LIFESTYLE

ଗରମ ପାଣି ପିଇବା ଦ୍ଵାରା କ’ଣ ହୁଏ ?ଆସନ୍ତୁ ଜାଣିବା ଏହାର ୫ଟି ଉପକାରିତା

By Krishna Kumar Manoj

January 20, 2018

ଆୟୁର୍ବେଦ ଅନୁସାରେ ଗରମ ପାଣି ପିଇବାର ଅନେକ ଫାଇଦା ରହିଛି। ଯଦି ପ୍ରତିଦିନ ସକାଳୁ ଏକ ଗ୍ଲାସ ଗରମ ପାଣି ପିଉଛନ୍ତି, ତା’ହେଲେ ପେଟ କମ୍‌ ହେବା ସହ ଆହୁରି ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ନ୍ୟାସନାଲ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଆୟୁର୍ବେଦର ଡାକ୍ତରଙ୍କ ଅନୁସାରେ ଗରମ ପାଣି ପିଇବା ଦ୍ୱାରା ଏହି ୫ଟି ଫାଇଦା ଶରୀରକୁ ମିଳିଥାଏ। ଥଣ୍ଡା-ଜ୍ୱର ଦୂର କରେ ;ଗରମ ପାଣି ପିଇଲେ ଶରୀର ଉଷ୍ମ ରହିଥାଏ। ଏହା ଦ୍ୱାରା ବାରମ୍ବାର ଥଣ୍ଡା-ଜ୍ୱର ହେବାର ସମସ୍ୟା ଦୂର ହୋଇଥାଏ।

ହଜମ କ୍ରିୟା ଦୂର କରେ; ନିୟମିତ ଗରମ ପାଣି ପିଇବା ଦ୍ୱାରା ଏକ୍‌ଷ୍ଟ୍ରା ମୋଟପଣ ( ଚର୍ବି ହ୍ରାସ) ହୋଇଥାଏ। ଏହା ପେଟର ଆକାର କମ୍‌ କରିବାରେ ସାହାଯ୍ୟ କରିିଥାଏ।ନିୟମିତ ଗରମ ପାଣି ପିଇଲେ ଠିକ୍‌ ଭାବେ ହଜମ କ୍ରିୟା ସମାପନ ହୋଇଥାଏ। ଏହା ଦ୍ୱାରା ହଜମକ୍ରିୟା ଦୂର ହୋଇ ଥାଏ ।

ଶ୍ୱାସ ସମସ୍ୟା ନିୟନ୍ତ୍ରଣ କରିଥାଏ ;ଯଦି ଆପଣଙ୍କର ଶ୍ଵାସ ସମସ୍ୟା ଅଛି ତେବେ ନିୟମିତ ଗରମ ପାଣି ପିଅନ୍ତୁ । ଏହା ଦ୍ୱାରା ଶ୍ୱାସ ସମସ୍ୟା ନିୟନ୍ତ୍ରିତ ହୋଇଥାଏ।ଗରମ ପାଣି ପିଇବା ଦ୍ଵାରା ଆପଣଙ୍କ କଫ ସମସ୍ୟା ମଧ୍ୟ ଦୂର ହୋଇ ଥାଏ ।

ମାଂସପେଶୀ ଦରଜ କମ୍‌ କରେ ; ଗରମ ପାଣି ପିଇଲେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ। ଏହା ଦ୍ୱାରା ମାଂସପେଶୀରେ ରକା ପଶିବା ଓ ଦରଜ ହେବା ଦୂର ହୋଇଥାଏ। ଦେହହାତ ବିନ୍ଧା କମ କରିଥାଏ । ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ଗରମ ପାଣି ପିଇବା ଦ୍ଵାରା ଦେହକୁ ଫିଟ ରଖେ ।

ପଢନ୍ତୁ ;

ଆପଣ ପ୍ରେମରେ ପଡିଛନ୍ତି କି ? ତେବେ ମନେ ରଖନ୍ତୁ ଏହିସବୁ କଥା