Loading...

ଅନେକ ରୋଗର ରାମବାଣ କନ୍ଦମୂଳ

ଅନେକ ରୋଗର ରାମବାଣ କନ୍ଦମୂଳ

ଓଡ଼ିଶା ଦେଶର ୪୦ ଭାଗ କନ୍ଦମୂଳ ଉତ୍ପାଦନ କରି ପ୍ରଥମ ସ୍ଥାନରେ ରହିଛି ।କନ୍ଦମୂଳ ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ । ତାହା ହୁଏତ ସଭିଏଁ ଜାଣିନଥିବେ ।

ଓଡ଼ିଶା ଦେଶର ୪୦ ଭାଗ କନ୍ଦମୂଳ ଉତ୍ପାଦନ କରି ପ୍ରଥମ ସ୍ଥାନରେ ରହିଛି । କନ୍ଦମୂଳ ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ । ତାହା ହୁଏତ ସଭିଏଁ ଜାଣିନଥିବେ । ଏଥିରେ ସ୍ୱାସ୍ଥ୍ୟ ଉପକାରୀ ବହୁ ପୋଷକ ତତ୍ତ୍ୱ ରହିଛି । ଏଥିରେ ଫାଇବର, ଆଣ୍ଟି-ଅକ୍ସିଡ଼ାଣ୍ଟ, ଭିଟାମିନ, ଲବଣ ଭରପୂର ମାତ୍ରାରେ ରହିଛି । ଏହାସହ ଏଥିରେ ସାମାନ୍ୟ ପରିମାଣରେ କ୍ୟାଲୋରୀ ରହିଛି । ଏହାକୁ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟେରୋଲ ମାତ୍ରା ନିୟନ୍ତ୍ରଣ ହୋଇରହିଥାଏ। ଶୀତ ଋତୁରେ କନ୍ଦମୂଳ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । 

1- ଭୋଜନ ପରେ କିଛି ଲୋକମାନଙ୍କ ଛାତିରେ ଜଳନ ହୋଇଥାଏ କିମ୍ବା ପେଟ ଓଜନ ଲାଗିଥାଏ। କନ୍ଦମୂଳ ଖାଇବା ଦ୍ବାରା ପେଟ ଥଣ୍ଡା ରହିଥାଏ। ଏଥିସହ କନ୍ଦମୂଳ ଖାଇବା ଦ୍ବାରା ପେଟରେ ଜଳନ ଏବଂ ଗ୍ଯାସ ସମସ୍ଯାରୁ ମୁକ୍ତି ମିଳିଥାଏ। 

2- ଆମ ଶରୀରରେ ଗୁଡ୍ ଏବଂ ବ୍ଯାଡ୍ ଦୁଇ ପ୍ରକାର ଫ୍ଯାଟ ରହିଥାଏ। ଅଧିକ ମସଲା ଏବଂ ତେଲିଆ ଯୁକ୍ତ ଖାଦ୍ଯ ଖାଇବା ଦ୍ବାରା ଶରୀରରେ ବ୍ଯାଡ୍ ଫ୍ଯାଟ୍ ଜମା ହୋଇଥାଏ। ଗୁଡ୍ ଫ୍ଯାଟ ହେଉଛି, ଯେଉଁଥିରେ ଆମ ଶରୀରକୁ ଶକ୍ତି ଏବଂ ବଳ ମିଳିଥାଏ। ଏହି କାରଣରୁ ଯେଉଁ ଲୋକମାନେ ଭାବୁଛନ୍ତି କନ୍ଦମୂଳ ଖାଇବା ଦ୍ବାରା ଓଜନ ବଢିଥାଏ ତାହା ସମ୍ପୂର୍ଣ୍ଣ ଭୁଲ୍। ବରଂ ଡାଏଟ୍ ଚାଟ୍ ରେ କନ୍ଦମୂଳ ଖାଇବା ଲାଭ ମିଳିଥାଏ। କାରଣ ଏହା ଅଧିକ ସମୟ ପର୍ଯ୍ଯନ୍ତ ଭୋକୁ ନିୟନ୍ତ୍ରଣରେ ରଖିଥାଏ। 

