News

ଆଧ୍ୟାତ୍ମିକ ଗୁରୁ ଭୟୁଜୀ ମହାରାଜାଙ୍କ ଆତ୍ମହତ୍ୟା

ଆଧ୍ୟାତ୍ମିକ ଗୁରୁ ତଥା ସାମାଜିକ କାର୍ୟ୍ୟକର୍ତ୍ତା ଭୟୁଜୀ ମହାରାଜ ମଙ୍ଗଳବାର ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ଆହତ ଅବସ୍ଥାରେ ଇନ୍ଦୋରର ବମ୍ବେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଆତ୍ମହତ୍ୟା କରିକାର କାରଣ ଜଣା ପଡ଼ିନାହିଁ। ଭୟୁଜୀ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଗତ ବର୍ଷ ଦ୍ଵିତୀୟ ବିବାହ କରିଥିଲେ।

ଭୟୁଜୀଙ୍କ କୋଠରୀରୁ ଏକ ହାତଲେଖା ସୁଇସାଇଡ଼ ନୋଟ ଜବତ କରିଛି ପୋଲିସ। ଯେଉଁଥିରେ ଲେଖାଯାଇଛି ଯେ, ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହେଁ। ମୁଁ ବହୁତ ଅବସାଦଗସ୍ତ ଅଛି, ସମ୍ପୂର୍ଣ୍ଣ ଭାବେ ଥକି ଯାଇଛି । ତେବେ ଏହି ପୋଲିସ ଏବେ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଆଧ୍ୟାତ୍ମିକ ଗୁରୁ ଭୟୁଜୀ ମହାରାଜାଙ୍କ ଆତ୍ମହତ୍ୟା ପଛରେ ପାରିବାରିକ କାରଣ ଥିବା ଚର୍ଚ୍ଚା ହେଉଛି।ତାଙ୍କର ପ୍ରଥମ ପତ୍ନୀଙ୍କ ଝିଅ ଓ ଦ୍ୱିତୀୟ ପତ୍ନୀ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା। ଏହାକୁ ନେଇ ଘରେ ଉଭୟଙ୍କ ମଧ୍ୟରେ କଳିଗୋଳ ହେବା ପରେ ଭୟୁଜୀ ମହାରାଜ ନିଜକୁ ଏକ ରୁମ୍‌ରେ ବନ୍ଦ କରି ନିଜ କାନମୂଳକୁ ଗୁଳି ମାରିଥିଲେ। ବାବାଙ୍କ ପରିବାର ଲୋକଙ୍କୁ ପୋଲିସ ପଚରା ଉଚରା କରୁଛି। ଗତ କିଛି ଦିନ ତଳେ ହିଁ ବାବାଙ୍କ ବିବାହ ହୋଇଥିଲା। ମଧ୍ୟପ୍ରଦେଶରେ ଭୟୁଜୀ ମହାରାଜଙ୍କ ଅନେକ ଭକ୍ତ ଅଛନ୍ତି। ନିକଟରେ ମଧ୍ୟପ୍ରଦେଶ ସରକାର ଭୟୁଜୀ ମହାରାଜଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇଥିଲେ।

ପଢନ୍ତୁ; କଫିକୁ ବ୍ୟବହାର କରି କିପରି କେଶ ଏବଂ ଚେହେରାର ସୌନ୍ଦର୍ଯ୍ୟ ବଢାଇବା? ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ

Related posts

ଘୂର୍ଣ୍ଣିବଳୟ ଦୁର୍ବଳ ହେଲା

ENO Beuro

ବନ୍ଦହେଲା ୩୫୮ଟି ଏଟିଏମ, ଯାଣନ୍ତୁ କ’ଣ ରହିଛି ଏହାର କାରଣ

ENO Beuro

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ:ଡେରାଡୁନ୍‌ରେ ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ

ENO Beuro

1 comment

Leave a Comment