News

ଶ୍ରୀମନ୍ଦିର : ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଗଜପତି ମହାରାଜା ଆଜି ମୁହଁ ଖୋଲିଛନ୍ତି

ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ

ବହୁ ବାଦ ବିବାଦ ପରେ ଶେଷରେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ମୁହଁ ଖୋଲିଛନ୍ତି।  ଏ ନେଇ ବିଦେଶରେ ଥାଇ ଗଜପତି ଏକ ସ୍ପଷ୍ଟୀକରଣ ରଖିଛନ୍ତି।

ସେ କହିଛନ୍ତି କି, ୧୯୬୦ ମସିହା ପରଠାରୁ ଶ୍ରୀମନ୍ଦିର କଥା ସରକାର ନିଜେ ବୁଝୁଛନ୍ତି । ଏହା ସହ ଭିତର ରତ୍ନଭଣ୍ଡାର ଚାବି ତାଙ୍କ ପାଖରେ ରହେ ନାହିଁ । ଏହି ଚାବି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଜିଲ୍ଲାପାଳଙ୍କ ଦାୟିତ୍ୱରେ ରହେ ବୋଲି କହିଛନ୍ତି ଗଜପତି । ତେବେ ୧୯୬୦ ମସିବା ପୂର୍ବରୁ ଗଜପତିଙ୍କୁ ସୁପରିଟେନଡେଂଟ୍ ଭାବେ ଗ୍ରହଣ କରାଯାଉଥିଲା ସେ ସମୟରେ ଗଜପତିଙ୍କ ପାଖରେ ରତ୍ନଭଣ୍ଡାରର ଚାବି ରହୁଥିଲା । ବର୍ତମାନ କେବଳ ବାହାର ରତ୍ନଭଣ୍ଡାରର ଚାବି ତାଙ୍କ ପାଖରେ ରହୁଥିବା ସେ ପ୍ରକାଶ କରିଛନ୍ତି ।

ବାହାର ରତ୍ନଭଣ୍ଡାର ମଧ୍ୟରୁ କେବଳ ଗୋଟିଏ ଭଣ୍ଡାରର ଚାବି ତାଙ୍କ ପାଖରେ ରହିଥାଏ ଏବଂ ବାହାର ଭଣ୍ଡାର ଖୋଲିଲା ବେଳେ ଗଜପତିଙ୍କ ପ୍ରତିନିଧୀ ଉପସ୍ଥିତ ରୁହନ୍ତି ବୋଲି ଦିବ୍ୟ ସିଂହ ଦେବ କହିଛନ୍ତି । ସେ କେବଳ ପରିଚାଳନା କମିଟି ମିଟିଂରେ ଅଧ୍ୟକ୍ଷତା କରନ୍ତି ପରେ ପ୍ରୋସିଡିଂରେ ଦସ୍ତଖତ କରନ୍ତି ଏବଂ ତାଙ୍କ ଭୂମିକା ଜଣେ ସାଧାରଣ ସଦସ୍ୟଙ୍କ ଭଳି ହୋଇଥିବାନେଇ ସେ କହିଛନ୍ତି ।

ପଢନ୍ତୁ : ସ୍ମରଣଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ ଏହି ଫଳ! ଜାଣନ୍ତୁ ଏହାର ଉପକାରୀ ଗୁଣ ସମ୍ପର୍କରେ

Related posts

କିନ୍ନରଙ୍କ ଆତ୍ମହତ୍ୟା ଘଟଣା : ପ୍ରେମିକ ଗିରଫ

ENO Beuro

ବଳିଆ ସ୍ୱାସ୍ଥ୍ୟରେ ଉନ୍ନତି, ସ୍ୱତନ୍ତ୍ର ପ୍ରାଇଭେଟ ଓ୍ଵାର୍ଡରେ ଭେଣ୍ଟିଲେଟରରେ ଅଛି

ENO Beuro

Five Odisha Players Got Selected In Indian Women’s Hockey Team

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More