EnewsOdia.Com

ପିଆଜ ଚା’ ସେବନର ଜବରଦସ୍ତ ଫାଇଦା

ସକାଳୁ ଚା’ କପ୍ ଟେ ନହେଲେ ଅଳସ ଭାଙ୍ଗେ ନାହିଁ । ଖାସ୍ କରି ଶୀତଦିନେ ଯଦି ଅଦା ଚା’ ମିଳିଯାଏ ତେବେ ମୁଡ୍ ପୂରା ଫ୍ରେସ୍ ହୋଇଯାଇଥାଏ । କିନ୍ତୁ ଆପଣ କେବେ ପିଆଜ ଚା’ ବିଷୟରେ ଜାଣିଛନ୍ତି କି? ଆଜ୍ଞା ହଁ ପିଆଜ ଚା’ ସ୍ୱାସ୍ଥ୍ୟ ପାଇଁ ଅମୃତ ସମ୍ମାନ । ଏହାକୁ ସେବନ କରିବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ ।

ପିଆଜ ଚା’ ତିଆରି କରିବାର ବିଧି: ସର୍ବପ୍ରଥମେ ଆପଣ ପାଣିକୁ ଗରମ କରି ସେଥିରେ ପିଆଜ ପକାଇ ଦିଅନ୍ତୁ । ସେହି ଉଷୁମ ପାଣିରୁ ପିଆଜକୁ କାଢି ନେଇ ସାଧା ପାଣି କପରେ ପିଆଜକୁ ଛୋଟ ଛୋଟ କରି କାଟି ପକାଇ ଦିଅନ୍ତୁ । ଏଥିରେ ଗ୍ରୀନ୍ ଟି ବ୍ୟାଗ୍ ଏବଂ ଲେମ୍ବୁ ରସ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏହାପରେ ଏହାକୁ ଛାଣିକି ସେଥିରେ ମହୁ ମିଶାଇ ଦିଅନ୍ତୁ ।

ପିଆଜ ଚା’ ସେବନର ଫାଇଦା

ହାଇପରଟେନସନ୍

ନିୟମିତ ପିଆଜ ଚା’ ସେବନ କରିବା ଦ୍ୱାରା ହାଇପରଟେନସନ୍ ଦୂର ହୋଇଥାଏ । ଏହାସହିତ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।

ଅନିଦ୍ରା

ପିଆଜ ଚା’ ଦ୍ୱାରା ଶରୀରର ଥକାପଣ ଦୂର ହୁଏ ଏବଂ ନିଦ ବି ଭଲ ହୁଏ ।

ସଂକ୍ରମଣ

ପିଆଜରେ ଭିଟାମିନ୍ ସି ବ୍ୟତିତ ଅନେକ ଔଷଧୀୟ ଗୁଣ ରହିଛି, ଯାହା ବାହ୍ୟ ସଂକ୍ରମଣକୁ ଦୂର କରି ଥଣ୍ଡା କାଶରୁ ରକ୍ଷା କରିଥାଏ ।

କୋଲିନ୍ କ୍ୟାନ୍ସର

କର୍କଟର କଣିକାକୁ ବୃଦ୍ଧି ହେବାରେ ରୋକିଥାଏ ପିଆଜ ଚା’ । ଏହାଦ୍ୱାରା କୋଲିନ୍ କ୍ୟାନ୍ସର ବିପଦକୁ ରୋକା ଯାଇପାରେ ।

ମଧୁମେୟ

ପିଆଜ ଚା’ ଗ୍ଲୁକୋଜ୍ ସ୍ତରକୁ ଭଲ ରଖିଥାଏ । ଏହା ଇଂସୁଲିନ୍ ରେଜିଟେଣ୍ଟକୁ ବଢାଇଥାଏ ।

ପଢନ୍ତୁ: ହଜି ଯାଇଥିବା ଚମକକୁ ଚୁଟ୍‌କିରେ ଫେରାଇ ଆଣିବ ଅଙ୍ଗୁର ଫେସ୍‌ପ୍ୟାକ୍

ସମ୍ବନ୍ଧିତ ଖବର

ଜାଣନ୍ତୁ ପରିବାରକୁ ମଜଭୁତ କରିବାର ଉପାୟ

Ratnamani Maharana

ତ୍ୱଚା ସମସ୍ୟାକୁ ଦୂର କରି ଚେହେରାକୁ ଚମକାଇବାରେ ସାହାଯ୍ୟ କରେ କର୍ପୂର

Ratnamani Maharana

କଦଳୀ ଫୁଲ ଖାଇଲେ ଏହି ସବୁ ଲାଭ ମିଳିଥାଏ

Ratnamani Maharana

ଘରେ ସୋରିଷ ତେଲ ଅଛି ତ? ଏହି ୫ ସମସ୍ୟାକୁ ଚୁଟ୍‌କିରେ ସମାଧାନ କରନ୍ତୁ

Ratnamani Maharana

ପାର୍ଲର ନଯାଇ ଘରେ କରନ୍ତୁ ମାନିକିୟୋର, ପେଡିକିୟୋର୍‌

Ratnamani Maharana

ଦାମୀ କ୍ରିମ୍‌ ନୁହେଁ, ଷ୍ଟ୍ରେଚ୍‌ ମାର୍କରୁ ମୁକ୍ତି ଦେବ ଭିଟାମିନ୍‌

Ratnamani Maharana