News

ସୁରକ୍ଷାକର୍ମୀଙ୍କୁ ସୁରକ୍ଷା ଯୋଗାଇବ ଭାଭା କବଚ, ଭାଭା ଆଗରେ ହାର୍ ମାନିବ ଏକେ-୪୭

Untitled 1

ଦେଶର ସୁରକ୍ଷା ଦଇତ୍ଵରେ ଥିବା ସୁରକ୍ଷାକର୍ମୀ  ଦେଶ ପାଇଁ ଜୀବନ ଦିଏ। ଶତ୍ରୁର ଅତ୍ୟାଧୁନିକ ଆକ୍ରମଣ କୌଶଳ ଆଗରେ ହାର ମାନେ ଭାରତୀୟ ସୈନିକ। ତେବେ ଏହି ଆକ୍ରମଣରୁ ବଞ୍ଚିବା ପାଇଁ ଦରକାର ଅତ୍ୟାଧୁନିକ ରକ୍ଷଣଶୀଳ କବଚ। ତେବେ ଏହି କ୍ଷେତ୍ରରେ ଭାରତୀୟ ସେନା  ପାଇଁ ଏବେ ଆସିଛି ଖୁସି ଖବର। ନିକଟରେ ଇଣ୍ଟରନ୍ୟାସନାଲ୍ ପୋଲିସ୍ ଏକ୍ସପୋ ୨୦୧୯ ରେ ଲଞ୍ଚ୍ ହୋଇଥିବା ଭାଭା କବଚ। ଏହି କବଚ ଆଗରେ ହାର ମାନିବ ଏହି ଜ୍ୟାକେଟ। ଜ୍ୟାକେଟ୍ କୁ ଅର୍ଡନେସ୍ ଫ୍ୟାକ୍ଟରି ବୋର୍ଡ ଏବଂ ପବ୍ଲିକ୍ ସେକ୍ଟର କମ୍ପାନୀ ନିଧାନୀ ମିଶି ପ୍ରସ୍ତୁତ କରିଛନ୍ତି ।

A3f09092e31e32d9b8c9e0035df9315e 357x210
A3f09092e31e32d9b8c9e0035df9315e 357×210

ଏକ୍ସପୋ ଜାରୀ କରିଥିବା ଗଣମାଧ୍ୟମ ରିପୋର୍ଟ ଅନୁସାରେ , ଏହି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ୭.୬୨ ଏମଏମ୍ ଷ୍ଟିଲ୍ ଲାଗିଥିବା ଏକେ-୪୭ ରାଇଫଲ୍ ର ବୁଲେଟ୍ ଠାରୁ ଆରମ୍ଭ କରି ୫.୫୬ ଏମଏମ୍ ଇନ୍ସାସ୍ ର ଗୁଳିକୁ ମଧ୍ୟ ସହ୍ୟ କରିବାର କ୍ଷମତା ରଖେ । ଏହି କବଚର ଓଜନ ୯.୨ କିଲୋଗ୍ରାମ୍ ।

କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ଏହି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍  ତୁଳନାରେ ଏହାର ଓଜନ ଅଧକିଲୋ କମ୍ ।ଯେଉଁଥିରେ ୫ ବର୍ଷର ଗ୍ୟାରେଣ୍ଟି ମଧ୍ୟ ରହିଛି । ତେବେ ଆପଣଙ୍କୁ କହିରଖୁଛୁ ଯେ ଭାରତୀୟ ସୁରକ୍ଷାବଳରେ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ର ଘୋର ଅଭାବ ରହିଛି । ସୂଚନା ଅନୁସାରେ , ଏହି ନୂଆ ଜ୍ୟାକେଟ୍ କୁ କିଣିବା ପାଇଁ ସରକାର ୬୩୯ କୋଟି ଟଙ୍କା ଖର୍ଚ୍ଚ କରି ୨୦୨୦ ଏପ୍ରିଲ୍ ମାସ ଶେଷ ସୁଦ୍ଧା ୧.୮୬ ଲକ୍ଷ ଜ୍ୟାକେଟ୍ କିଣିବେ । ଏହି ସୁଚନା ଖୋଦ୍ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ସଂସଦରେ ଦେଇଥିଲେ ।
ପଢନ୍ତୁ: ଆଜି ଜେଲରୁ ମୁକୁଳିପାରନ୍ତି ସାରଥୀ

Related posts

ପ୍ରଚଣ୍ଡ ଶୀତ ଲହରୀରେ ଥରୁଛି ସାରା ଓଡିଶା

ENO Beuro

ମାହାଙ୍ଗାରେ ଅଗ୍ନିକାଣ୍ଡ: ବାପା-ମା’ଙ୍କ ଆଗରେ ଜଲିଗଲା ପୁଅ

ENO Beuro

ଗଜପତିରେ ତିତ୍‌ଲି ତାଣ୍ଡବ: ଗୁମ୍ଫା ଧସି ୧୨ ମୃତ ,କାନ୍ଥ ପଡି ୫

ENO Beuro

Leave a Comment