଭଜା ସାହାର୍ଯ୍ୟ କରିଥାଏ।
୬) ଅଧିକ ମୋଟା ଥିବା ଲୋକମାନେ ନିୟମିତ ଏକ ମାସ ଶୋଇବା ପୂର୍ବରୁ ୨ଟି ଭଜା ରସୁଣ ଖାଇଲେ ମୋଟା ପଣ ଦୂର ହୋଇଥାଏ ।
୭) ଗର୍ଭବତୀ ମହିଳାମାନେ ଏହା ଖାଇଲେ ମା’ ଓ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହିଥାଏ ।

ପଢନ୍ତୁ:  ବିଶୁଦ୍ଧ ମହୁ ଜାଣିବାର କେତୋଟି ସରଳ ଉପାୟ….

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More