ଆସନ୍ତୁ ଜାଣିବା ଦହି ଓ ଭାତର ଉପକାରିତା

ବର୍ତ୍ତମାନର ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ଅନେକ ସମସ୍ୟା ଦେଖାଯାଇଥାଏ । ସବୁବେଳେ ଆପଣ ଶୁଣିଥିବେ ଯେ ଭାତ ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥା। ଏଥିପାଇଁ ମଧ୍ୟ ଭାତ ସହିତ ଦହି ଖାଇବା ଅନେକ ସୁଫଳ ମିଳିଥାଏ । ଦହି ଓ ଭାତ ଅନେକ ସମସ୍ୟାର ସମାଧାନ କରିଥାଏ । ଆସନ୍ତୁ ଜାଣିବା ଭାତ ସହିତ ଦହି ଖାଇବାର ଉପକାରିତା ବିଷୟରେ ।

ଚାଉଳକୁ ରାନ୍ଧି ଏହାର ତୋରାଣୀ କାଢି ଦିଅନ୍ତୁ । ଏହାପରେ ଗରମ ଭାତ ସହିତ ଦହି ମିଶାଇ ଖାଆନ୍ତୁ । ଏହିପରି ଏକ ମାସ ପର୍ଯ୍ୟନ୍ତ ଏପରି ଖାଇବା ଦ୍ୱାରା ମୋଟାପଣ ହ୍ରାସ ହୋଇଥାଏ । ଏଥିରେ କମ କ୍ୟାଲେରୀ ଥିବାରୁ ଏହା ଶରୀରର ଓଜନ ବଢାଇବାକୁ ଦିଏ ନାହିଁ ।ଏହା ଦ୍ଵାରା ଆପଣ ମୋଟପଣରୁ ମୁକ୍ତି ମିଳିଥାଏ ।

ଜ୍ୱର ହେବା ସମୟରେ କିଛି ଖାଇବା ପାଇଁ ଇଚ୍ଛା ହୁଏନାହିଁ । ଯଦି ଆପଣଙ୍କୁ ଜ୍ୱର ଆସୁଥାଏ ତେବେ ଦହି ଓ ଭାତ ଖାଇବା ଆପଣଙ୍କ ପାଇଁ ଲାଭଦାୟକ ରହିବ । ଏହା ଖାଇବା ଦ୍ୱାରା ଭୋକ ହୁଏନାହିଁ ଏବଂ ଶରୀରକୁ ଶକ୍ତି ମିଳିଥାଏ । ଦହି ଏବଂ ଭାତ ଶରୀରର ରୋଗ ପ୍ରତରୋଧକ ଶକ୍ତିକୁ ବଢାଇଥାଏ ।ଆପଣ ସୁସ୍ତ ଅନୁଭବକରିବେ।

ଯଦି ଆପଣଙ୍କର କୋଷ୍ଠ ବଦ୍ଧତା ସମସ୍ୟା ଥାଏ ତେବେ କିଛି ଦିନ ପର୍ଯ୍ୟନ୍ତ ଦହି ଭାତକୁ ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଦହିରେ ଭରପୁର ମାତ୍ରାରେ ଭଲ ବ୍ୟାକଟେରିଆ ମିଳିଥାଏ । ଦହି ପାଚନକ୍ରିୟାକୁ ସହଜ କରିବା ସହ କୋଷ୍ଠକାଠିନ୍ୟ ସମସ୍ୟାର ମଧ୍ୟ ସମାଧାନ କରିଥାଏ ।

ଯଦି ଆପଣଙ୍କର ପେଟ ଖରାପ ହୋଇଥାଏ ତେବେ ଦହି ଏବଂ ଭାତ ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ଏହା ଭୋକକୁ ଶାନ୍ତ କରିବା ସହିତ ହଜମ କ୍ରିୟାକୁ ସହଜ କରିଥାଏ । ଏହାସହ ତରଳଝାଡାରୁ ମଧ୍ୟ ଆରାମ ମିଳିଥାଏ ।

ପଢନ୍ତୁ ;

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା :ନ୍ୟାୟ ନ ପାଇ ଜୀବନ ହାରିଲେ

ଯଦି ଆପଣଙ୍କୁ ଜ୍ୱର ଆସୁଥାଏ ତେବେ ଭାତ ଏବଂ ଦହି ଖାଇବା ଆପଣଙ୍କ ପାଇଁ ଲାଭଦାୟକ ରହିବ - 4.5

90%

ଦହି ପାଚନକ୍ରିୟାକୁ ସହଜ କରିବା ସହ କୋଷ୍ଠକାଠିନ୍ୟ ସମସ୍ୟାର ମଧ୍ୟ ସମାଧାନ କରିଥାଏ । - 4.2

83%
4.3/5

Very Good!

ଆସନ୍ତୁ ଜାଣିବା ଭାତ ଓ ଦହିର ଉପକାରିତା

ବର୍ତ୍ତମାନର ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ଅନେକ ସମସ୍ୟା ଦେଖାଯାଇଥାଏ । ସବୁବେଳେ ଆପଣ ଶୁଣିଥିବେ ଯେ ଭାତ ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥା। ଏଥିପାଇଁ ମଧ୍ୟ ଭାତ ସହିତ ଦହି ଖାଇବା ଅନେକ ସୁଫଳ ମିଳିଥାଏ । ଭାତ ଏବଂ ଦହି ଅନେକ ସମସ୍ୟାର ସମାଧାନ କରିଥାଏ । ଆସନ୍ତୁ ଜାଣିବା ଭାତ ସହିତ ଦହି ଖାଇବାର ଉପକାରିତା ବିଷୟରେ ।

No Votes Yet

You're not rated yet