LIFESTYLE

ଆସନ୍ତୁ ଜାଣିବା ଅଦାର ଔଷଧିୟ ଗୁଣ

By Krishna Kumar Manoj

January 19, 2018

ଅଦା ଦୈନନ୍ଦିନ ଜୀବନରେ ଏକ ବହୁଳ ବ୍ୟବହୃତ ମସଲା । ଆସନ୍ତୁ ଜାଣିବା ଏହାକୁ କିଭଳି ଆମେ ବେବହାର କରିବା,କେତେକ ଶାରୀରିକ ସମସ୍ୟାରୁ ରକ୍ଷା ପାଇବା ପାଇବା ପାଇଁ ମଧ୍ୟ ଅଦାକୁ ବେବେହରା କରାଯାଏ ।

ଶରୀରକୁ ବିଭିନ୍ନ ପ୍ରକାରର ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ ଅଦା ।ଯଦି ଆପଣଙ୍କୁ ଥଣ୍ଡା ହୋଇଛି କି ଆପଣଙ୍କ କାସ ହେଉଛି ତେବେ ଆପଣ ଅଦାକୁ ଚୋବାଇ ଖାଇଲେ କିଛି ସମୟ ପରେ ଆପଣଙ୍କୁ ଭଲ ଲାଗିବା । ଲମ୍ବା ବସ ଯାତ୍ରା ଯୋଗୁଁ ଯଦି ଆପଣ ଦୁର୍ବଳ ଅନୁଭବ କରୁଛନ୍ତି, ତେବେ ଅଦା ଖଣ୍ଡେ ଚୋବାଇ ଖାଇଲେ, ତାହା ତୁରନ୍ତ ଦୂରୀଭୂତ ହୋଇଥାଏ । ଠିକ୍‌ ସେହପରିି ଗର୍ଭବତୀ ମହିଳାମାନେ ଯଦି ସେଭଳି ଅନୁଭବ କରନ୍ତି, ତେବେ ସେମାନଙ୍କ ପାଇଁ ବି ଏହା ମହୌଷଧି ସଦୃଶ। ମାତ୍ର ୧ ରୁ ୨ ଗ୍ରାମ୍‌ ଅଦା ସେବନ ଦ୍ୱାରା ଏହା ସମ୍ଭବ ହେବ ବୋଲି ଜଣାଯାଇଛି ।

ଯଦି ଆପଣଙ୍କର ମାଂସପେଶୀ ଓ ଆଣ୍ଠୁଗଣ୍ଠିରେ ବିନ୍ଧା ହେଉଥିବ ତେବେ ସେହି ଜାଗାରେ ଅଦା ମିଶା ତେଲ ଲଗାଇଲେ ଉପଶମ ମିଳିଥାଏ । ଅନ୍ୟଥା ଆପଣ ସ୍ନାନ ସମୟରେ ତେଲମିଶା ଅଦାକୁ ପାଣିରେ ପକାଇ ସେଥିରେ ଗାଧୋଇଲେ ଏଥିରୁ ମୁକ୍ତି ମିଳିଥାଏ । ନିୟମିତଭାବେ ଖାଦ୍ୟ ପରେ ଅଦା ଚୋବାଇ ଖାଇଲେ ବଦହଜମୀର ଶିକାର ହେବେ ନାହିଁ ।ସେହିପରି ଅଦା ମସ୍ତିଷ୍କକୁ ତୀକ୍ଷ୍ଣ କରିବାରେ ସହାୟକ ହୋଇଥାଏ । ଯଦି ନାକ ବନ୍ଦ ହୋଇଯାଇଛି ବା ଛାତିରେ କଫ ଭର୍ତ୍ତି ଅଛି ବା ଯନ୍ତ୍ରଣା ଅନୁଭୂତ ହେଉଛି, ତେବେ ଅଦା ମିଶା ଚାହା ପିଇଲେ ସେଥିରୁ ମୁକ୍ତି ମିଳିଥାଏ ବୋଲି ଗବେଷଣାରୁ ଜଣାଯାଇଛି । ଠିକ୍‌ ସେହିପରି ଥଣ୍ଡା ହୋଇଥିଲେ ବି ଏହା ଆପଣଙ୍କୁ ଆରାମ ଦେଇଥାଏ ।

ଯଦି ଆପଣଙ୍କ ଶ୍ୱାସ ପ୍ରକ୍ରିୟାରେ କିଛି ଅସୁବିଧା ଥାଏ ,ତାକୁ ଦୂର କରିଥାଏ ଅଦା ।ଅଦା ରକ୍ତ ସୁଗାର ସ୍ତର ହ୍ରାସ କରିଥାଏ ଓ ଆପଣଙ୍କୁ ହୃଦ୍‌ରୋଗରୁ ରକ୍ଷା କରିପାରେ । ଅଦା ଗ୍ୟାଷ୍ଟିକ ସମସ୍ୟାରୁ ମଧ୍ୟ ଦୂରୀଭୂତ କରିଥାଏ ।

ପଢନ୍ତୁ ;

ସ୍ତ୍ରୀ ଓ ୪ ମାସର ଶିଶୁ କନ୍ୟାକୁ ଜିଅନ୍ତା ଜାଳିଦେଲେ ; ଥାନାରେ ସ୍ଵାମୀ ଅଟକ