କୃଷକଙ୍କ ଆନ୍ଦୋଳନ
୧୦ରେ ଭାରତ ବନ୍ଦ
ପଞ୍ଜାବ ସମେତ କେତେକ ରାଜ୍ୟରେ ଆଜିଠାରୁ ଚାଷୀମାନେ ଆନ୍ଦୋଳନ କରିବା ଆରମ୍ଭ କରିଦେଇଛନ୍ତି। ଏଏନଆଇ ରିପୋର୍ଟ ମୁତାବକ ରାଷ୍ଟ୍ରୀୟ କିଶାନ ମଜଦୁର ମହାସଂଘ ଅଧ୍ୟକ୍ଷ ଶିବ କୁମାର ଶର୍ମା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମହାସଂଘ ସହିତ ୧୩୦ଟି ଚାଷୀ ସଂଗଠନର ସମର୍ଥନ ଅଛି ଯାହାକୁ ନେଇ ଏବେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଶିବ ଶର୍ମା। ମହାସଂଘ ସହିତ ଦେଶବ୍ୟାପୀ ଜଡିତ ଥିବା ଚାଷୀ ସଂଗଠନମାନେ ଆସନ୍ତା ୧୦ ତାରିଖ ଦିନ ଭାରତ ବନ୍ଦ ଡାକରାକୁ ସଫଳ କରାଇବା ପାଇଁ ମହାସଂଘ ସଭାପତି ଆହ୍ୱାନ କରିଛନ୍ତି।
୧୦ ତାରିଖରେ ଭାରତ ବନ୍ଦ ପରେ ୧୧ ତାରିଖରେ ଭୋପାଲରେ ଏକ ବୈଠକ ଡକାଯାଇଛି। ସେଠାରେ ସଂଗଠନର ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯିବ। ଭାରତ ବନ୍ଦ ପୂର୍ବରୁ ଆଜି ଦେଶର ବିଭିନ୍ନ ସ୍ଥାନରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ‘ଗାଁ ବନ୍ଦ’ ଡାକରା ଦିଆଯାଇଛି। ସେଥିପାଇଁ ଅନେକ ସ୍ଥାନରେ ଗାଁରୁ ସହରକୁ ପନିପରିବା ଭଳି ଖାଦ୍ୟ ସାମଗ୍ରୀ ପଠାଯାଇନାହିଁ।
ଏହି ଆନ୍ଦୋଳନ ସେହି ଚାଷୀ ମାନଙ୍କ ଉଦ୍ଦେଶ୍ୟରେ କରିଯିବ ଯେଉଁମାନେ କି ଗତ ବର୍ଷ ଚାଷ କ୍ଷେତ୍ରରେ ସହିଥିବା ଅନେକ କ୍ଷତି କାରଣରୁ ଆତ୍ମହତ୍ୟା କରିଛନ୍ତି। ତେଣୁ ଜୁନ ୧ ତାରିଖ ଠାରୁ ଯେ ପର୍ୟ୍ୟନ୍ତ ତାଙ୍କ ଦାବିକୁ କେନ୍ଦ୍ର ସରକାର ପୁରଣ କରି ନାହାଁନ୍ତି ସେ ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ମହାସଂଘ।
ପଢନ୍ତୁ; ଆଇପିଏଲ୍ରେ ବେଟିଂ ଅଭିଯୋଗ:ବଲିଉଡ ଅଭିନେତା ଅରବାଜଙ୍କୁ ଥାନେ ପୁଲିସର ସମନ୍