LIFESTYLE

ନିଜକୁ ନିରୋଗ ରଖିବାକୁ ଚାହାନ୍ତି କି!! ତେବେ ଆଜି ହିଁ ଖାଇବାରେ ସାମିଲ କରନ୍ତୁ ଏହି ପ୍ରାକୃତିକ ଖାଦ୍ୟ

benifit of sprouted wheat

ଆଜିକାଲି ଆମେ ଖାଉଥିବା ପ୍ରତିଟି  ଖାଦ୍ୟ ବିଷାକ୍ତ କହିଲେ ଚଳେ। ପ୍ରତିଟି ଖାଦ୍ୟର ୯୦% କେମିକାଲ  ଯୁକ୍ତ ଅଟେ। ଏହାର କାରଣ ହେଲେ ଚାଷୀ ବ୍ୟବହାର କରୁଥିବା କୀଟନାଶକ  ଔଷଧ। ତେବେ ବହୁତ କମ ଏପରି ଖାଦ୍ୟ ଅଛି ଯେଉଁଥିରେ କୌଣସି ପ୍ରକାର କୀଟନାଶକର ବ୍ୟବହାର ହୋଇନଥାଏ। ସେହିପରି ଖାଇବା ହିଁ ଆମ ସ୍ୱାସ୍ଥ୍ୟ ପକ୍ଷେ ହିତକାରକ । ମୁଗ, କୋଳଥ, ବୁଟ, ଗହମ ଓ ବିଭିନ୍ନ ପ୍ରକାର  ଶସ୍ୟରେ  କୀଟନାଶକ ଔଷଧର ବ୍ୟବାହାର କମ ହୋଇଥାଏ। ଆପଣ ମୁଗ, ବୁଟକୁ ତ ଗଜା କରି ଖାଇଥିବେ ଆସନ୍ତୁ ଆଜି ଜାଣିବା ଗହମ ଗଜା କରି ଖାଇବା ଦ୍ଵାରା  ଆମ ଶରୀର ଉପରେ କି ପ୍ରଭାବ ପଡେ। ଗହମକୁ ଗଜା କରି ଖାଇବା ଦ୍ଵାରା ଆମ  ଶରୀରକୁ କି ପ୍ରକାର ପୋଷକତତ୍ତ୍ୱ ମିଳିଥାଏ।

ଆସନ୍ତୁ ଜାଣିବା ଗଜା ଗହମ ଖାଇବା ଦ୍ଵାରା ଆମକୁ କି ଫାଇଦା ମିଳିଥାଏ….

benift of our health
sprouted wheat

ଗଜା ଗହମରେ ଖାଇବା ଦ୍ୱାରା ମସ୍ତିଷ୍କ, ଲିଭର ଓ ହୃତ୍‌ପିଣ୍ଡ ସୁସ୍ଥ ରହିବା ସହ ନୂଆ ରକ୍ତକୋଷ ତିଆରି କରିବାରେ ସହାୟକ ହୋଇଥାଏ। ଏହା କିଡ୍‌ନୀକୁ ସୁସ୍ଥ ରଖିବା ସହ ଆମ ଶରୀରରେ ତିଆରି ହେଉଥିବା ବିଷାକ୍ତ ତତ୍ତ୍ୱକୁ ବାହାର କରି ପାଚନ ଶକ୍ତିକୁ ମଜବୁତ କରେ। ଅଙ୍କୁରିତ ଗହମରେ ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ୍‌-A ,B ଏବଂ C ରହିଥାଏ। ଏହା ସହ କ୍ୟାଲସିୟମ୍‌, ଫସ୍‌ଫରସ୍‌, ମ୍ୟାଗ୍ନେସିୟମ୍‌, ଆଇରନ୍‌ ଏବଂ ଜିଙ୍କ୍‌ ମଧ୍ୟ ରହିଥାଏ। ଗହମ ଗଜା ହେବା ପରେ ଏଥିରେ ଭିଟାମିନ୍‌ C ପରିମାଣ ୬୦୦ ପ୍ରତିଶତ, ଭିଟାମିନ୍‌ B ପରିମାଣ ୧୦୦୦ଭିଟାମିନ୍‌ ଓ E ୩୦୦% ପ୍ରତିଶତ ବୃଦ୍ଧି ପାଏ।
ପଢନ୍ତୁ:   ଘିକୁଆଁରୀର ରହିଛି ବହୁ ଔଷଧୀୟ ଗୁଣ: ଘିକୁଆଁରୀର ବ୍ୟବହାର

Related posts

ଖରାଦିନେ ଜଲ୍‌ଜିରା ପାଣି ପିଇବା ଦ୍ଵାରା ଆମକୁ କେଉଁ ଫାଇଦା ମିଳିଥାଏ ଜାଣନ୍ତୁ ? 

ENO Beuro

କେଉଁ ପ୍ରକାର ଯୁବକଙ୍କୁ ଯୁବତୀମାନେ ପସନ୍ଦ କରନ୍ତି ନାହିଁ? ଜାଣନ୍ତୁ

ENO Beuro

ପେଟ ବଢିବାକୁ ନେଇ ଚିନ୍ତିତ ଅଛନ୍ତି କି ? ତେବେ ପ୍ରତିଦିନ ପିଅନ୍ତୁ ଏହି ଜୁସ

ENO Beuro

Leave a Comment