Loading...

୨୭.୫୦ଟଙ୍କାରେ ଓଡିଶାରେ ମିଳିବ ‘ଭାରତ ଅଟା’

୨୭.୫୦ଟଙ୍କାରେ ଓଡିଶାରେ ମିଳିବ ‘ଭାରତ ଅଟା’

ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶାରେ କମ୍‌ ଦରରେ ଅଟା ଯୋଗାଇବା ପାଇଁ ପ୍ରୟାସ କରାଯାଇଛି। କେଜି ପ୍ରତି ୨୭.୫୦ଟଙ୍କା ଦରରେ ଖାଉଟିଙ୍କୁ ‘ଭାରତ ଅଟା’ ଯୋଗାଇଦିଆଯିବ। ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଆଞ୍ଚଳିକ କାର୍ଯ୍ୟାଳୟର ଜେନେରାଲ ମ୍ୟାନେଜର ବନୋତ ପ୍ରେମ୍‌ ସିଂହ, ଡେପୁଟି  ମ୍ୟାନେଜର।

ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶାରେ କମ୍‌ ଦରରେ ଅଟା ଯୋଗାଇବା ପାଇଁ ପ୍ରୟାସ କରାଯାଇଛି। କେଜି ପ୍ରତି ୨୭.୫୦ଟଙ୍କା ଦରରେ ଖାଉଟିଙ୍କୁ ‘ଭାରତ ଅଟା’ ଯୋଗାଇଦିଆଯିବ। ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଆଞ୍ଚଳିକ କାର୍ଯ୍ୟାଳୟର ଜେନେରାଲ ମ୍ୟାନେଜର ବନୋତ ପ୍ରେମ୍‌ ସିଂହ, ଡେପୁଟି  ମ୍ୟାନେଜର। ଖୋଲା ବଜାରରେ ମିଳୁଥିବା ଅଟା, ମଇଦା, ସୁଜି ଆଦିର ଦରଦାମ ଉପରେ କେନ୍ଦ୍ର ସରକାର ନଜର ରଖିଥିବାବେଳେ ପ୍ରତି ସପ୍ତାହରେ ଏହାର ସମୀକ୍ଷା କରାଯାଏ । ଡିଏଫ୍‌ପିଡି, ଏଫ୍‌ସିଆଇ ଏବଂ ରାଜ୍ୟ ସରକାରଙ୍କ ବ୍ୟତୀତ ଅନ୍ୟ ଷ୍ଟାକ୍‌ ହୋଲ୍ଟରଙ୍କ ଦ୍ୱାରା କରାଯାଉଥିବା ଗହମର ପ୍ରକ୍ରିୟାକରଣଠାରୁ ଆରମ୍ଭକରି ବଜାର ଉପଲବ୍ଧି ଉପରେ ନଜର ରଖାଯାଉଥିବା ସମ୍ମିଳନୀରେ କୁହାଯାଇଛି। ଖାଉଟିଙ୍କ ହିତ ପାଇଁ ଏପରି ପଦକ୍ଷେପ ନିଅଯାଉଛି। 

ଉଲ୍ଲେଖଯୋଗ୍ୟ, ନେଇ  ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ନାଫେଡ୍‌) ଓ ନ୍ୟାଶନାଲ ଫାଉଣ୍ଡେଶନ ଫର୍‌ କ୍ରେଡିଟ କାଉନସେଲିଂ (ଏନ୍‌ଏଫ୍‌ସିସି) ଜରିଆରେ ଏଫ୍‌ସିଆଇ ପକ୍ଷରୁ ଏହାର ପ୍ରକ୍ରିୟାକରଣ ଆରମ୍ଭ ହୋଇଛି।  ଏଥିପାଇଁ ଏଜେନ୍ସିକୁ ଏଫ୍‌ସିଆଇ ପକ୍ଷରୁ ପ୍ରତି ସପ୍ତାହରେ ୨.୫ଏଲ୍‌ଏଟି ଗହମ ପ୍ରଦାନ କରାଯାଉଛି।  ଏହି ଗହମ ରାଜ୍ୟର ବିଭିନ୍ନ ମିଲ୍‌ ବା ଚକିକୁ ପଠାଯିବ। ଗହମରୁ ଅଟା ପ୍ରସ୍ତୁତ ପରେ ‘ଭାରତ ଅଟା’ ବ୍ରାଣ୍ଡ୍‌ରେ ଏହାର ପ୍ୟାକେଜି କରାଯିବା ସହ ବିକ୍ରୟ କରାଯିବ। ଏହି ଅଟା ଖୋଲା ବଜାରରେ ବିକ୍ରିହେବା ସହ ବିଭିନ୍ନ ସ୍ଥାନରେ ମୋବାଇଲ ଭ୍ୟାନ୍‌ରେ ମଧ୍ୟ ଗ୍ରାହକଙ୍କୁ ଯୋଗାଣର ବନ୍ଦୋବସ୍ତ କରାଯିବ ବୋଲି ସିଂହ କହିଛନ୍ତି। ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟରେ ଗହମର ଚାହିଦାକୁ ଦୃଷ୍ଟିରେ ରଖି କେନ୍ଦ୍ର ଏପରି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.