LIFESTYLE

କେଶ ଓ ଚର୍ମ ଜନିତ ବିଭିନ୍ନ ସମସ୍ୟାର ସମାଧାନ କରେ ଏହି ତେଲ

ବହୁ ପୁରାତନ କାଳରୁ ତ୍ୱଚା ଓ କେଶର ସୁନ୍ଦରତା ପାଇଁ ବିଭିନ୍ନ ପ୍ରକାର ତେଲର ବ୍ୟବହାର ହୋଇଆସୁଛି । ଏହି ତେଲରେ ନିୟମିତ ବ୍ୟବହାର କରି କେଶ ଓ ଚର୍ମ ଜନିତ ବିଭିନ୍ନ ସମସ୍ୟାର ସମାଧାନ କରି ହେବ ।

କେଶ ଓ ଚର୍ମ ସମସ୍ୟା ଦୂର କରେ ତେଲ

ନଡିଆ ତେଲ :- ନଡିଆ ତେଲକୁ ଗରମ କରି ଏହାକୁ କେଶର ମୂଳରେ ମସାଜ କରି ପୂରା ରାତି ଛାଡି ଦିଅନ୍ତୁ । ଏହା କରିବା ଦ୍ୱାରା କେଶର ରୁକ୍ଷାପଣ ଓ ଦୁଇ ମୁହାଁ କେଶ ସମସ୍ୟା ଆଉ ରୁହେଁ ନାହିଁ ।

ରାଶି ତେଲ:- ରାଶି ତେଲକୁ ବଡି ମସାଜ ପାଇଁ ବ୍ୟବହାର କରାଯାଏ । ଏହା ବହୁତ ପତଳା ତେଲ ହୋଇଥାଏ । ଏହି ତେଲକୁ ମସାଜ କରିବା ଦ୍ୱାରା ତ୍ୱଚା ଚିକ୍କଣ ଦେଖାଯାଏ । ଏହାଛଡା ଏହି ତେଲରେ ଏସପିଏଫ ୪ ସନସ୍କ୍ରିନ ରହିଛି । ତେଣୁ ଯଦି ମୁହଁ ଶୁଷ୍କ ହେଉଥାଏ । ତେବେ ଏହି ତେଲକୁ ମୁହଁରେ ମଧ୍ୟ ଲଗାଇପାରିବେ ।

ଜଡା ତେଲ :- ଏହି ତେଲକୁ କେଶର କଣ୍ଡିସନରିଂ ପାଇଁ ବ୍ୟବହାର କରାଯାଇପାରିବ । ଏହା ସହ ଯେଉଁ କେଶଗୁଡିକ ଖରାରେ ଖଇରିଆ ହୋଇଯାଇଥିଲେ, ତାହାକୁ କଳା କରିବାରେ ସହାୟକ ହୋଇଥାଏ । ଏଥି ସହ କେଶକୁ ଅଧିକ ଘନତ୍ୱ କରିଥାଏ ।

ଆଲମଣ୍ଡ ତେଲ:- ଏହି ତେଲରେ ଚର୍ମ ଶୁଷ୍କ ହୋଇ କୁଣ୍ଡାଇ ହେଉଥିଲେ ଏହି ତେଲରେ ମସାଜ କରନ୍ତୁ । ଏହା ସବୁ ପ୍ରକାର ଚର୍ମ ପାଇଁ ଉପଯୋଗ ପାଇଁ ଉପଯୋଗୀ ।
କେଶ ଓ ଚର୍ମ ଜନିତ ବିଭିନ୍ନ ସମସ୍ୟାର ସମାଧାନ କରେ ଏହି ତେଲ hair oil
ପଢନ୍ତୁ ;

ରାଜସ୍ଥାନ ସଡ଼କ ଦୁର୍ଘଟଣା :ପ୍ରଧାନମନ୍ତ୍ରୀ ମୋଦିଙ୍କ ପତ୍ନୀ ଆହତ,ଡ୍ରାଇଭର ମୃତ

Related posts

କାହିଁକି କମ୍ ବୟସର ଯୁବକଙ୍କୁ ପସନ୍ଦ କରନ୍ତି ମହିଳାମାନେ ଜାଣନ୍ତୁ

ENO Beuro

ଅତ୍ୟଧିକ ତମାଖୁ ସେବନ ଓ ଧୂମ୍ରପାନ କରୁଛନ୍ତି କି? ସାବଧାନ! ନଚେତ୍ ହରାଇ ପାରନ୍ତି ଦୃଷ୍ଟି ଶକ୍ତି

ENO Beuro

ମୁଗରେ କିପରି ପ୍ରସ୍ତୁତ କରିବେ ପରଟା? ଜାଣିରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ 

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More