VASTU

ଘରେ ରଖନ୍ତୁ ଏହିସବୁ ଜିନିଷ , ସବୁଦିନ ପାଇଁ ଦୂରେଇ ଯିବ ଆର୍ଥିକ ସମସ୍ୟା

home

ଘରେ ହେଉ କି ବ୍ୟବସାୟରେ ଆର୍ଥିକ ସମସ୍ୟା ସୁଧାରିବା ପାଇଁ ମଣିଷ ଅନେକ କିଛି ଉପାୟ କରିଥାଏ । ଘରେ ରଖିଥିବା କିଛି ଜିନିଷ ବାସ୍ତୁଦୋଷ ଦୂର କରେ ଓ କିଛି ଜିନିଷ ବାସ୍ତୁ ସମସ୍ୟାର କାରଣ ହୋଇଥାଏ । ତେଣୁ ଘରେ କେଉଁ ଜିନିଷ ରଖିବା ଦରକାର କେଉଁ ଜିନିଶ ନ ରଖିବା ଦରକାର ତାହା ଜାଣିବା ନିହାତି ଆବଶ୍ୟକ।

ତେବେ ଆସନ୍ତୁ ଜାଣିବା କେଉଁ ବସ୍ତୁ ଘରେ ରଖିଲେ ଶୁଭ ଫଳ ମିଳିଥାଏ।

    • ଘରର ଆଲମାରି କିମ୍ବା ଟଙ୍କା ବାକ୍ସ ପାଖରେ ଦର୍ପଣ ଟାଙ୍ଗନ୍ତୁ। ଦର୍ପଣକୁ ଏପରି ଟାଙ୍ଗନ୍ତୁ ଯେପରି ତାର ପ୍ରତିବିମ୍ବ ଟଙ୍କା ବାକ୍ସ କିମ୍ବା ଆଲମାରି ଉପରେ ପଡ଼ୁଥିବ। ଏପରି କରିବା ଦ୍ୱାରା ଘରେ ଧନ ବୃଦ୍ଧି ହୋଇଥାଏ।

home

    • ଘରର ଛାତ ଉପରେ ଏକ ଜାଗାରେ ପାଣି ଓ ଚାଉଳ କିମ୍ବା କିଛି ଖାଦ୍ୟ ଶଶ୍ୟ ରଖନ୍ତୁ। ଏହାଦ୍ୱାରା ପକ୍ଷୀମାନଙ୍କୁ ଆହାର ମିଳିଥାଏ। ଫଳରେ ଘରେ ଆର୍ଥିକ ସମସ୍ୟା ଦୂର ହୋଇଥାଏ।
    • ଯଦି ଘର ପାଖରେ କିଛି ଛୋଟ ବଡ଼ ଜଳାଶ୍ରୟ ଅଛି ତାହେଲେ ଘରର ଉତ୍ତର-ପୂର୍ବ ଦିଗରେ ଥିବା କାନ୍ଥରେ ଗଣେଷ ମୂର୍ତ୍ତି ରଖନ୍ତୁ। ଏପରି କରିବା ଦ୍ଵାରା ଶୁଭ ଫଳ ମିଳିଥାଏ। ଏପରି କରିବା ଦ୍ୱାରା ରୋଜଗାର ମଧ୍ୟ ବଢ଼ିଥାଏ।
    • ନିଜ ଶୋଇବା ଘର କୋଣରେ ଓଜନିଆ ଜିନିଷ ରଖିଲେ ବାରମ୍ବାର ରୋଜଗାରରେ ଆସୁଥିବା ବାଧା ଦୂର ହୋଇଥାଏ।

 

ପଢନ୍ତୁ; ସକାଳୁ ତେଜପତ୍ର ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଘରର କେଉଁ ସ୍ଥାନରେ ଟଙ୍କା ରଖିବା ଭଲ ଜାଣନ୍ତୁ?

ENO Beuro

ଯାତ୍ରା ସମୟରେ କ’ଣ ଖାଇକି ଗଲେ ଯାତ୍ରା ଶୁଭ ହୋଇଥାଏ ଜାଣନ୍ତୁ

ENO Beuro

ଶନିଙ୍କ କୋପ ଦୃଷ୍ଟିରୁ ବଞ୍ଚିବା ପାଇଁ ଶନିବାର ଦିନ ଏହି ଜିନିଷ କିଣନ୍ତୁ ନାହିଁ?

ENO Beuro

1 comment

Leave a Comment