3- ହୃଦୟ ସମ୍ବନ୍ଧୀୟ ରୋଗରେ ପୀଡିତ ଥିବା ଲୋକମାନଙ୍କୁ ଅନେକ ଭାବିଚିନ୍ତି ଭୋଜନ କରିବାକୁ ପଡିଥାଏ। କନ୍ଦମୂଳରେ କାର୍ଡିୟୋପ୍ରୋଟେକ୍ଟିଭ ନାମକ ତତ୍ତ୍ବ ରହିଥାଏ, ଯାହା ହୃଦ୍ ରୋଗ ସମ୍ବନ୍ଧୀୟ ସମସ୍ଯାକୁ ଦୂର କରିଥାଏ। ଏହିକାରଣରୁ ହୃଦ୍ ରୋଗ ସମସ୍ଯା ଥିବା ବ୍ଯକ୍ତିମାନେ ସପ୍ତାହରେ ୩ ରୁ ୪ ଥର ମଧ୍ଯ ସେବନ କରିପାରିବେ। 

4- କନ୍ଦମୂଳରେ ବିଟା କ୍ଯାରୋଟିନ ଏବଂ ଭିଟାମିନ-ଏ ପ୍ରଚୁର ମାତ୍ରାରେ ରହିଥାଏ। ଏହି ଦୁଇଟି ତତ୍ତ୍ବ ଆଖିର ଉଜ୍ବଳତା ବଜାୟ ରଖିବାରେ ସାହାଯ୍ଯ କରିଥାଏ। 

5- ପ୍ରଦୂଷଣ ଯୁକ୍ତ ବାତାବରଣରେ ରହିବା ଦ୍ବାରା ସବୁଠାରୁ ଅଧିକ ପ୍ରଭାବ ଫୁସଫୁସ୍ ଉପରେ ହିଁ ପଡିଥାଏ। ଏହିକାରଣରୁ କନ୍ଦମୂଳ ଖାଇବା ଦ୍ବାରା ଶ୍ବାସ ପ୍ରଣାଳୀରେ ଜମା ହୋଇଥିବା ଅପରିସ୍କାର ଜିନିଷ ସଫା କରିବାରେ ସାହାଯ୍ଯ କରିଥାଏ। ଏହାଦ୍ବାରା ଫୁସପୁସ୍ ପର୍ଯ୍ଯନ୍ତ ଅକ୍ସିଜେନ୍ ବହୁତ ଜଲଦି ପହଞ୍ଚିପାରିଥାଏ ଏବଂ ବହୁତ ଦିନ ପର୍ଯ୍ଯନ୍ତ ଫୁସଫୁସ୍ ସୁସ୍ଥ ରହିଥାଏ। 

6- ଏହା ହାଟ୍ ଷ୍ଟ୍ରୋକ୍ ଓ ଉଚ୍ଚ ରକ୍ତଚାପର ଆଶଙ୍କାକୁ କମ୍ କରିଥାଏ । ଏଥିରେ ଥିବା ଫାଇବର ପେଟକୁ ଭରା ରଖିଥାଏ, ଫଳରେ ଭୋକ କମ୍ ଲାଗିଥାଏ । ଭୋକ ନିୟନ୍ତ୍ରିତ ହେବା ଫଳରେ ଓଜନ ବଢି ନଥାଏ । ଏଥିରେ ଖୁବ୍ କମ୍ କ୍ୟାଲୋରୀ ରହିଥାଏ । ତେଣୁ ଓଜନ ବଢିବାର ସମ୍ଭାବନା କମ୍ ରହିଥାଏ । 

7- କନ୍ଦମୂଳ ଶରୀରକୁ ଉଷୁମ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହାକୁ ସିଝାଇ ବା ପୋଡି ଖାଇପାରିବେ । ପିଲାଙ୍କୁ କନ୍ଦମୂଳ ଚାଟ୍ ଖାଇବାକୁ ଦେଇପାରିବେ । କିନ୍ତୁ ମଧୁମେହ ରୋଗୀ ଏହାକୁ ଯେତେବେ କମ୍ ଖାଇବେ, ସେତେ ଭଲ । ଏଥିରେ ବହୁ ମାତ୍ରାରେ ଶର୍କରା ରହିଥାଏ । ତେଣୁ ଯଥାସମ୍ଭବ କମ୍ ଖାଇବା ଉଚିତ୍ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.