LIFESTYLE

ପଇଡ ପାଣି ସ୍ୱାସ୍ଥ୍ୟ ପାଇଁ ଉପକାରିତା ,ଆସନ୍ତୁ ଜାଣିବା

ପଇଡ଼ ପାଣିର ଚାହିଦା ସାଧାରଣତଃ ଗ୍ରୀଷ୍ମ ଋତୁରେ ବେଶୀ । ପ୍ରତିଦିନ ପଇଡ ପାଣି ପିଇବା ଦ୍ଵାରା ମୁହଁରେ ଚମକ ଆସିଥାଏ । ଏଥିରେ ମ୍ୟାଗ୍ନେସିୟମ୍‌ , କାଲସିୟମ୍‌, ପଟାସିଅମ୍‌ ଓ ସୋଡିଅମ୍‌ ଭଳି ଖଣିଜ ପଦାର୍ଥ ରହିଥିବା ହେତୁ ପଇଡ଼ ପାଣି ସ୍ୱାସ୍ଥ୍ୟ ପାଇଁ ଭଲ । ପଇଡ ପାଣିରେ ଅନେକ ଉପକାରିତା ରହିଛି । ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ….

ପଇଡ଼ ପାଣି ଶରୀରରେ ଜଳ ଶୁଷ୍କତା ଦୂର କରିଥାଏ ।ଏହା ଖାଦ୍ୟ ହଜମରେ ସହାୟକ ହୋଇଥାଏ । ପ୍ରତିଦିନ ଗୋଟିଏ ପଇଡର ପାଣି ପିଇଲେ, ଶରୀରରେ ବଦହଜମୀ ସମସ୍ୟା ରହିବ ନାହିଁ । ଯେଉଁମାନେ କିଡ଼ିନି ଷ୍ଟୋନ୍‌ ସମସ୍ୟାର ସମାଧାନ ଚାହୁଁଛନ୍ତି ତାହା ଆଗକୁ ନହେଉ ବୋଲି ଚାହୁଁଛନ୍ତି , ତେବେ ସେଥିପାଇଁ ପଇଡ ପାଣି ପିଇବା ଉଚିତ୍‌।
ଗର୍ଭବତୀମାନେ ମଧ୍ୟ ପଇଡ଼ ପାଣି ପିଇବା ଉଚିତ୍‌ । କାରଣ ଗର୍ଭାବସ୍ଥାରେ ମହିଳାମାନଙ୍କୁ ପଇଡ଼ ପାଣି ସୁସ୍ଥ ରଖିଥାଏ । ତା’ଛଡ଼ା ସେମାନେ କୌଣସି ସଂକ୍ରମଣର ଶିକାର ହୋଇ ନ ଥାଆନ୍ତି । ଏମିତି ମଧ୍ୟ କୁହାଯାଏ ଯେ ଗର୍ଭବତୀ ମହିଳାମାନେ ପଇଡ ପାଣି ପିଇବା ଦ୍ଵାରା ନବଜାତ ଶିଶୁର ରଙ୍ଗ ଗୋରା ହୋଇଥାଏ । ଏହା ଫଳରେ ଓଜନ ମଧ୍ୟ ହ୍ରାସ ପାଇଥାଏ । ପଇଡ ପାଣିରେ ଭିଟାମିନ୍‌ ସି, ଫାଇବର ଓ ପ୍ରୋଟିନ୍‌ ପ୍ରଚୁର ମାତ୍ରାରେ ଥିବା ହେତୁ ରକ୍ତ ସଂଞ୍ଚାଳନକୁ ଉନ୍ନତ କରିଥାଏ । ଏହା ହୃଦ୍‌ରୋଗୀମାନଙ୍କ ପାଇଁ ଲାଭଦାୟକ ।

ମାଂସପେଶୀରେ ପୀଡା ହେଉଥିଲେ ପଇଡ ପାଣି ପିଇବା ଦ୍ଵାରା ପୀଡା କମ ହୋଇଥାଏ । ଏହା ମାନସିକ ଚାପକୁ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ । ଏହା ମାନସିକ ଉତ୍ତେଜନା ଓ ଉତ୍କଣ୍ଠାକୁ ବି କମ୍‌ କରିଥାଏ । ଗ୍ରୀଷ୍ମ ଋତୁରେ ପଇଡ଼ ପାଣି ପିଇଲେ ସହଜରେ କୌଣସି ରୋଗ ଆମକୁ ସଂକ୍ରମିତ ହୋଇନଥାଏ । ଶରୀରରେ ଅମ୍ଳ ସୃଷ୍ଟି ହେଉଥିଲେ, ତା’କୁ ମଧ୍ୟ ହ୍ରାସ କରିଥାଏ ପଇଡ଼ ପାଣି ।

ପଢନ୍ତୁ ;

ଅନେକ ରୋଗକୁ ନିୟନ୍ତ୍ରଣ କରିବାରେ ସହାୟତ କରିଥାଏ ଗ୍ରୀନମଟର ;ଆସନ୍ତୁ ଜାଣିବା, ଏଥିରେ ରହିଥିବା କେତେକ ଉପକାରୀତା ସମ୍ବନ୍ଧରେ

Related posts

ଆପଣ ଜାଣିଛନ୍ତି କି ? ପଇଡ଼ ପାଣି ପିଇବା ଦ୍ୱାରା କ’ଣ ଉପକାର ମିଳିଥାଏ,ଯଦି ଜାଣିନାହାନ୍ତି ?ଆସନ୍ତୁ ଜାଣିବା ସେ ସମ୍ପର୍କ ରେ

ENO Beuro

ଜାଣନ୍ତୁ ଗାଧୋଇଲା ବେଳେ କେଉଁ ସବୁ ଭୁଲ କରିବେ ନାହିଁ?

ENO Beuro

ଛିଙ୍କ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More