News

ଆସନ୍ତା ୧୮ ତାରିଖରେ ସାରା ଭାରତରେ ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ଡାକରା

bandh

ପୁଲୱାମା ବିସ୍ଫୋରଣକୁ ନିନ୍ଦା, ୧୮ରେ ବ୍ୟବସାୟୀଙ୍କ ବନ୍ଦ ଡାକରା

ପୁଲଓ୍ବାମାରେ ହୋଇଥିବା ଆତଙ୍କି ଆକ୍ରମଣକୁ ନେଇ ସାରା ବିଶ୍ଵ ସ୍ତବ୍ଧ ହୋଇପଡ଼ିଛି। ଏହି ଘଟଣାକୁ ପ୍ରତିବାଦ କରି ଆସନ୍ତା ୧୮ ତାରିଖରେ ସର୍ବଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ପାକିସ୍ତାନ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି ବ୍ୟବସାୟୀ ସଂଘ । ସହିଦଙ୍କ ସମ୍ମାନ ଜଣାଇବା ସହିତ ଆତଙ୍କବାଦୀ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଭାରତ ସାରା ଦୋକାନ ବଜାର ବନ୍ଦ ରହିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।

ବନ୍ଦ ଜରିଆରେ ସଂଘ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଛି। ଏହା ସହିତ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି କରିଛି।

ଅନ୍ୟପକ୍ଷରେ, ସାରା ଦେଶରେ ଏହି ହମ୍‌ଲା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଭିନ୍ନ ଯୁବ ଓ ଛାତ୍ର ଗୋଷ୍ଠୀଙ୍କ ପକ୍ଷରୁ ସହିଦଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି ।

ପଢନ୍ତୁ; ପୁଲ୍‌ଓ୍ଵାମା: ସିନ୍ଧୁଙ୍କ ବିବାଦୀୟ ବୟାନ,ଆଲୋଚନା ଦ୍ୱାରା ସମାଧାନ କରିବା ଆବଶ୍ୟକ

Related posts

ଓଡ଼ିଶାର କାଶ୍ମୀର, ଦାରିଙ୍ଗବାଡିକୁ ଛୁଇଁଲା ଚଳିତବର୍ଷର ପ୍ରଥମ ଶୀତ

ENO Beuro

ଏସିଡ ମାଡରେ ଗୋଟିଏ ପରିବାରର ୩ଜଣ ଆହତ

ENO Beuro

Board Examination For Class X Will Be Reintroduced – Union HRD Minister Prakash Javadekar

ENO Beuro

Leave a Comment