LIFESTYLE

ରୋଗ ନିୟନ୍ତ୍ରଣ କରେ ବରକୋଳି ,ଜାଣିବା ଏହାର ଉପକାରିତା

ବରକୋଳିର ଉପକାରିତା;

ବରକୋଳି ଔଷଧୀୟ ଗୁଣରେ ଭରପୂର । ଏହା ଶରୀରକୁ ସୁସ୍ଥ ରଖିବା ସହ ଆବଶ୍ୟକ ମାତ୍ରାରେ ଜଳ ଯୋଗାଇଥାଏ । ଶରୀରରେ ରକ୍ତ ପ୍ରବାହକୁ ନିୟନ୍ତ୍ରଣ କରିଥାଏ । ବରକୋଳିରେ ଆଂଟି ଅକ୍ସଡେଂଟ ଗୁଣ ଥିବାରୁ ତ୍ୱଚା ଓ ଶୁଦ୍ଧ ରକ୍ତ ପାଇଁ ଉପଯୋଗୀ । ତେବେ ଆସନ୍ତୁ ଜାଣିବା ବରକୋଳିର କେତେକ ଉପକାରୀତା ସମ୍ବନ୍ଧରେ ।

ଶରୀରକୁ ଚିନ୍ତାରୁ ଦୂରେଇ ରଖିବା ଭଳି ଗୁଣ ବରକୋଳିରେ ଅଛି । ଏହାକୁ ନିୟମିତ ଖାଇବା ଦ୍ୱାରା ସ୍ନାୟୁକୁ ଆରାମ ମିଳିବା ସହ ଚିନ୍ତା ଜନିତ ସମସ୍ୟାକୁ ଦୂରେଇ ରଖେ ।

ବରକୋଳି ରୋଗ ନିୟନ୍ତ୍ରଣ କରି ଥାଏ । ବରକୋଳି ଖାଇବା ଦ୍ୱାରା ଏଥିରେ ଥିବା ଆଂଟିଅକ୍ସିଡାଂଟ ଗୁଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଶରୀରକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ ।

ବରକୋଳିରେ ଆଂଟି ଅକ୍ସିଡାଂଟ ଗୁଣ ଥିବାରୁ ଏହା ଲିଭରକୁ ସୁସ୍ଥ ରଖିବାରେ ସହାୟତା ହୋଇଥାଏ । ଏହା ବ୍ୟତୀତ ଏହାର ଆଂଟି ଅକ୍ସିଡାଂଟ ଗୁଣ ଶରୀରର ମୁକ୍ତକଣାକୁ ଆକର୍ଷିତ କରିବା ସହ ଲିଭର ଉପରେ ପଡୁଥିବା ପ୍ରଭାବକୁ ପ୍ରତିରୋଧ କରିଥାଏ ।

ବରକୋଳି ଏକ ଉତ୍ତମ ଫଳ । ଏହା ଓଜନ କମ କରିବାରେ ସାହାଯ୍ୟ କରେ । ଏଥିରେ କ୍ୟାଲୋରୀର ମାତ୍ରା ବହୁ କମ ପରିମାଣରେ ଥିବା ବେଳେ ଫ୍ୟାଟର ମାତ୍ରା ମଧ୍ୟ କମ ରହୁଛି । ପ୍ରତି ୪ଟି ବରକୋଳିରେ ୧/୨ ଗ୍ରମାର ପ୍ରୋଟିନ ଶରୀରକୁ ମିଳିଥାଏ । ସେଓ ଭଳି ଏହାକୁ ପ୍ରତିଦିନ ଗୋଟାଏ ଲେଖାଏଁ ଖାଇବା ଦ୍ୱାରା ଏହା ଡାଏଟ କଣ୍ଟ୍ରୋଲ କରିବା ସହ ଅଂଟାରୁ ଚର୍ବି କମ କରିଥାଏ ।

ରୋଗ ନିୟନ୍ତ୍ରଣ କରେ ବରକୋଳି ,ଜାଣିବା ଏହାର ଉପକାରିତା jujube

ପଢନ୍ତୁ ;

ଶାରୀରିକ ବିକାଶ ପାଇଁ ପାଳଙ୍ଗ ଶାଗରୁ ମିଳିଥାଏ ବିଭିନ୍ୟ ପ୍ରକାରର ପୋଷକ ତତ୍ତ୍ୱ ; ଆସନ୍ତୁ ଜାଣିବା ଏହାର ଉପକାରିତା

 

Related posts

ଦୈନଦିନ ରୋଷେଇ ଘରେ ବ୍ୟବହୃତ ହଳଦୀର ଉପକାରୀ ଗୁଣ ବିଷୟରେ ଜାଣନ୍ତୁ

Krishna Kumar Manoj

ବର୍ଷାଦିନେ କିପରି ଆଣିବେ ତ୍ଵଚାରେ ଚମକ? ଜାଣନ୍ତୁ କିଛି ଘରୋଇ ଟିପ୍ସ

Krishna Kumar Manoj

କେବଳ ଠାକୁରଙ୍କ ପୂଜାରେ ନୁହେଁ ଶରୀରର ବିଭିନ୍ନ ସମସ୍ୟା ପାଇଁ ଲାଭଦାୟକ ହୋଇଥାଏ ଏହି ଫୁଲ ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More